www.samajalive.in
Sunday, December 14, 2025
17.1 C
Bhubaneswar

ବୌଦ୍ଧ ଜିଲା ଯୁବ ରେଡକ୍ରସ କାର୍ଯ୍ୟକାରିଣୀ ବୈଠକ

ବୌଦ୍ଧ: ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ପରିସରରେ ବୌଦ୍ଧ ଜିଲା ଯୁବ ରେଡକ୍ରସର ବାର୍ଷିକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଯୁବ ରେଡକ୍ରସର ଜିଲା ସମ୍ପାଦକ ଅଧ୍ୟାପକ ପ୍ରବୀର କୁମାର ଦାସ ପ୍ରଥମେ ସମସ୍ତଙ୍କୁ କାର୍ଯ୍ୟକାରିଣୀ ବୈଠକକୁ ସ୍ୱାଗତ କରିବା ସହିତ ଗତବର୍ଷର ରେଡକ୍ରସ କାର୍ଯ୍ୟକ୍ରମ ଉପରେ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରା ବୈଠକରେ ଅଧ୍ୟକ୍ଷତା କରି କରୋନା ତୃତୀୟ ଲହର ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲାର ସମସ୍ତ ମହାବିଦ୍ୟାଳୟରେ ଯୁବ ରେଡକ୍ରସର କାର୍ଯ୍ୟକ୍ରମକୁ ଆହୁରି ଅଧିକ ତ୍ୱରାନ୍ୱିତ କରିବା ପାଇଁ ପରାମର୍ଶ ଦେଇଥିଲେ। ବୈଠକରେ ମୁଖ୍ୟଅତିଥି ଭାବରେ ରାଜ୍ୟ ଯୁବ ରେକଡକ୍ରସ ଅଧିକାରୀ ଡକ୍ତର ଅକ୍ଷୟ କୁମାର ତ୍ରିପାଠୀ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଯୁବ ରେଡକ୍ରସ ମାଧ୍ୟମରେ ମାନବିକତାର ଭାବ ଜାଗ୍ରତ କରିବା ପାଇଁ ପରାମର୍ଶ ଦେବା ସହିତ ବୌଦ୍ଧଜିଲାର ରେଡକ୍ରସ ସେବା କାର୍ଯ୍ୟକ୍ରମର ପ୍ରଶଂସା କରିଥିଲେ।

ଅନ୍ୟତମ ଅତିଥି ଭାବରେ ଜୁନିୟର ରେଡକ୍ରସର ରାଜ୍ୟ ଅଧିକାରୀ ଲକ୍ଷ୍ମଣ ସ୍ୱାଇଁ ଯୋଗଦେଇ ଜୁନିୟର ରେଡକ୍ରସ, ଯୁବ ରେଡକ୍ରସ ଓ ରେଡକ୍ରସ ପକ୍ଷରୁ ମିଳିତ ଭାବରେ ସମସ୍ତ ପ୍ରକାର ସେବା କାର୍ଯ୍ୟ ସହଜରେ କରାଯାଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବରେ ମୁଖ୍ୟ ଚିକତ୍ସାଳୟର ସହକାରୀ ମୁଖ୍ୟ ଚିକିତ୍ସାଧିକାରୀ ଡା. କିଶୋର ଚନ୍ଦ୍ର ପଟ୍ଟନାୟକ ଯୋଗଦାନ କରି ରେଡକ୍ରସର ସ୍ୱେଛାସେବୀମାନେ ଜଣେ ସ୍ୱାସ୍ଥ୍ୟ ରକ୍ଷକ ଭଳି ବ୍ୟାପକ କାର୍ଯ୍ୟ କରିପାରିବେ ବୋଲି ବକ୍ତବ୍ୟ ରଖିଥିଲେ। ଅନ୍ୟତମ ଅତିଥି ଭାବରେ ଆଞ୍ଚଳିକ ପରିବହନ ବିଭାଗର ଏମଭିଆଇ ପ୍ରମୋଦ କୁମାର ସିଂହ, ଅଗ୍ନିଶମ ବିଭାଗ ଅଧିକାରୀ ସୁଶୀଳ କୁମାର ମଲ୍ଲିକ, ନେହେରୁ ଯୁବକେନ୍ଦ୍ର ର ଜିଲା ସଂଯୋଜକ ଭି.ଏ. ବୋକେନ, ଚାଇଲଡ ଲାଇନର ସଂଯୋଜିକା ବବିନା ନାୟକ, ଜିଲା ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମର ସଂଯୋଜକ ଆଲୋକ କୁମାର ମିଶ୍ର, ଜିଲା ରକ୍ତଦାତା ଓ ପ୍ରବର୍ତ୍ତକ ସଂଘର ସଂପାଦକ ଦେବାଶିଷ ପୁରୋହିତ ପ୍ରମୁଖ ଯୋଗଦାନ କରି ସେମାନଙ୍କର କାର୍ଯ୍ୟକ୍ରମ ସଂପର୍କରେ ଅବଗତ କରାଇବା ସହିତ ଯୁବ ରେଡକ୍ରସର ସ୍ୱେଛାସେବୀମାନଙ୍କ ସହଯୋଗ କାମନା କରିଥିଲେ। ବୈଠକରେ ଜିଲା ରେଡକ୍ରସର ସଂପାଦକ ତଥା ଜିଲା ଜରୁରୀକାଳୀନ ଅଧିକାରୀ ଅବିନାଶ ପାଣ୍ଡିଆ ଯୋଗଦାନ କରି ସମସ୍ତ ସ୍ୱେଛାସେବୀମାନଙ୍କ ଏକ ପଂଜିକା ପ୍ରସ୍ତୁତ କରି ଜିଲାର ବିଭିନ୍ନ ଗଠନମୂଳକ କାର୍ଯ୍ୟରେ ସେମାନଙ୍କୁ ବିନିଯୋଗ କରିବା ସହିତ ଜିଲାରେ ଥିବା ଦୁଃଖୀ, ପିଡିତ, ଅସହାୟମାନଙ୍କ ସୂଚନା ସଂଗ୍ରହ ସହିତ ସେମାନଙ୍କୁ ସହାୟତା ଯୋଗାଇଦେବାକୁ ଆହ୍ୱାନ ଜଣାଇଥିଲେ।

- Advertisement -

ଜିଲାର ସମସ୍ତ ମହାବିଦ୍ୟାଳରେ ସନ୍ଥକବି ଭୀମଭୋଇଙ୍କ ମହାନ ବାର୍ତ୍ତା (ପ୍ରାଣୀଙ୍କ ଆରତ …..) କୁ କାନ୍ଥରେ ଲେଖାଯାଇ ସେଥିରେ ଛାତ୍ରଛାତ୍ରୀମାନଙ୍କୁ ଅନୁପ୍ରାଣିତ କରିବାକୁ ଜିଲାପାଳ ଲଲାଟେନ୍ଦୁ ମିଶ୍ର ଦେଇଥିବା ବାର୍ତ୍ତା ସଂପର୍କରେ ଶ୍ରୀ ପାଣ୍ଡିଆ ସୂଚନା ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲାର ୧୭ ଟି ମହାବିଦ୍ୟାଳୟର ୨୫ ଜଣ ଅଧ୍ୟକ୍ଷ ଓ ଯୁବ ରେଡକ୍ରସର ପରାମର୍ଶଦାତା ଅଂଶଗ୍ରହଣ କରିଥିଲେ। ଜିଲାର ତିନୋଟି ବ୍ଲକରେ ପ୍ରଶିକ୍ଷଣ ଶିବିର କରାଯିବାକୁ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଯୁବ ରେଡକ୍ରସର ମହିଳା ପରାମର୍ଶଦାତା ବାସନ୍ତୀ ପ୍ରଧାନ , ଡଃ. ମହେନ୍ଦ୍ର ନାଥ ଦେବତା ଓ ଦିଲ୍ଲିପ କୁମାର ଖୁଣ୍ଟିଆ ବହୁ ସହଯୋଗ କରିଥିଲେ। ଶେଷରେ ଯୁବ ରେଡକ୍ରସର ସଂଯୋଜକ ସୁରେଶ କୁମାର ଯୋଷୀ ରାଜ୍ୟଶାଖାର ନିର୍ଦ୍ଦେଶାବଳୀ ସଂପର୍କରେ ଆଲୋଚନା କରିବା ସହିତ ଧନ୍ୟବାଦ ପ୍ରଦାନ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories