www.samajalive.in
Tuesday, December 9, 2025
17.1 C
Bhubaneswar

ବ୍ୟାଙ୍କ ଅଫ ଇଣ୍ଡିଆର ୧୧୬ ତମ ପ୍ରତିଷ୍ଠା ଦିବସ

ପାଟଣା : ବ୍ୟାଙ୍କ ଅଫ ଇଣ୍ଡିଆ ଢେଙ୍କିକୋଟ ଶାଖା ପକ୍ଷରୁ ମଙ୍ଗଳବାର କାର୍ୟ୍ୟଳୟ ପରିସରରେ ୧୧୬ ତମ ପ୍ରତିଷ୍ଠା ଦିବସ ଏହାର ସ୍ଥାନୀୟ ବରିଷ୍ଠ ଶାଖା ପରିଚାଳକ ଘନଶ୍ୟାମ ଜେନାଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି। ପ୍ରତିଷ୍ଠା ଦିବସ ପାଇଁ ବ୍ୟାଙ୍କ ସମ୍ମୁଖ ଭାଗକୁ ଫୁଲରେ ସଜା ଯାଇଥିଲା। କାର୍ୟ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ସହକାରୀ ଶାଖା ପରିଚାଳକ ଶାନ୍ତି କୁସୁମ, ମନୋଜ କୁମାର ଜେନା, ଶ୍ୱେତାଲିନା ସେଠୀ, ତୋଳା ମଞ୍ଜରୀ ଭୋଇ,ତପସ୍ଵିନୀ ମାହାଲା,ଜନାର୍ଦ୍ଦନ ନାଏକ, ମନୋଜ ପରିଡ଼ା, ପ୍ରଶାନ୍ତ ପାତ୍ର, ଭବାନୀ ଶଙ୍କର ମୁଖି,ରାମଚନ୍ଦ୍ର ମୁଖୀ, ଗଦାଧର ବାରିକ, ବିଶ୍ଵନାଥ ପ୍ରଧାନ ଓ ମନୋରଞ୍ଜନ ମହାପାତ୍ର ପ୍ରମୁଖ କର୍ମଚାରୀ ମାନଙ୍କ ଉପସ୍ଥିତିରେ ପ୍ରତିଷ୍ଠା ଦିବସ ର ସ୍ମୃତି ଚାରଣ କରାଯାଇଥିଲା। କେନ୍ଦୁଝର ଜିଲ୍ଲାର ଅଗ୍ରଣୀ ବ୍ୟାଙ୍କ ଭାବେ ଜନସାଧାରଣଙ୍କର ଏହି ବ୍ୟାଙ୍କ ଉପରେ ଅଧିକ ଭରସା ଥିବାରୁ କର୍ମଚାରୀ ମାନେ ସେବା ମନୋଭାବ ନେଇ କାର୍ୟ୍ୟ କରିବାକୁ ବରିଷ୍ଠ ଶାଖା ପରିଚାଳକ ଶ୍ରୀ ଜେନା କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ। ସେହିପରି ବ୍ୟାଙ୍କ ଅଫ ଇଣ୍ଡିଆ ତୁରୁମୁଙ୍ଗା ଶାଖାରେ ଶାଖା ପରିଚାଳକ ବନମାଳୀ ରଣା, ମାଧୁରୀ ଟିଗା ଓ ମୀନା ନାୟକ ଏବଂ ପାଟଣା ଶାଖାରେ ଶାଖା ପରିଚାଳକ ଶୁଭାଶିଷ ବେହେରା ଙ୍କ ଉପସ୍ଥିତିରେ ୧୧୬ ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories