www.samajalive.in
Monday, December 15, 2025
14.1 C
Bhubaneswar

ଅମରୁଲ୍ଲାଙ୍କ ଭାଇଙ୍କୁ ହତ୍ୟା

କାବୁଲ : ଆଫଗାନିସ୍ତାନର ପୂର୍ବତନ ଉପରାଷ୍ଟ୍ରପତି ତଥା ଘୋର୍‌ ତାଲିବାନ ବିରୋଧୀ ଅମରୁଲ୍ଲା ସାଲେଙ୍କ ବଡ଼ ଭାଇ ରୋହୁଲ୍ଲା ସାଲେଙ୍କୁ ଗୁରୁବାର ରାତିରେ ପଞ୍ଜଶିରରେ ତାଲିବାନୀ ଅକଥନୀୟ ନିର୍ଯାତନା ଦେବା ସହ ଅତି ଜଘନ୍ୟ ଭାବେ ହତ୍ୟା କରିଛନ୍ତି। ତାଲିବାନ ସେନା ଓ ପଞ୍ଜଶିର ପ୍ରତିରୋଧୀ ବାହିନୀ ମଧ୍ୟରେ ସଂଘର୍ଷ ସମୟରେ ରୋହୁଲ୍ଲାଙ୍କୁ ଚିହ୍ନିପାରି ସେମାନେ ନିର୍ଯାତନା ଦେବା ସହ ହତ୍ୟା କରି ଫାଶୀ ଖୁଣ୍ଟରେ ଝୁଲାଇ ଦେଇଥିଲେ। ଅପରପକ୍ଷରେ ପଞ୍ଜଶିର ଦଖଲ କରିନେଇଥିବା ତାଲିବାନ ଦାବି କରୁଥିବାବେଳେ ସେଠାରେ ଏବେ ନିର୍ଯାତନା ଚଳାଇଛି; ତେବେ ତାଲିବାନର ଦାବିକୁ ଅମରୁଲ୍ଲା ସାଲେ ଓ ଜାତୀୟ ପ୍ରତିରୋଧୀ ବାହିନୀ ମୁଖ୍ୟ ଅହମ୍ମଦ ମାସୁଦ ଖଣ୍ଡନ କରିଛନ୍ତି। ସେମାନେ ପଞ୍ଜଶିରରେ ହିଁ ଅଛନ୍ତି ଏବଂ ଠିକ୍‌ ସମୟରେ ତାଲିବାନକୁ ଜବାବ ଦେବେ ବୋଲି ଘୋଷଣା କରିଛନ୍ତି। ସାଲେ ଓ ମାସୁଦ ଏବେ ତାଜିକିସ୍ତାନରେ ଆତ୍ମଗୋପନ କରିଥିବା ତାଲିବାନ କହୁଛି। ଏହାକୁ ଖଣ୍ଡନ କରି ତାଜିକିସ୍ତାନ ରାଜଧାନୀ ଦୁସାନ୍‌ବେସ୍ଥିତ ପୂର୍ବ ଆଫଗାନିସ୍ତାନ ସରକାରଙ୍କ ରାଷ୍ଟ୍ରଦୂତ ଜାହିର ଅଘବର କହିଛନ୍ତି ସେ ନିୟମିତ ସାଲେ ଓ ମାସୁଦଙ୍କ ସହ ଯୋଗାଯୋଗରେ ଅଛନ୍ତି। ସେମାନେ ତାଜିକିସ୍ତାନ ଆସି ନାହାନ୍ତି; ପଞ୍ଜଶିରରେ ହିଁ ରହିଛନ୍ତି। ପଞ୍ଜଶିରକୁ ତାଲିବାନ ପୁଣି ଥରେ ଇନ୍ଧନ, ପାଣି ଓ ବିଦ୍ୟୁତ୍‌ ସହ ସମସ୍ତ ରାସ୍ତା ବନ୍ଦ କରିଛି। ଏହାଦ୍ବାରା ବହୁ ସଂଖ୍ୟକ ଜନତା ଭୋକ ଉପାସରେ ରହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories