www.samajalive.in
Sunday, December 14, 2025
17.1 C
Bhubaneswar

କଳାହାଣ୍ଡି ଜିଲାର ପଥର୍ଲା ଗାଁରେ ନୂଆଁଖାଇ ପାଳିତ

ବୋରିଆ: କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ପଥର୍ଲା ଗାଁରେ ନୂଆଁଖାଇ ପର୍ବ ପାଳନ କରାଯାଇଛି। ପଥର୍ଲା ଗାଁ ସମେତ କଲୋନୀପଡ଼ା, ବାହାଦୁରପଦର, କେସିଙ୍ଗା ଏନଏସିର ପଲକାପଡ଼ାରେ ନୂଅଁାଖାଇ ପାଳିତ ହୋଇଛି। ସୂଚନାଯୋଗ୍ୟ ଯେ ପଶ୍ଚିମ ଓଡ଼ିଶାରେ ପଥର୍ଲାରେ ନୂଆଁଖାଇ ପାଳିତ ପରମ୍ପରାରେ ଏଠାରେ ପ୍ରଥମେ ନବାନ୍ନ ପାଳିତ ହୋଇଥାଏ। ଘରେ ଘରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ନୂଆଁଖାଇ ଭୋଗ ଅର୍ପଣ କରିବା ପରେ ସମସ୍ତେ ନୂଆଁଖାଇ ଥିଲେ। ହର୍ଷ ଉଲ୍ଲାସ ଆନନ୍ଦରେ ଏକ ଶୋଭା ଯାତ୍ରାରେ ଗାଁ ଗୌନ୍ତିଆ ଦଇପାନ ମାଝୀଙ୍କ ଘରକୁ ଯାଇ ନୂଆଁଖାଇର ଅନନ୍ୟ ରୂପ ଜୁହାର୍ ଭେଟ ପର୍ବ ଆରମ୍ଭ କରିଥିଲେ। ଏହି ନୂଆଁଖାଇ ପାଳନର ପରମ୍ପରା ସମ୍ପର୍କରେ କନ୍ଧ ସମ୍ପ୍ରଦାୟର ପୁରୁଖା ସର୍ବେଶ୍ୱର ମାଝୀ ଏକ ରୋଚକ କାହାଣୀ କୁହନ୍ତି।

 

- Advertisement -

ପୂର୍ବେ କଳାହାଣ୍ଡିରେ ଗଙ୍ଗ ବଂଶୀୟ ରାଜା ଶାସନ କରୁଥିଲେ। ଏକଦା ରାଜା ତୀର୍ଥ ଯାତ୍ରା ପାଇଁ ମନ ବଳାଇ ଚାଲିଯିବା ପରେ ରାଜ୍ୟରେ ଅରାଜକତା ଦେଖାଗଲା। ଏଠାରେ ରହୁଥିବା କନ୍ଧମାନେ ନାଗ ବଂଶଶୀୟ ରାଜାଙ୍କୁ ଆଣି ରାଜା କରାଇଥିଲେ। ତୀର୍ଥରୁ ଫେରିବା ପରେ ଗଙ୍ଗ ବଂଶୀୟ ରାଜା ଓ ନାଗ ବଂଶୀୟ ରାଜାଙ୍କ ମଧ୍ୟରେ ବିବାଦ ହୋଇ ଯୁଦ୍ଧର ରୂପ ନେଇଥିଲା। ଯୁଦ୍ଧରେ ନାଗ ବଂଶୀୟ ରାଜାଙ୍କ ସପକ୍ଷରେ କନ୍ଧ ମାନେ ଲଢ଼ିଥିଲେ। ପରେ ନାଗରାଜଙ୍କ ବିଜୟ ହୋଇଥିଲା। ତତ୍କାଳୀନ ଗୌନ୍ତିଆ କମଳ ମାଝୀଙ୍କ ଉପରେ ରାଜା ସନ୍ତୁଷ୍ଟ ହୋଇ ଆଗୁଆ ନୂଅଁାଖାଇ ପର୍ବ ପାଳନ କରିବାକୁ ଆଦେଶ ଦେଇଥିଲେ। ସେହିଦିନଠାରୁ ଆଜି ପର୍ଯ୍ୟନ୍ତ ଏହି ପଥର୍ଲା ଗାଁରେ ଏହି ପରମ୍ପରା ଓ ବିଧି ଚାଲି ଆସୁଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories