www.samajalive.in
Sunday, December 14, 2025
26.1 C
Bhubaneswar

ହକିକୁ ଜାତୀୟ କ୍ରୀଡା ମାନ୍ୟତା ପ୍ରସଙ୍ଗ ସମର୍ଥିତ ଜନସ୍ୱାର୍ଥ ମାମଲା ପ୍ରତ୍ୟାଖାନ କଲେ ସୁପ୍ରିମକୋର୍ଟ

ହକିକୁ ଦେଶର ଜାତୀୟ କ୍ରୀଡା ଭାବେ ମାନ୍ୟତା ଦେବା ନେଇ କେନ୍ଦ୍ର ସରକାର ଓ ଅନ୍ୟାନ୍ୟ ସଙ୍ଗଠନକୁ ଆବଶ୍ୟକ ନିର୍ଦ୍ଦେଶ ଦେବାକୁ ଆଇନଜୀବୀ ବିଶାଲ ତିୱାରି ଦାଖଲ କରିଥିବା ଜନସ୍ୱାର୍ଥ ମାମଲାକୁ ସର୍ବୋଚ୍ଚ ନ୍ୟାୟାଳୟ ଖାରଜ କରିଦେଇଛନ୍ତି। ଜଷ୍ଟିସ ଏସ ରବିନ୍ଦ୍ର ଭଟ ଏବଂ ବେଲା ଏମ ତ୍ରିବେଦୀଙ୍କୁ ନେଇ ଜଷ୍ଟିସ ଉଦୟ ଉମେଶ ଲଲିତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ନିଷ୍ପତ୍ତି ନେଇଛନ୍ତି।

ଆଇନଜୀବୀ ତିୱାରୀ ତାଙ୍କ ଆବେଦନରେ କୋର୍ଟଙ୍କ ଠାରୁ ଜାଣିବାକୁ ଚାହିଁଥିଲେ ଯେ ଯଦି ଦେଶରେ ଏକ ଜାତୀୟ ପଶୁ ରହିପାରିବ, ତେବେ ଦେଶର ଜାତୀୟ ଖେଳ କାହିଁକି ହୋଇ ପାରିବ ନାହିଁ? ଦେଶରେ ବିଭିନ୍ନ ପ୍ରକାର କ୍ରୀଡାର ବିକାଶ, ଖେଳାଳିଙ୍କୁ ଉନ୍ନତ ପ୍ରଶିକ୍ଷଣ ଏବଂ ପାଣ୍ଠି ଯୋଗାଇବା ନିମନ୍ତେ ସରକାରଙ୍କୁ ନିର୍ଦ୍ଦେଶ ଦେବା ଉଦ୍ଦେଶ୍ୟରେ ସେ ନ୍ୟାୟାଳୟଙ୍କୁ ଏହି ଅନୁରୋଧ କରିଥିଲେ।

- Advertisement -

ଏହି ଆବେଦନରେ ଆହୁରି ମଧ୍ୟ କୁହାଯାଇଛି ଯେ କ୍ରିକେଟରେ ଭାରତ ଏକ ସୁପର ପାୱାର୍ ହୋଇଥିବା ବେଳେ ଅନ୍ୟ କ୍ରୀଡା କ୍ଷେତ୍ରରେ ସଂଘର୍ଷ କରୁଛି। କ୍ରିକେଟ୍ ଛାୟାରେ ହକି ଖେଳ ଆବଶ୍ୟକ ପଦକ୍ଷେପ ଏବଂ ସମର୍ଥନ ଅଭାବରୁ ଲୋକପ୍ରିୟତା ହରାଇଛି। ଅନ୍ୟପକ୍ଷରେ କୋର୍ଟ ଏହି ଜନସ୍ୱାର୍ଥ ମାମଲା ଗ୍ରହଣୀୟ ବୋଲି କହିବା ସହ ଲୋକଙ୍କ ମଧ୍ୟରେ ବିଭିନ୍ନ କ୍ରୀଡାକୁ ନେଇ ଉତ୍ସାହ ରହିବ ଆବଶ୍ୟକ ବୋଲି କହିଛନ୍ତି। କୋର୍ଟ କହିଛନ୍ତି ଯେ ମ୍ୟାରୀକମ ପରି ଖେଳାଳିମାନେ ସମସ୍ତ ପ୍ରତିକୂଳ ପରିସ୍ଥିତି ସହ ସଂଘର୍ଷ କରି ସଫଳତାର ଶୀର୍ଷକୁ ଯାଇ ପାରିଛନ୍ତି। ଏଥିରେ କୋର୍ଟ କିଛି କରିପାରିବେ ନାହିଁ। ଏ ବାବଦରେ କୋର୍ଟ ସରକାରଙ୍କୁ ସିଧାସଳଖ ନିର୍ଦ୍ଦେଶ ଦେଇପାରିବେ ନାହିଁ ବୋଲି କହିବା ପରେ ଜନସ୍ୱାର୍ଥ ମାମଲା ଦାୟର କରିଥିବା ଓକିଲ ତାହାକୁ ପ୍ରତ୍ୟାହାର କରିନେଇଛନ୍ତି।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories