ଆଠଗଡ: ଆଠଗଡ ଓକିଲ ସଂଘ ପକ୍ଷରୁ ଗତବର୍ଷ କରୋନା ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ଦିବଙ୍ଗତ ଆଇନଜୀବୀ ପ୍ରଭାସ ଚନ୍ଦ୍ର ସାହୁଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ଆଇନଜୀବୀ ପ୍ରାଣକୃଷ୍ଣ ଦାଶଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସ୍ମୃତି ସଭାରେ ଆଇନଜୀବୀ ଅଦ୍ୱୈତ ଚରଣ ପଣ୍ଡା, ବିଷ୍ଣୁପ୍ରସାଦ ସାହୁ, ପ୍ରସନ୍ନ କୁମାର ରାଉତ, ଶ୍ରୀନାଥ ରଥ, ସପନ କୁମାର ପଟ୍ଟନାୟକ, ଶ୍ୟାମାନନ୍ଦ ମହାରଣା, ରାମନାରାୟଣ ମହାନ୍ତି, ଜଗଦାନନ୍ଦ ତ୍ରିପାଠୀ ପ୍ରମୁଖ ଉଦ୍ବୋଧନ ଦେଇ ଦିବଙ୍ଗତ ଆଇନଜୀବୀ ଶ୍ରୀ ସାହୁଙ୍କ ବହୁମୁଖୀ ପ୍ରତିଭା ସଂପର୍କରେ ସ୍ମୃତିଚାରଣ କରିବା ସହ ତାଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଜଣାଇଥିଲେ। ଓକିଲ ସଂଘ ସଭାପତି ସତ୍ୟେନ ପଣ୍ଡା କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ସଂପାଦକ ବନବିହାରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଦିବଙ୍ଗତ ଆଇନଜୀବୀ ଶ୍ରୀ ସାହୁଙ୍କ ପୁଅ ପ୍ରିତି ପ୍ରକାଶ ଓ ଭାଇ ଉଲ୍ଲାସ ଚନ୍ଦ୍ର ସାହୁ ଏହି ସ୍ମୃତି ସଭାରେ ଉପସ୍ଥିତ ଥିଲେ। ଆଇନଜୀବୀ ପ୍ରକାଶ କୁମାର ସେଠୀ, ଲଳିତ ରଞ୍ଜନ ସାହୁ, ଜ୍ଞାନରଞ୍ଜନ ମହାପାତ୍ର, ପ୍ରମୋଦ କୁମାର ଜେନା ଓ ଜ୍ଞାନପ୍ରକାଶ ଧଳସାମନ୍ତଙ୍କ ସମେତ ଅନ୍ୟମାନେ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
Popular Categories



