www.samajalive.in
Sunday, December 7, 2025
14.1 C
Bhubaneswar

ସରଣ୍ଡା ହାଇସ୍କୁଲରେ ରାଜ ମିଡ଼ିଆ ପରିବାର ତରଫରୁ କାରୋନା ସଚେତନତା ,ସମ୍ବର୍ଦ୍ଧିତ ହେଲେ କୋରୋନା ଯୋଦ୍ଧା ଓ ପ୍ରକୃତି ମିତ୍ର

ରେଙ୍ଗାଲିକେମ୍ପ : ବରଗଡ଼ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ସରଣ୍ଡା ପଞ୍ଚାୟତ ହାଇସ୍କୁଲ, ଠାରେ ରାଜ୍ ମିଡ଼ିଆ ଲକ୍ଷ୍ମୀ ଟେଲିଭିଜନ ନେଟ ୱାର୍କ ପକ୍ଷରୁ ପଶ୍ଚିମ ଓଡ଼ିଶା ଙ୍କ ତତ୍ୱାବଧାନରେ ସରଣ୍ଡା ହାଇସ୍କୁଲର ପ୍ରଧାନ ଶିକ୍ଷକ ଚିତ୍ତରଞ୍ଜନ ମେହେରଙ୍କ ସଭାପତିତ୍ୱ ରେ କରୋନା ସଚେତନତା ଓ ସମ୍ବର୍ଦ୍ଧନା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ସର୍ଵ ପ୍ରଥମେ ସ୍କୁଲର ଛାତ୍ର ଛାତ୍ରୀ ମାନଙ୍କୁ ସାନାଟାଇଜର ସହ ତୁଣ୍ଡି ବଣ୍ଟନ କରାଯାଇଥିଲା। ଏହି ଅବସରରେ ବୁର୍ଲା ଭୀମସାର ମେଡ଼ିସିନ ବିଭାଗର ଏସିଷ୍ଟାଣ୍ଡ ପ୍ରଫେସର ଡାକ୍ତର ଶଙ୍କର ରାମ ଚନ୍ଦାନୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କୋଭିଡ ସମ୍ବନ୍ଧୀୟ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ। କରୋନାର ଦ୍ଵିତୀୟ ତରଙ୍ଗକୁ ଅତିକ୍ରମ କରି ତୃତୀୟ ତରଙ୍ଗରେ ଭୟଭୀତ ନ ହୋଇ ସରକାରୀ କୋଭିଡ ନିୟମ କୁ ପାଳନ ପୂର୍ବକ ବାରମ୍ବାର ହାତ ଧୋଇବା,ଗହଳି ନକରି ସାମାଜିକ ଦୂରତାକୁ ବଜାୟ ରଖିବା,  କରୋନା ଟୀକା ସମସ୍ତେ ନେବା ସହ ଟୀକାର କୌଣସି ପାର୍ଶ୍ଵ ପ୍ରତିକ୍ରିୟା ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ପ୍ରକୃତି ବନ୍ଧୁ ତଥା ଶିକ୍ଷୟିତ୍ରୀ ଅନୁସୂୟା ଦେବତା,ଚକୁଳି ସରପଞ୍ଚ ପ୍ରତିନିଧି କୈଳାଶ ପ୍ରଧାନ,ସ୍କୁଲ ପରିଚାଳନା କମିଟିର ସଭାପତି ପ୍ରଶାନ୍ତ ମିଶ୍ର, ପୂର୍ବତନ ସଭାପତି ଆନନ୍ଦ ମେହେର ସମେତ କମିଟି ର ସଦସ୍ୟ ମାନେ ମଞ୍ଚାସିନ ରହିଥିଲେ।ରାଜ୍ ମିଡ଼ିଆ ପକ୍ଷରୁ ମେଡ଼ିସିନ ଆସିଷ୍ଟେଣ୍ଡ ପ୍ରଫେସର ଡାକ୍ତର ଶଙ୍କର ରାମ ଚନ୍ଦାନୀ ଙ୍କୁ “କରୋନା ଯୋଦ୍ଧା” ଓ ଶିକ୍ଷୟିତ୍ରୀ ଅନୁସୂୟା ଦେବତାଙ୍କୁ “ପ୍ରକୃତି ମିତ୍ର” ସମ୍ମାନରେ ଫୁଲ ତୋଡା,ଉପଢୌକନ ସହ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ଉଦ୍ଦେଶ୍ୟ ଜ୍ଞାପନରେ ସ୍କୁଲର ଶିକ୍ଷକ ସଚ୍ଚିଦାନନ୍ଦ ପ୍ରଧାନ ରହିଥିବାବେଳେ ପରିଶେଷରେ ସ୍କୁଲର ଶିକ୍ଷକ ଦୀପକ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଆୟୋଜିତ କାର୍ୟ୍ୟକ୍ରମରେ ସ୍କୁଲର ଛାତ୍ରଛାତ୍ରୀ ତଥା ଶିକ୍ଷକ,ଶିକ୍ଷୟିତ୍ରୀ ତଥା କର୍ମଚାରୀ ମାନଙ୍କ ସକ୍ରିୟ ସହଯୋଗ ରହିଥିଲା।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories