www.samajalive.in
Monday, December 15, 2025
14.1 C
Bhubaneswar

ପିପିଲି ପୌରବାସୀଙ୍କ ଅପେକ୍ଷା ବିଜେଡ଼ି ସ୍ୱାର୍ଥକୁ ଗୁରୁତ୍ୱ ଦେଉଛନ୍ତି ଜିଲ୍ଲା ପ୍ରଶାସନ : କଂଗ୍ରେସ

ପିପିଲି : ପିପିଲି ପୌରାଞ୍ଚଳର ଉନ୍ନତି ପାଇଁ ୯୪ଟି ପ୍ରକଳ୍ପ ନିର୍ମାଣ ବାବଦରେ ଆସିଥିବା ୨କୋଟି ୩୭ଲକ୍ଷ ୫୦ ହଜାର ଟଙ୍କାକୁ ଏନ୍‍ଏସି ବିନିଯୋଗ କରିବା ପରିବର୍ତ୍ତେ ଉକ୍ତ ପ୍ରକଳ୍ପ ଗୁଡିକର ନିର୍ମାଣ ଦାୟିତ୍ୱ ପିପିଲି ବ୍ଲକ ହାତକୁ ଟେକିଦେବା ଘଟଣାକୁ କଂଗ୍ରେସ ତୀବ୍ର ସମାଲୋଚନା କରିଛି। ପିପିଲି ପୌରବାସୀଙ୍କ ସ୍ୱାର୍ଥ ଅପେକ୍ଷା ବିଜେଡ଼ି ଦଳର ଛାମୁଆ ନେତା ଓ କର୍ମୀଙ୍କ ସ୍ୱାର୍ଥକୁ ଜିଲା ପ୍ରଶାସନ ତଥା ପୁରୀ ଜିଲାପାଳ ଅଧିକ ଗୁରୁତ୍ୱ ଦେଉଛନ୍ତି ବୋଲି ରାଜ୍ୟ କଂଗ୍ରେସ ମୁଖପାତ୍ର ଆଇନଜିବୀ ନିଶିକାନ୍ତ ମିଶ୍ର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ।

ପିପିଲି ନଗର କଂଗ୍ରେସ କାର୍ଯ୍ୟାଳୟ ଠାରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମିଶ୍ର ସିଧାସଳଖ ଭାବେ ପୁରୀ ଜିଲାପାଳଙ୍କୁ ଟାର୍ଗେଟ କରିଛନ୍ତି। ନିଶିକାନ୍ତଙ୍କ ଅଭିଯୋଗ ଅନୁଯାୟୀ, ପିପିଲି ଏନ୍‍ଏସିରେ ୯୪ଟି ପ୍ରକଳ୍ପ ବାବଦରେ ୨କୋଟି ୩୭ଲକ୍ଷ ୫୦ ହଜାର ଟଙ୍କା ମଞ୍ଜୁର ହୋଇଥିଲା । ଏନ୍‍ଏସି ପକ୍ଷରୁ ଟେଣ୍ଡର ମାଧ୍ୟମରେ ସେହି ପ୍ରକଳ୍ପ ନିର୍ମାଣ କରାଯିବା କଥା । କିନ୍ତୁ ହଠାତ୍‍ ଗତ ମେ ୩୧ ତାରିଖରେ ଜିଲ୍ଲାପାଳ ଏକ ଆଦେଶନାମା ମାଧ୍ୟମରେ ପିପିଲି ଏନ୍‍ଏସିରେ ଉନ୍ନୟନ କାର୍ଯ୍ୟପାଇ ଆସିଥିବା ସମସ୍ତ ୨୩୭ଲକ୍ଷ ୫୦ହଜାର ଟଙ୍କାକୁ ନିଜେ ଖର୍ଚ୍ଚ ନକରି ପିଡି, ଡିଆର୍‍ଡିଏଙ୍କୁ ଫେରସ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ଅର୍ଥକୁ ପୁନଶ୍ଚ ପିପିଲି ବିଡିଓଙ୍କୁ ପ୍ରଦାନ କରି ବିଡିଓଙ୍କ ଜରିଆରେ ପୌରାଞ୍ଚଳର ଉକ୍ତ ୯୪ଟି ପ୍ରକଳ୍ପର ନିର୍ମାଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଯାହାଦ୍ୱାରା ଜିଲା ପ୍ରଶାସନର ବିଜେଡି ପ୍ରିତି ପଦାରେ ପଡିଯାଇଛି ବୋଲି ଶ୍ରୀମିଶ୍ର ଅଭିଯୋଗ କରିଛନ୍ତି। ଗୃହ ଓ ନଗର ଉନ୍ନୟନ ବିଭାଗର ନିର୍ଦ୍ଦେଶନାମା ଅନୁଯାୟୀ କୌଣସି ପ୍ରକଳ୍ପ ୨ଲକ୍ଷ ଟଙ୍କାରୁ ଅଧିକ ହେଲେ ତାହା ଟେଣ୍ଡର ଜରିଆରେ କରାଯିବା ପାଇଁ ବ୍ୟବସ୍ଥା ରହିଥିବା ବେଳେ ପଞ୍ଚ।ୟତିରାଜ ବିଭାଗର ନିର୍ଦ୍ଦେଶନାମା ଅନୁସାରେ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୌଣସି ପ୍ରକଳ୍କ ବିନା ଟେଣ୍ଡରରେ କରାଯାଇପାରିବ। ତେଣୁ ସ୍ଥାନୀୟ ବିଜେଡି ଦଳର ଛାମୁଆ ନେତା ଓ କର୍ମୀ ତଥା ଠିକାଦାରଙ୍କୁ ପଞ୍ଚାୟତରାଜର ନିର୍ଦ୍ଦେଶନାମା ଅଧିକ ସୁହାଉଥିବାରୁ ସେମାନଙ୍କୁ ଲାଭାନ୍ୱିତ କରିବା ପାଇଁ ପିପିଲି ପୌରାଞ୍ଚଳର ଉକ୍ତ ୯୪ଟି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ପିପିଲି ବିଡିଓଙ୍କ ମାଧ୍ୟମରେ କରିବାପାଇଁ ଜିଲାପାଳ ନିର୍ଦ୍ଦେଶ ଜାରି କରିଥିବା ଶ୍ରୀମିଶ୍ର ଗୁରୁତର ଅଭିଯୋଗ କରିଛନ୍ତି । ଉପନିର୍ବାଚନ ଅବ୍ୟବହିତ ପୂର୍ବରୁ ପିପିଲି ପୌରବାସୀଙ୍କ ସ୍ୱାର୍ଥ ଅପେକ୍ଷା ବିଜେଡି ଦଳର କର୍ମୀ ଓ ନେତାଙ୍କ ସ୍ୱାର୍ଥକୁ ଜିଲାପାଳ ଅଧିକ ଗୁରୁତ୍ୱ ଦେଇଥିବା ନିଶିକାନ୍ତ ଅଭିଯୋଗ କରିବା ସହ ସ୍ୱଚ୍ଛତା ଆଳରେ ପଞ୍ଚାୟତିରାଜ ବିଭାଗ ଦ୍ୱାରା ପୌରାଞ୍ଚଳରେ ଚାଲିଥିବା ବିଭିନ୍ନ ପ୍ରକଳ୍ପର ଗଣବତ୍ତାକୁ ଦିନେ ମଧ୍ୟ ଜିଲାପାଳ ସମୀକ୍ଷା କରିନଥିବା ସେ ଅଭିଯୋଗ କରିଛନ୍ତି। ପିପିଲି ସହରାଞ୍ଚଳର ଉନ୍ନୟନ ପାଇଁ ଆସିଥିବା ଅର୍ଥକୁ ସଠିକ ଭାବରେ ବିନିଯୋଗ କରାନଗଲେ ଆଗାମୀ ଦିନରେ ଏହାକୁ ନେଇ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଶ୍ରୀମିଶ୍ର ଚେତାବନୀ ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପିପିଲି ଏନଏସି କଂଗ୍ରେସ ସଭାପତି ଏସ୍‍କେ ମେହେବୁବ, ରାଜ୍ୟ ମହିଳା କଂଗ୍ରେସ ସଂପାଦିକା ନିରୁପମା ପାତ୍ର, ବରିଷ୍ଠ କଂଗ୍ରେସ ନେତା ଗୁଣନିଧି ପ୍ରଧାନ, ଏମଡି ଇମତାଜ ଅଲ୍ଲି, ସୁରେନ୍ଦ୍ର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories