www.samajalive.in
Monday, December 15, 2025
17.1 C
Bhubaneswar

ବୌଦ୍ଧରେ ଜାତୀୟ ଚକ୍ଷୁଦାନ ପକ୍ଷ ପାଳିତ

ବୌଦ୍ଧ: ଜାତୀୟ ସ୍ୱାସ୍ଥ୍ୟ ମିଶନ୍‍ର ଜିଲା ତାଲିମ କେନ୍ଦ୍ରଠାରେ ୩୬ତମ ଜାତୀୟ ଚକ୍ଷୁଦାନ ପକ୍ଷ-୨୦୨୧ ପାଳିତ ହୋଇଯାଇଛି। ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଅଭୟ କୁମାର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ବୌଦ୍ଧ ବିଜ୍ଞପିତ ଅଂଚଳର ସମସ୍ତ ଆଶା, ସ୍ୱାସ୍ଥ୍ୟକର୍ମୀ, ଏ.ଏନ୍‍.ଏମ୍‍ ତାଲିମ୍‍ କେନ୍ଦ୍ରର ଛାତ୍ରୀମାନେ ଯୋଗ ଦେଇଥିଲେ। ସଭା ପ୍ରାରମ୍ଭରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ପତାକା ଦେଖାଇ ଚକ୍ଷୁଦାନ ନିମନ୍ତେ ପ୍ରସ୍ତୁତ ହୋଇଥିବା ରଥକୁ ଶୁଭାରମ୍ଭ କରିଥିଲେ। ପରେପରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଚକ୍ଷୁଦାନ, ଅନ୍ଧତ୍ୱ ଦୂରୀକରଣ ନିମନ୍ତେ ସଚେତନତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ଅଗଷ୍ଟ ୨୫ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ୧୫ ଦିନ ବ୍ୟାପି ଜିଲାସ୍ତରରେ ପାଳିତ ହେଉଅଛି।

ମୁଖ୍ୟ ଚିକିତ୍ସାଳୟର ଚକ୍ଷୁ ବିଶେଷଜ୍ଞ ଡା. ବଲ୍ଲଭଚନ୍ଦ୍ର ପ୍ରଧାନ ଚଳିତ ବର୍ଷର ବାର୍ତ୍ତା- “ମୃତ୍ୟୁ ପରେ ମଧ୍ୟ ରହନ୍ତୁ ଜୀବନ୍ତ, ଚକ୍ଷୁଦାନ କରି ଦୂର କରନ୍ତୁ ଅନ୍ଧତ୍ୱ” ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଜିଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ପ୍ରଦୋଷ କୁମାର ମହାପାତ୍ର ଚକ୍ଷୁଦାନର ମହତ୍ୱ ଉପରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲା ପରିବାର କଲ୍ୟାଣ ଅଧିକାରୀ ଡା. ଭଂଜ କିଶୋର ରାମଚନ୍ଦ୍ର ଦେଓ ହେମ୍ବ୍ରମ୍‍, ଡିପିଏମ୍‍ ରୂପକ କୁମାର ମହାପାତ୍ର, ଏ.ଏନ୍‍.ଏମ୍‍ ତାଲିମ୍‍ କେନ୍ଦ୍ରର ଅଧ୍ୟକ୍ଷା ରୀତାଂଜଳି ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ। ଏଡିପିଏଚ୍‍ ସିଓ ସୁନୀଲ୍‍ କୁମାର ନାୟକ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories