www.samajalive.in
Monday, December 15, 2025
17.1 C
Bhubaneswar

ରାଜସ୍ୱ ନୀରିକ୍ଷକ କାର୍ଯ୍ୟାଳୟ ସ୍ଥାପନ ନେଇ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ

ବୌଦ୍ଧ: ବୌଦ୍ଧ ଜିଲା କଣ୍ଟମାଳ ବ୍ଳକର ଶୁଣ୍ଡିପଦର ଠାରେ ୪ ଗୋଟି ପଞ୍ଚାୟତକୁ ନେଇ ଏକ ରାଜସ୍ୱ ନୀରିକ୍ଷକଙ୍କ କାର୍ଯ୍ୟାଳୟ ସ୍ଥାପନ କରିବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି। ଶୁଣ୍ଡିପଦର, ବରଗୋଛା, ବିଳାସପୁର .ଓ ଦପଲା ଗ୍ରାମପଞ୍ଚାୟ୍‍ତକୁ ନେଇ ଏହି ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ସ୍ଥାପନ ନେଇ ଗତ୨୦.୦୫.୨୦ ରିଖରେ ଶୁଣ୍ଡିପଦର ସରପଞ୍ଚ ଓ ଅନ୍ୟମାନେ ଜିଲାପାଳଙ୍କ ଜରିଆରେ ରାଜ୍ୟ ସରକାରଙ୍କ ପାଖରେ ଦାବୀ କରିଥିଲେ। ଦାବିପତ୍ର ପ୍ରଦାନ ପରେ ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚଳାନା ବିଭାଗ ଅତିରିକ୍ତ ସଚିବ ଶୈଳେନ୍ଦ୍ର ଦ୍ୱିବେଦୀ ଗତ ୨୦.୦୭.୨୦ ରିଖରେ ପତ୍ର ସଂଖ୍ୟା ଆରଡିଏମ-ଡିଆରସି-୦୦୧୬-୨୦୧୯ନଂ୨୩୧୬୨ରେ ବୌଦ୍ଧ ଜିଲାପାଳଙ୍କୁ ତଦନ୍ତ କରି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ଖୋଲିବା ଦିଗରେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନଥିବା ଗ୍ରମବାସୀମାନେ ଅଭିଯୋଗ କରିଛନ୍ତି।

ପ୍ରଶାସନର ଏପରି ଅଣଦେଖା ଯୋଗୁଁ ଅଞ୍ଚଳବାସୀ ମନରେ ଅସନ୍ତୋଷ ଦେଖାଦେଇଛି। ଏପଟେ ଶୁଣ୍ଢିପଦରକୁ ଅଣାଦଖା କରାଯାଇ ସେପଟେ ବିଳାସପୁର ଓ ଦପଲା ଠାରେ ସରକାର ରାଜସ୍ୱ ନୀରିକ୍ଷକଙ୍କ କାର୍ଯ୍ୟାଳୟ ସ୍ଥାପନ ନେଇ ସ୍ଥିର କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଶୁଣ୍ଡିପଦର ପଞ୍ଚାୟ୍‍ତ ପୁର୍ବରୁ ମନମୁଣ୍ଡା ରାଜସ୍ୱ ନୀରିକ୍ଷକଙ୍କ କାର୍ଯ୍ୟାଳୟ ଅଧିନରେ ଥିବାବେଳେ ବର୍ତ୍ତମାନ ଏହି ପଞ୍ଚାୟତକୁ ଦପଲା ରାଜସ୍ୱ ନୀରିକ୍ଷକଙ୍କ ଅଧିନରେ ସାମିଲ କରାଯାଇଛି। ତେଣୁ ଗ୍ରାମବାସୀଙ୍କ ପକ୍ଷରୁ ଏହାର ଘୋର ବିରୋଧ କରାଯାଇଛି। ତୁରନ୍ତ ଏହାର ପୁର୍ନବିଚାର କରାଯାଇ ଶୁଣ୍ଡିପଦର ଠାରେ ଏକ ନୂତନ ରାଜସ୍ୱ ନୀରିକ୍ଷକ କାର୍ଯ୍ୟାଳୟ ସା୍ଥପନ କରିବାକୁ ନହେଲେ ଶୁଣ୍ଡିପଦର ପଞ୍ଚାୟତକୁ ମନମୁଣ୍ଡା ରାଜସ୍ୱ ନୀରିକ୍ଷକ ସହ ସାମିଲ ଦାବିରେ ବୁଧବାର ଦିନ ଏକ ପ୍ରତିନିଧି ମଣ୍ଡଳୀ ଜିଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରିବା ସହ ଆଲୋଚନା କରିଥିଲେ। ଏନେଇ ଜିଲାପାଳ ଲଲାଟେନ୍ଦୁ ମିଶ୍ର ଏକ ମାସ ମଧ୍ୟରେ ପଦକ୍ଷେପ ନେବାକୁ ପ୍ରତିଶୃତି ଦେଇଥିବା ଗ୍ରାମବାସୀମାନେ ସୂଚନା ପ୍ରଦାନ କରିଛନ୍ତି। ସମାଜସେବୀ ଅମୀୟ ପ୍ରଧାନଙ୍କ ନେତୃତ୍ୱରେ ଏହି ଦାବୀପତ୍ର ପ୍ରଦାନ ସମୟରେ କମଳ ମିଶ୍ର, କନିଷ୍ଟ ରଣା,ଶରତ ଖଣ୍ଡଗିରି, ସୁଶାନ୍ତ ଦେହୁରୀ,ସ୍ୱାଧିନ ପ୍ରଧାନ, ସ୍ୱାଧିନ କଲତା, ତାପସ ବେଉରା, ରମେଶ ନାଗ, ଦୁଃଶାସନ ଉର୍ମା, ଦତ୍ୟ ବସ୍ତିଆ,ଗୟା ପ୍ରଧାନ, ରାଜୀବ ବଗର୍ତ୍ତୀ ଓ ଅଗସ୍ତି ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories