କାବୁଲ : ଆଫଗାନିସ୍ତାନର ପୂର୍ବତନ ଉପରାଷ୍ଟ୍ରପତି ତଥା ଘୋର୍ ତାଲିବାନ ବିରୋଧୀ ଅମରୁଲ୍ଲା ସାଲେଙ୍କ ବଡ଼ ଭାଇ ରୋହୁଲ୍ଲା ସାଲେଙ୍କୁ ଗୁରୁବାର ରାତିରେ ପଞ୍ଜଶିରରେ ତାଲିବାନୀ ଅକଥନୀୟ ନିର୍ଯାତନା ଦେବା ସହ ଅତି ଜଘନ୍ୟ ଭାବେ ହତ୍ୟା କରିଛନ୍ତି। ତାଲିବାନ ସେନା ଓ ପଞ୍ଜଶିର ପ୍ରତିରୋଧୀ ବାହିନୀ ମଧ୍ୟରେ ସଂଘର୍ଷ ସମୟରେ ରୋହୁଲ୍ଲାଙ୍କୁ ଚିହ୍ନିପାରି ସେମାନେ ନିର୍ଯାତନା ଦେବା ସହ ହତ୍ୟା କରି ଫାଶୀ ଖୁଣ୍ଟରେ ଝୁଲାଇ ଦେଇଥିଲେ। ଅପରପକ୍ଷରେ ପଞ୍ଜଶିର ଦଖଲ କରିନେଇଥିବା ତାଲିବାନ ଦାବି କରୁଥିବାବେଳେ ସେଠାରେ ଏବେ ନିର୍ଯାତନା ଚଳାଇଛି; ତେବେ ତାଲିବାନର ଦାବିକୁ ଅମରୁଲ୍ଲା ସାଲେ ଓ ଜାତୀୟ ପ୍ରତିରୋଧୀ ବାହିନୀ ମୁଖ୍ୟ ଅହମ୍ମଦ ମାସୁଦ ଖଣ୍ଡନ କରିଛନ୍ତି। ସେମାନେ ପଞ୍ଜଶିରରେ ହିଁ ଅଛନ୍ତି ଏବଂ ଠିକ୍ ସମୟରେ ତାଲିବାନକୁ ଜବାବ ଦେବେ ବୋଲି ଘୋଷଣା କରିଛନ୍ତି। ସାଲେ ଓ ମାସୁଦ ଏବେ ତାଜିକିସ୍ତାନରେ ଆତ୍ମଗୋପନ କରିଥିବା ତାଲିବାନ କହୁଛି। ଏହାକୁ ଖଣ୍ଡନ କରି ତାଜିକିସ୍ତାନ ରାଜଧାନୀ ଦୁସାନ୍ବେସ୍ଥିତ ପୂର୍ବ ଆଫଗାନିସ୍ତାନ ସରକାରଙ୍କ ରାଷ୍ଟ୍ରଦୂତ ଜାହିର ଅଘବର କହିଛନ୍ତି ସେ ନିୟମିତ ସାଲେ ଓ ମାସୁଦଙ୍କ ସହ ଯୋଗାଯୋଗରେ ଅଛନ୍ତି। ସେମାନେ ତାଜିକିସ୍ତାନ ଆସି ନାହାନ୍ତି; ପଞ୍ଜଶିରରେ ହିଁ ରହିଛନ୍ତି। ପଞ୍ଜଶିରକୁ ତାଲିବାନ ପୁଣି ଥରେ ଇନ୍ଧନ, ପାଣି ଓ ବିଦ୍ୟୁତ୍ ସହ ସମସ୍ତ ରାସ୍ତା ବନ୍ଦ କରିଛି। ଏହାଦ୍ବାରା ବହୁ ସଂଖ୍ୟକ ଜନତା ଭୋକ ଉପାସରେ ରହିଛନ୍ତି।
Popular Categories



