www.samajalive.in
Saturday, December 13, 2025
26.1 C
Bhubaneswar

ଟେଷ୍ଟି ପନିର

ଆବଶ୍ୟକ ସାମଗ୍ରୀ
ପନିର – ୨୦୦ ଗ୍ରାମ
ତେଲ – ଆବଶ୍ୟକ ପରିମାଣରେ
କଟା ଟମାଟେ – ୨ଟି
କଟା ଅଦା – ଅଳ୍ପ
କଟା ରସୁଣ – ୩ଟି
କଞ୍ଚା ଲଙ୍କା – ୪ଟି
ହଳଦୀ ଗୁଣ୍ଡ – ଆବଶ୍ୟକ ପରିମାଣରେ
ଲଙ୍କା ଗୁଣ୍ଡ – ଆବଶ୍ୟକ ପରିମାଣରେ
ଧନିଆ ପତ୍ର – ଆବଶ୍ୟକ ପରିମାଣରେ
ଗରମ ମସଲା – ଆବଶ୍ୟକ ପରିମାଣରେ
କଟା ପିଆଜ – ୨ଟି
ଗୋଟା ଜିରା – ଅଳ୍ପ
ଗୋଲମରିଚ ଗୁଣ୍ଡ – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ପନିରକୁ ଛୋଟ ଛୋଟ କାଟି ଏକ ପାତ୍ରରେ ରଖନ୍ତୁ। ଗ୍ୟାସ ଲଗାଇ କଡ଼େଇ ବସାନ୍ତୁ ଓ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଗୋଟା ଜିରା ପକାନ୍ତୁ। ଏବେ ଏଥିରେ କଟା ହୋଇଥିବା ଅଦା, ରସୁଣ , କଞ୍ଚା ଲଙ୍କା , ପିଆଜ ପକାଇ ଭାଜନ୍ତୁ। କିଛି ସମୟ ଭାଜିବା ପରେ ଏଥିରେ କଟା ଟମାଟେ ପକାନ୍ତୁ। ଏବେ ଏଥିରେ ହଳଦୀ ଗୁଣ୍ଡ ,ଲଙ୍କା ଗୁଣ୍ଡ, ଲୁଣ , ଗୋଲମରିଚ ଗୁଣ୍ଡ, କଟା ପନିରକୁ ପକାଇ ସମାନ୍ୟ ପାଣି ଦିଅନ୍ତୁ। ୨ ମିନିଟ ପରେ ଏଥିରେ ଗରମ ମସଲା ,କଟା କଞ୍ଚା ଲଙ୍କା , ଧନିଆ ପତ୍ର ପକାଇ ପୁଣି ୧ ମିନିଟ ଗ୍ୟାସରେ ବସାଇ ଓହ୍ଲାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଟେଷ୍ଟି ପନିର।

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories