www.samajalive.in
Sunday, December 14, 2025
26.1 C
Bhubaneswar

ବୌଦ୍ଧଜିଲା ବିଜେପି ନଗର ମଣ୍ଡଳ ୧୦ର କାର୍ଯ୍ୟକାରିଣୀ ବୈଠକ

ବୌଦ୍ଧ: ବୌଦ୍ଧଜିଲା ବିଜେପି ନଗର ମଣ୍ଡଳ ୧୦ର କାର୍ଯ୍ୟକାରିଣୀ ବୈଠକ ସଭାପତି ବ୍ୟୋମକେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲା ବିଜେପି ସଭାପତ ବିପ୍ର ଚରଣ ମହାନ୍ତି ଅତିଥି ଭାବରେ ଯୋଗଦେଇ ଦଳର ନିତି ଆଦର୍ଶ ଓ ଆଗାମୀ ଦିନରେ ଦଳୀୟ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ। ଆୟୋଜିତ କାର୍ଯ୍ୟକାରିଣୀ ବୈଠକରେ ସାତଗୋଟି ରାଜନୈତିକ ଚିଠା ପ୍ରସ୍ତାବ ଆଗତ କରାଯାଇ ଆଲୋଚନା ପରେ ସର୍ବସମ୍ମତିକ୍ରମେ ଅନୁମୋଦନ କରାଯାଇଥିଲା। ବିଶେଷ କରି ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦ ର ୧୭ ଗୋଟି ୱାର୍ଡରେ ପରିମଳ ବ୍ୟବସ୍ଥାକୁ ନେଇ ବୈଠକରେ ଉଦବେଗ ପ୍ରକାଶ କରାଯିବା ସହିତ ପାନୀୟଜଳ ସମସ୍ୟା, ରାସ୍ତାଘାଟ ନିର୍ମାଣରେ ବ୍ୟାପକ ଦୁର୍ନୀତି, ଟ୍ରାଫିକ ସମସ୍ୟା, ସହରର ଛକଗୁଡିକ ଗାଈଗୋରୁଙ୍କ ଆଶ୍ରୟସ୍ଥଳୀ ପାଲଟିବା ସଂପର୍କରେ ଆଲୋଚନା କରାଯାଇଥିଲା।ତିନିବର୍ଷ ହେଲା ନିର୍ବାଚିତ ପ୍ରତିନିଧି ନଥିବା ଯୋଗୁଁ ଜନସାଧାରଣ ମୌଳିକ ସୁବିଧାରୁ ବଞ୍ଚିତ ହୋଇଥିବା ନେଇ ବୈଠକରେ ଆଲୋଚନା କରାଯାଇଥିଲା।

ଏହି ମଣ୍ଡଳ କାର୍ଯ୍ୟକାରିଣୀ ବୈଠକରେ ୬୧ ଜଣିଆଁ ସଦସ୍ୟ ଯୋଗଦେଇ ଆଗାମୀ ଦିନରେ ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କ ସମସ୍ୟା ଅନୁଧ୍ୟାନ କରିବା ସହିତ ତହାର ସମାଧାନ ପାଇଁ ପଦକ୍ଷେପ ନେବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା। ଏହି ବୈଠକରେ ମଣ୍ଡଳ ପ୍ରଭାରୀ ମନୋରଂଜନ ଦାଶ,ସାଧାରଣ ସମ୍ପାଦକ ସତ୍ୟାନନ୍ଦ ପାଣ୍ଡେ,ତାପସ କୁମାର ପଟ୍ଟନାୟକ,ବରିଷ୍ଠ ନେତା ମାଗୁଣି ଗାଇଗୌରିଆ,ଶ୍ୟାମସୁନ୍ଦର ପୁରୋହିତ,ପ୍ରେମାନନ୍ଦ ମିଶ୍ର,ରବି କୁମାର ଦେହୁରୀ ଓ ମଣ୍ଡଳ ସାଧାରଣ ସମ୍ପାଦକ ବିରେନ୍ଦ୍ର ସାହୁ,ଦିଲ୍ଲିପ ଶତପଥୀ,ଶିବାନନ୍ଦ ନାୟକ ଓ ଦେବଦତ୍ତ ଦଲାଲ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ମହିଳା ମୋର୍ଚ୍ଚାର ସଭାନେତ୍ରୀ ମିନା ରାଣୀ ମିଶ୍ର,ନମିତା ରାଣୀ ଦାଶ,ସ୍ୱର୍ଣ୍ଣମୟୀ ପ୍ରଧାନ ପ୍ରମୁଖ ଯୋଗଦେଇ ମହିଳାମାନଙ୍କୁ ଏକତ୍ରିତ କରି ନଗରର ପ୍ରତ୍ୟେକ ୱାର୍ଡରେ ସାଂଗଠନିକ କାର୍ଯ୍ୟକ୍ରମ ଜାରି ରଖିବା ପାଇଁ ଆହ୍ୱାନ ଦେଇଥିଲେ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories