ଦିଲ୍ଲୀ ହାଇକୋର୍ଟ ଆଜି ଏକ ମାମଲାର ଶୁଣାଣି କରି କହିଛନ୍ତି ଯେ ଭାରତୀୟ ଭେଷଜ ଗବେଷଣା ପରିଷଦ – ଆଇସିଏମଆର ନୀରବ ରହିଲେ ଚଳିବନି, ଘରୋଇ ପରୀକ୍ଷାଗାର ସମ୍ବନ୍ଧରେ ଆସୁଥିବା ଅଭିଯୋଗଗୁଡିକ ଉପରେ ଆଇସିଏମଆର ଦୃଷ୍ଟି ଦେବା ସହ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ।
ଜଷ୍ଟିସ ନାଜମି ୱାଜିରିଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ଘରୋଇ ନମୁନା ପରୀକ୍ଷାଗାର ବିରୋଧରେ ଆସିଥିବା ଅଭିଯୋଗ ଉପରେ ଆଇସିଏମଆର ଦୃଷ୍ଟି ଦେବା ଆବଶ୍ୟକ ଏବଂ ସର୍ତ୍ତ ଉଲ୍ଲଂଘନ ହେଲେ ଆଇସିଏମଆର ଅନୁମତି ପ୍ରତ୍ୟାହାର କରିପାରିବ। କୋର୍ଟ କହିଛନ୍ତି ଯେ ଆଇସିଏମଆର ଘରୋଇ ପରୀକ୍ଷାଗାରକୁ ଅନୁମତି ପ୍ରଦାନ କରିଥାଏ। ବର୍ତ୍ତମାନର କରୋନା ସମୟକୁ ନେଇ ସମଗ୍ର ଦେଶ ଯନ୍ତ୍ରଣା ଭୋଗୁଛନ୍ତି ବୋଲି କହିବା ସହ ଆସନ୍ତା ସପ୍ତାହରେ ଏହି ମାମଲାର ଶୁଣାଣି ପାଇଁ ତାଲିକାଭୁକ୍ତ କରିଛନ୍ତି।
ଅନ୍ୟପକ୍ଷରେ ଏକ ସତ୍ୟପାଠରେ ଆଇସିଏମଆର କୋର୍ଟଙ୍କୁ ସୂଚନା ଦେଇଛି ଯେ କୋଭିଡ ପରୀକ୍ଷା ପାଇଁ ଘରୋଇ ଲ୍ୟାବଗୁଡିକୁ ନ୍ୟାସନାଲ ଆକ୍ରିଡେସନ୍ ବୋର୍ଡ ଫର ଟେଷ୍ଟିଂ ଏବଂ କାଲିବ୍ରେସନ୍ ଲାବୋରେଟୋରୀ ପ୍ରମାଣପତ୍ର ଜରୁରୀ ଅଟେ ଓ ସମସ୍ତ କାର୍ଯ୍ୟକଳାପ ଉପରେ ନଜର ରଖାଯାଇଛି।
ଆଇସିଏମ୍ଆର ଦିଲ୍ଲୀ ହାଇକୋର୍ଟଙ୍କୁ କହିଛି ଯେ ଅନଲାଇନ୍ ସ୍ୱାସ୍ଥ୍ୟ ସେବା ଉପରେ ନଜର ରଖିବା ଆଇସିଏମ୍ଆର ଅଧୀନରେ ନାହିଁ। ଏ ନେଇ ଦିଲ୍ଲୀ ସରକାର ଅବମାନନା ପ୍ରକ୍ରିୟା ଆରମ୍ଭ କରିବାକୁ ଆଇସିଏମ୍ଆର ଆବେଦନପତ୍ରରେ ଦର୍ଶାଇଥିବା ଜଣାପଡିଛି।



