ମନୁପାଲି ଉଚ୍ଚ ବିଦ୍ୟାଳୟରେ ମୋ ସ୍କୁଲ ଅଭିଯାନ ବୈଠକ

ବୌଦ୍ଧ: ବୌଦ୍ଧବ୍ଲକ ମନୁପାଲି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ମୋସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ପାଇଁ ଏକ ବୈଠକ ପ୍ରଧାନଶିକ୍ଷକ ଲଳିତ ମୋହନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଜିଲା ଶିକ୍ଷା ଅଧିକାରୀ ଉଦୟ ନାଥ ମାଝୀ ଓ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର,ବିଜ୍ଞାନ ପରିଦର୍ଶକ ଦେବେନ୍ଦ୍ର କୁମାର ଦେହୁରୀ ଓ ଲବ କୁ ମାର ଶତପଥୀ ପ୍ରମୁଖ ଯୋଗଦେଇଥିଲେ। ବୈଠକରେ ୬୦ ଜଣ ପୁରାତନ ଛାତ୍ରଛାତ୍ରୀ ଉପସ୍ଥିତ ଥିବାବେଳେ ପ୍ରହହ୍ଳାଦ ଭୋକ୍ତାଙ୍କୁ ଆଲୁମିନି କମିଟିର ସଭାପତି ଭାବରେ ମନୋନୀତ କରାଯାଇଥିଲା। ଏହି ଅବସରରେ ବିଦ୍ୟାଳୟର ଉନ୍ନୟନ କାର୍ଯ୍ୟ ନିମନ୍ତେ ଜିଲା ଶିକ୍ଷା ଅଧିକାରୀ ଶ୍ରୀମାଝୀ ୧୦୦୧ ଟଙ୍କା ଦାନ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ପୂରାତନ ଛାତ୍ରଛାତ୍ରୀଙ୍କଠାରୁ ୧୭ ହଜାର ଟଙ୍କା ସଂଗ୍ରହ ହୋଇଥିବା ପ୍ରଧାନଶିକ୍ଷକ ଶ୍ରୀପଣ୍ଡା ସୂଚନା ଦେଇଥିଲେ। ଶେଷରେ ବିଜ୍ଞାନ ଶିକ୍ଷକ ଫକୀର ଚରଣ ଦେହୁରୀ ଧନ୍ୟବାଦ ପ୍ରଦାନ କରିଥିଲେ।

Comments are closed.