www.samajalive.in
Sunday, December 14, 2025
26.1 C
Bhubaneswar

ଆଠଗଡ ଷ୍ଟେଟବ୍ୟାଙ୍କ ପକ୍ଷରୁ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା

ଆଠଗଡ: ପବିତ୍ର ଗୁରୁଦିବସ ଠାରୁ ଆରମ୍ଭ ହୋଇଥିବା ଶିକ୍ଷକ ଉତ୍ସବ ଅବସରରେ ଭାରତୀୟ ଷ୍ଟେଟବ୍ୟାଙ୍କ ଆଠଗଡର ମୁଖ୍ୟଶାଖା ପକ୍ଷରୁ ଏକ ସ୍ୱତନ୍ତ୍ର ଉତ୍ସବରେ ୫ଜଣ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଷ୍ଟେଟବ୍ୟାଙ୍କ ମୁଖ୍ୟ ପରିଚାଳକ ଚନ୍ଦ୍ରଶେଖର ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସାହିତ୍ୟିକ ଅଧ୍ୟାପକ ଡଃ ନାରାୟଣ ପଣ୍ଡା ଯୋଗଦେଇ ଗୁରୁମାନଙ୍କ ବିନା ଶିଷ୍ୟଙ୍କ ଜୀବନ ନିରର୍ଥକ ବୋଲି କହିବା ସହ ଗୁରୁ ହେଉଛନ୍ତି ଶିକ୍ଷାର ଆଲୋକବର୍ତ୍ତିକା ବୋଲି ମତବ୍ୟକ୍ତ କରିଥିଲେ।

ଏହି ଅବସରରେ ଅବସରପ୍ରାପ୍ତ ବୟୋଜ୍ୟେଷ୍ଠ ଶିକ୍ଷକ ପାରେଶ୍ୱର ତ୍ରିପାଠୀ, ଯୋଗିନାଥ ଦାସ, ଦେବରାଜ ଜେନା, ପ୍ରାକ୍ତନ ପ୍ରଧାନଶିକ୍ଷୟିତ୍ରୀ ସଂଯୁକ୍ତା ମିଶ୍ର ଏବଂ ପ୍ରାକ୍ତନ କଲେଜ ଅଧ୍ୟକ୍ଷ ଶରତ କୁମାର ଭଞ୍ଜଙ୍କୁ ବ୍ୟାଙ୍କ ପକ୍ଷରୁ ମୁଖ୍ୟ ପରିଚାଳକ ଓ ମୁଖ୍ୟ ଅତିଥି ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ବ୍ୟାଙ୍କର ବରିଷ୍ଠ ଅଧିକାରୀ ଶୁଭ୍ରାଂଶୁ ବେହେରା, ହରେକୃଷ୍ଣ ସାହୁ, ରାଜଲକ୍ଷ୍ମୀ କାନୁନଗୋ, ଅନୁପମା ବେହେରାଙ୍କ ସମେତ ଅନ୍ୟ କର୍ମଚାରୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସହଯୋଗ କରିଥିଲେ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories