www.samajalive.in
Sunday, December 14, 2025
19.1 C
Bhubaneswar

ବୁଲା ଗୋରୁଗାଈଙ୍କୁ ଧରି ଗୋଶାଳାକୁ ହସ୍ତାନ୍ତର କଲା ବିଜ୍ଞାପିତ ଅଞ୍ଚଳ ପରିଷଦ

ବୌଦ୍ଧ: ଦୀର୍ଘ ଦିନ ହେଲା ସହରର ପ୍ରମୁଖ ସ୍ଥାନମାନଙ୍କରେ ବୁଲା ଗୋରୁଗାଈ ଭିଡ ଜମାଇବା ସହ ଏଣେ ତେଣେ ଶୋଇ ରହୁଥିବାରୁ ବାରମ୍ବାର ଛୋଟ ବଡ ଦୁର୍ଘଟଣା ସବୁ ଘଟୁଥିଲା। ଏହାବ୍ୟତୀତ ଗୋରୁ ପାଳକମାନଙ୍କ ଅବହେଳା ଯୋଗୁଁ ରାସ୍ତାଘାଟରେ ଗୋରୁଗାଈ ପ୍ରତିଦିନ ମଳତ୍ୟାଗ କରିବା ଦ୍ୱାରା ବିଜ୍ଞାପିତ ଅଞ୍ଚଳ ପରିଷଦର ସଫେଇ କର୍ମଚାରୀମାନଙ୍କୁ ନାକେଦମ ହେବାକୁ ପଡୁଥିଲା। ଶେଷରେ ପରିଷଦର ପ୍ରଶାସକ ତଥା ଜିଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ବୁଲା ଗୋରୁଗାଈଙ୍କୁ ଧରି ଜବତ କରାଯିବା ସହିତ ମାଲିକମାନଙ୍କ ଠାରୁ ଜୋରିମାନା ଆଦାୟ କରାଯାଇଥିଲା। କିନ୍ତୁ ଅନେକ ବୁଲା ଗୋରୁଗାଈଙ୍କ କେହି ଦାବିଦାର ନଥିବାରୁ ଜିଲାସ୍ତରୀୟ ବୈଠକରେ ନିଷ୍ପତିକ୍ରମେ ସେମାନଙ୍କୁ ହରଭଙ୍ଗା ବ୍ଲକ ମଥୁରା ପଞ୍ଚାୟତର ଦନ୍ତାପାଲିସ୍ଥିତ ମାହେଶ୍ୱରୀ ଗୋଶାଳାକୁ ପ୍ରତିପାଳନ ନିମନ୍ତେ ପ୍ରଦାନ କରାଯାଇଥିବା ଜଣାପଡିଛି। ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାହୀ ଅଧିକାରୀ ଇଂ. ମନୋରଂଜନ ପଣ୍ଡା ଓ ଜିଲା ପ୍ରାଣୀ ସମ୍ପଦ ଅଧିକାରୀ ଡା. ଅମିତାଭ ପଣ୍ଡାଙ୍କ ଉପସ୍ଥିତିରେ ଦାବିଦାର ନଥିବା ଶତାଧିକ ଗୋରୁଗାଈଙ୍କୁ ଗୋଶାଳାର ଅଧ୍ୟକ୍ଷ ନିର୍ଗୁଣ ମହାକୁଡ ଓ ସମ୍ପାଦକ କୃତ୍ତିବାସ ପଲିଆଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories