www.samajalive.in
Monday, December 15, 2025
15.1 C
Bhubaneswar

ଆଧୁନିକ ଏଲଏଚବି କୋଚ୍‌ରେ ଚାଲିଲା ହୀରାଖଣ୍ଡ ଏକ୍ସପ୍ରେସ

ନୂଆଦିଲ୍ଲୀ : ଆଧୁନିକ ଏଲଏଚବି କୋଚ ସହିତ ଆଜି ଭୂବନେଶ୍ୱର-ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ (ଟ୍ରେନ ସଂଖ୍ୟା ୦୮୪୪୫/୦୮୪୪୬) ଶୁଭାରମ୍ଭ ହୋଇଛି। ନୂଆଦିଲ୍ଳୀ ସ୍ଥିତ ରେଳ ଭବନଠାରେ ଭିଡ଼ିଓ କନଫରେସିଂ ମାଧ୍ୟମରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରେଳ ଓ ସଞ୍ଚାର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସବୁଜ ପତକା ଦେଖାଇ ହୀରାଖଣ୍ଡ ଏକ୍ସପ୍ରେସର ଯାତ୍ରା ଶୁଭାରମ୍ଭ କରିଥିଲେ।
କାର୍ଯ୍ୟକ୍ରମକୁ ଉଦ୍‍ଘାଟନ କରି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ ରେଳ ମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ଶ୍ରୀ ବୈଷ୍ଣବ ଜନଆଶୀର୍ବାଦ ଯାତ୍ରାରେ କେବିକେ ଅଞ୍ଚଳ ଗସ୍ତ ବେଳେ ସ୍ଥାନୀୟ ଅଞ୍ଚଳର ସମସ୍ୟାକୁ ଅନୁଭବ କରି ଏକମାସ ମଧ୍ୟରେ ସମାଧାନ କରିଛନ୍ତି। ମୋଦୀ ସରକାର ଯାହା କୁହନ୍ତି ତାହା କରନ୍ତି ଦର୍ଶାଇ କହିଥିଲେ ଯେ ଏକଦା ଓଡ଼ିଶାକୁ ରେଳ ବିକାଶ ଲାଗି ଏକହଜାର କୋଟି ଅନୁଦାନ ମିଳୁନଥିଲା। ଏବେ ବାର୍ଷିକ ୫-୬ ହଜାର କୋଟି ଅନୁଦାନ ମିଳୁଛି। ଦଶ ବର୍ଷରେ ଯେତିକି ଅନୁଦାନ ମିଳୁନଥିଲା ଏବେ ବର୍ଷେ ଦୁଇବର୍ଷରେ ସେତିକି ଅନୁଦାନ ଓଡ଼ିଶାକୁ ମିଳୁଛି। ରେଳ ବିଭାଗକୁ ଓଡ଼ିଶାର ବିଭାଗ ଦର୍ଶାଇ ରେଳ କ୍ଷେତ୍ରରେ ବିକାଶ ପ୍ରକ୍ରିୟା ଆରମ୍ଭ ହେଲା ବୋଲି ଶ୍ରୀ ପ୍ରଧାନ କହିଥିଲେ। ବୌଦ୍ଧ-କନ୍ଧମାଳ ଅଞ୍ଚଳରେ ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ନିର୍ମାଣ ପାଇଁ ଆବଶ୍ୟକ ଜମି ରାଜ୍ୟ ସରକାର ଉପଲବ୍ଧ କରାଇଥିବାରୁ ଖୁସି ବ୍ୟକ୍ତ କରିଥିଲେ। ଆଗାମୀ ଦିନରେ ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ସଂପୂର୍ଣ୍ଣ ହେବା ନେଇ କୌଣସି ସନ୍ଦେହ ନାହିଁ ବୋଲି କହିଥିଲେ। ହୀରାଖଣ୍ଡ ଏକ୍ସପ୍ରେସ ଦ୍ୱାରା ଓଡ଼ିଶାର ପଛୁଆ ଅଞ୍ଚଳର ଲୋକ ରାଜଧାନୀ ଏକ୍ସପ୍ରେସ ଭଳି ଟ୍ରେନର ସୁବିଧା ପାଇପାରିବେ। ଆଗାମୀ ଦିନରେ ବିଶାଖାପାଟଣା-ଅମୃତସର ହୀରାକୁଦ ଏକ୍ସପ୍ରେସରେ ମଧ୍ୟ ଏଲଏଚବି ବଗି ସଂଯୋଗ ହୋଇ ଚଳାଚଳ କରିବ ବୋଲି ସୂଚନା ଦେଇଥିଲେ। ରାଜ୍ୟର ସମସ୍ତ ଗ୍ରାମକୁ ବିଶେଷ କରି ୫୦ ହଜାର ବିଦ୍ୟାଳୟକୁ ଇଣ୍ଟରନେଟ ସଂଯୋଗ ପହଞ୍ଚାଇବା ଲାଗି ଶ୍ରୀ ବୈଷ୍ଣବଙ୍କ ଉଦ୍ୟମକୁ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ତରଫରୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଥିଲେ।
ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ ଯେ ଜନଆଶୀର୍ବାଦ ଯାତ୍ରା ସମୟରେ ହୀରାଖଣ୍ଡ ଏକ୍ସପ୍ରେସରେ ଯାତ୍ରୀଙ୍କ ଠାରୁ ଜାଣିବାକୁ ପାଇଥିଲେ ଟ୍ରେନଟି ସଫା ଅଛି କିନ୍ତୁ କୋଚ ଗୁଡ଼ିକ ଖରାପ ଅବସ୍ଥାରେ ରହିଛି। ମୁଁ ବୁଝିଲି ଯେ ହୀରାଖଣ୍ଡ ଏକ୍ସପ୍ରେସ ଟ୍ରେନର କୋଚ ପୁରୁଣା ଥିଲା। ଦିଲ୍ଲୀ ଫେରିବା ପରେ ହୀରାଖଣ୍ଡ ଏକ୍ସପ୍ରେସରେ ଆଧୁନିକ କୋଚ ସଂଯୋଗ ପାଇଁ ପଦକ୍ଷେପ ନେଇଥିଲି। କୋରାପୁଟ-କଳାହାଣ୍ଡି-ବଲାଙ୍ଗିର ଅଞ୍ଚଳ ବୁଲିବା ସମୟରେ ଲୋକଙ୍କ ଆଶା ଜାଣି ପାରିଥିଲି ବୋଲି ଶ୍ରୀ ବୈଷ୍ଣବ କହିଥିଲେ। ଏକ ମାସ ମଧ୍ୟରେ ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ନିର୍ମାଣ ଅଗ୍ରଗତି ବିଷୟରେ ସୂଚନା ଦେଇ କହିଥିଲେ ଯେ ପ୍ରକଳ୍ପ ନିର୍ମାଣ ପାଇଁ ୯୭ ଏକର ଜମି ଅଧିଗ୍ରହଣ ସଂପୂର୍ଣ୍ଣ ହୋଇଛି। ସେହିପରି ୯ କିଲୋମିଟର ରେଳପଥ ଓ ୭ଟି ଛୋଟ ବ୍ରିଜ ନିର୍ମାଣ କାର୍ଯ୍ୟ ସରିଛି ଏବଂ ବାକି ୩୭ଟି ବ୍ରିଜ ନିର୍ମାଣ କାର୍ଯ୍ୟ ଜାରି ରହିଛି। ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ରେଳପ୍ରକଳ୍ପ ଯଥା କୋରାପୁଟ-ରାୟଗଡ଼଼ା ରେଳପଥର ଦୋହାରୀକରଣ, ଜୟପୁର-ମାଲକାନଗିରି, ଜୟପୁର-ନବରଙ୍ଗପୁର ଓ ଥେରୁବାଲି-ଗୁଣୁପୁର ନୂତନ ରେଳପଥ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ହେଉଛି।
ମାଲକାନଗିରି ଜିଲା ଡାକଘର ଜମା ରାଶି ହେରଫେର ଘଟଣାରେ ମାସେ ମଧ୍ୟରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ଶ୍ରୀ ବୈଷ୍ଣବ ସୂଚନା ଦେଇଥିଲେ। ଲାଛିପଡ଼ା ଓ ବୈଜଙ୍ଗିପଡ଼ା ଡାକଘର ଜମା ରାଶି ହେରଫେର ଘଟଣାରେ ୩୭ଜଣ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ୩ଟି ସିବିଆଇ ମାମଲା ରୁଜୁ ହୋଇଛି। ଯେଉଁ ଭାଇଭଉଣୀଙ୍କ ଜମାଅର୍ଥ ବୁଡ଼ିଯାଇଥିଲା ସେମାନଙ୍କ ୭୫ଟି କ୍ଲେମ ମଧ୍ୟରୁ ଲାଛିପଡ଼ା ଓ ବୈଜଙ୍ଗିପଡ଼ା ଡ଼ାକଘରର ୫ଟି ଲେଖାଏଁ କ୍ଳେମ ସମାଧାନ ହୋଇଛି ବୋଲି ସଞ୍ଚାର ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଥିଲେ। ପ୍ରକାଶ ଯେ ହୀରାଖଣ୍ଡ ଏକ୍ସପ୍ରେସର ୧୨ଟି ଏଲଏଚବି କୋଚ ମଧ୍ୟରେ ୧ଟି ଦ୍ୱିତୀୟ ଶ୍ରେଣୀ ଶୀତାତପ ନିୟନ୍ତ୍ରିତ, ୨ଟି ତୃତୀୟ ଶ୍ରେଣୀ ଶ୍ରୀତତାପ ନିୟନ୍ତ୍ରିତ ଏବଂ ୪ଟି ଶୟନଯାନ ଶ୍ରେଣୀ ରହିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories