www.samajalive.in
Saturday, December 13, 2025
26.1 C
Bhubaneswar

ବର୍ଷା ପାଇଁ ଇନ୍ଦ୍ର ପୂଜା, ଜିଲ୍ଲାର ଚାଷୀଙ୍କୁ ଭଗବାନ ଭରସା

ବୌଦ୍ଧ: କୃଷି ଭୁତ୍ତିକ ଜିଲାରେ ଅନାବୃଷ୍ଟି ଯୋଗୁଁ ମରୁଡିର ଆଶଙ୍କା ଦେଖା ଦେଇଥିବା ବେଳେ ଚାଷୀ ପରିବାରମାନେ ବର୍ଷା ପାଇଁ ଦେବା ଦେବୀଙ୍କ ଆଶ୍ରୟ ନେଉଥିବା ଦେଖାଯାଇଛି। ଜିଲାର ହରଭଙ୍ଗା ବ୍ଲକ ଅନ୍ତର୍ଗତ ବୀରନରସଂହପୁର ଗ୍ରାମରେ ବର୍ଷା ପାଇଁ ଇନ୍ଦ୍ର ପୂଜା କରାଯାଇଛି। ମିଳିଥିବା ସୂଚନା ମୁତବାକ ଗ୍ରାମ ସଭାପତି ବୁଦ୍ଧିସଗାର ମିଶ୍ରଙ୍କ ନେତୃତ୍ୱରେ ଗ୍ରାମବାସୀଙ୍କ ଦ୍ୱାରା ଇନ୍ଦ୍ରଦେବକୁ ସନ୍ତୁଷ୍ଟ କରିବାକୁ ଶନିବାର ପୂର୍ବାହ୍ନରେ ପୂଜା ଆରମ୍ଭ କରାଯାଇଥିଲା। କର୍ତ୍ତା ଭାବରେ ଗ୍ରାମ ସଭାପତି ଶ୍ରୀ ମିଶ୍ର ଦାୟିତ୍ୱ ତୁଲାଇଥିବା ବେଳେ ପୂଜକ ଭାବରେ ଚିତ୍ତ ରଞ୍ଜନ ମିଶ୍ର ଦାୟିତ୍ୱ ନିର୍ବାହ କରିଥିଲେ। ଜମି ଗୁଡିକରେ ତଳି ମରିବାକୁ ବସିଥିଲା ବେଳେ ଆଗାମୀ ଦିନେ ଦୁଇଦିନ ମଧ୍ୟରେ ମାଟି ଭିଜା ବର୍ଷା ନହେଲେ ମରୁଡି ନିଶ୍ଚିତ ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି।

ଲଘୁଚାପ ପ୍ରଭାବରେ ଆକାଶରେ ବାଦଲ ଦେଖା ଦେଉଥିଲେ ମଧ୍ୟ ବୃଷ୍ଟିପାତର ପରିମାଣ ନେଇ ଚିନ୍ତା ପ୍ରକାଶ ପାଇଛି। ସ୍ଥାନେ ସ୍ଥାନେ ସ୍ୱଳ୍ପ ବର୍ଷା ହେଉଥିଲେ ମଧ୍ୟ ତାହା ମାଟିର ଶୋଷ ମେଣ୍ଟାଇବାରେ ବିଫଳ ରହିଛି। ତେଣୁ ଚାଷୀମାନେ ସ୍ୱାଭାବିକ ବୃଷ୍ଟିପାତ ନେଇ ଆଗୁଆ ସୂଚନା ଦେଇଥିବା ବୈଜ୍ଞାନିକମାନଙ୍କ ଭବିଷ୍ୟବାଣୀ ଉପରୁ ଆସ୍ଥା ତୁଟାଇ ଏବେ ବୃଷ୍ଟିପାତ ପାଇଁ ଦେବାଦେବୀଙ୍କ ଆଶ୍ରୟ ନେଉଥିବା ଦେଖାଯାଉଅଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories