ଗୁରୁଦିବସର ମହତ୍ତ୍ୱ
ଶିକ୍ଷକ ଅଥବା ଅଧ୍ୟାପକ ଏପରି ବ୍ୟକ୍ତି ଯିଏ ସଭିଁଙ୍କୁ ଉତ୍ତମ ଶିକ୍ଷା ଦେଇ ଭଲ ମଣିଷ କରିଥାଆନ୍ତି। ଭାରତ ବର୍ଷ ଗୁରୁ ଓ ଶିକ୍ଷକଙ୍କ ଦେଶ ଅଟେ। ଏଠାରେ ଗୁରୁଙ୍କୁ ସର୍ବଦା ଉଚ୍ଚ ସ୍ଥାନରେ ରଖାଯାଇଥାଏ। ଗୁରୁ ଦିବସକୁ ପାଳନ କରିବାର କାରଣ ମୁଖ୍ୟ କାରଣ ହେଉଛି ଗୁରୁଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦାନ କରିବା। ଶିକ୍ଷା ଦାନ ହେଉଛି ଏକ ପବିତ୍ର କାର୍ଯ୍ୟ ଓ ମହତ୍ୱପୂର୍ଣ୍ଣ କାର୍ଯ୍ୟ। ନିଜର ଏହି କର୍ତ୍ତବ୍ୟକୁ ବୁଝି ତଥା ଛାତ୍ରଛାତୀଙ୍କୁ ଉପଯୁକ୍ତ ଶିକ୍ଷା ଦେବା ଏବଂ ଗୁରୁଙ୍କର ଏହି ଅମୂଲ୍ୟ ଦାନର ମୂଲ୍ୟକୁ ସଠିକ୍ ଭାବେ ବୁଝିବା ପାଇଁ ଗୁରୁଦିବସ ପାଳନ କରାଯାଇଥାଏ। ଦେଶର ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଥିଲେ ମହାନ ତଥା ଆଦର୍ଶ ଶିକ୍ଷକ ଥିଲେ। ଗୁରୁଙ୍କୁ ସ୍ୱତନ୍ତ୍ର ଭାବେ ଓ ଉପଯୁକ୍ତ ସମ୍ମାନ ମିଳିବା ନିତ୍ୟାନ୍ତ ଆବଶ୍ୟକ ବୋଲି ତାଙ୍କର ଇଚ୍ଛା ଥିବାରୁ ନିଜ ଜନ୍ମ ଦିବସକୁ ‘ଗୁରୁଦିବସ’ ରୂପେ ପାଳନ କରାଯାଏ।
ଏହି ଦିନ ସମସ୍ତ ଶିକ୍ଷାନୁଷ୍ଠାନରେ ବିଶେଷ ଭାବେ କାର୍ଯ୍ୟକ୍ରମ ହୋଇଥାଏ। ଗୁରୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ମାନ ସମ୍ମାନ ସହ ସମ୍ବନ୍ଧୀତ ପ୍ରେରଣା ଦେଇଥାଆନ୍ତି। ନିଜର କର୍ମ ତଥା ଆଦର୍ଶ ନିମନ୍ତେ ଏହି ଦିନ ବହୁ ଶିକ୍ଷକଙ୍କୁ ପୁରସ୍କୃତ ମଧ୍ୟ କରାଯାଇଥାଏ। ଏହି ଗୁରୁ ଦିବସକୁ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ରାଷ୍ଟ୍ର ,ଦେଶର ନିର୍ମାତା ତଥା ଜ୍ଞାନ ପ୍ରଦାନ କରୁଥିବା ମହାନ ବ୍ୟକ୍ତି ଶିକ୍ଷକଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦାନ କରିବା। ଯଦି ଆମେ ସତ୍ୟ ଓ ନିଷ୍ଠା ସହ ଏହି ଗୁରୁଦିବସ ଦିନଟିକୁ ପାଳନ କରିବା ତେବେ ଆମ ପରମ୍ପରା ଗୁରୁ – ଶିଷ୍ୟ ସଂପର୍କର ପବିତ୍ରତା ସର୍ବଦା ବଜାୟ ରହିବ।