www.samajalive.in
Monday, December 15, 2025
16.1 C
Bhubaneswar

ବୌଦ୍ଧ ଜିଲାକୁ ସଂପୂର୍ଣ୍ଣ ମରୁଡି ଘୋଷଣା ଦାବିରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ବୌଦ୍ଧ: ବୌଦ୍ଧଜିଲାକୁ ସଂପୂର୍ଣ୍ଣ ମରୁଡି ଘୋଷଣା ଦାବିରେ ଆଜି ବୌଦ୍ଧଜିଲା କିଶାନ କଂଗ୍ରେସ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସ୍ଥାନୀୟ ରଘୁନାଥ ମନ୍ଦିର ଠାରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମ କରି ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଜିଲାର ତିନିଗୋଟି ବ୍ଲକ ବୌଦ୍ଧ, ହରଭଙ୍ଗା ଓ କଣ୍ଟାମାଳ ବ୍ଲକର ୬୯ଟି ପଂଚାୟତରେ ମରୁଡି ପ୍ରଭାବ ଦେଖିବାକୁ ମିଳିଛି। ଅନେକ ଜାଗାରେ ଉଠାଜଳ ସେଚନ ପଏଣ୍ଟ ଗୁଡିକ ଅଚଳ ହୋଇ ପଡିଛି। ଏହି ପରିସ୍ଥିତିରେ ଜିଲାକୁ ସଂପୂର୍ଣ୍ଣ ମରୁଡି ଘୋଷଣା କରାଯାଇ ଚାଷୀଙ୍କୁ ଆବଶ୍ୟକିୟ ସହାୟତା ପ୍ରଦାନ କରା ନ ଗଲେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ। ଏଣୁ ଜିଲା କିଶାନ କଂଗ୍ରସ କମିଟି ପକ୍ଷରୁ ଜିଲ୍ଲାକୁ ସଂପୂର୍ଣ୍ଣ ମରୁଡି ଘୋଷଣା, ଫସଲବୀମା ସୁରକ୍ଷିତ, ପ୍ରଚଳିତ କୃଷି ଇନପୁଟ ସହାୟତାର ୨ ଗୁଣ ବୃଦ୍ଧି, ଗ୍ରାମ ପଂଚାୟତ ପରିବର୍ତ୍ତେ ପ୍ରତି ରାଜସ୍ୱ ଗ୍ରାମକୁ ଏକକ ଫସଲ ୟୁନିଟ ଭାବରେ ଗ୍ରହଣ , ଚାଷୀଙ୍କୁ ମାଗଣା ସେଲାର ପମ୍ପ , ଉଠା ଜଳ ସେଚନ ଗୁଡିକ କାର୍ଯ୍ୟକ୍ଷମ,ନଈ ନାଳରୁ ପାଇପ ଯୋଗେ ଚାଷକ୍ଷେତ୍ରକୁ ଜଳସେଚନ ବ୍ୟବସ୍ଥା, ଖରିଫ ଋତୁର କୃଷିଋଣ ଛାଡ, ବିନାସୁଧରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱଳ୍ପ ମିଆଦ ରବି ଋଣ ଲଗାଣ, ଫସଲ ବୀମା କ୍ଷତି ପୂରଣ, ରବି ଚାଷ ପାଇଁ ଆଗୁଆ ମୁଗ, ବିରି, କୋଳଥ, ଯଅ, ମାଣ୍ଡିଆ, ମକା ବିହନ ଆବଶ୍ୟକୀୟ ମୁତାବକ ଚାଷୀଙ୍କୁ ଯୋଗାଇ ଦେବାକୁ ଦାବି କରାଯାଇଛି।

ଜିଲା କିସାନ କଂଗ୍ରେସ କମିଟି ସଭାପତି ରଘୁନାଥ ପଲିଆଙ୍କ ନେତୃତ୍ୱରେ ଏହି ବିକ୍ଷୋଭ ସମାବେଶରେ ରାଜ୍ୟ କିସାନ କଂଗ୍ରେସ କମିଟି ସଭାପତି ଅମୀୟ କୁମାର ପଟ୍ଟନାୟକ, ରାଜ୍ୟ ସାଧାରଣ ସଂପାଦକ ସ୍ୱପ୍ନେଶ୍ୱର ପୃଷ୍ଟି, ପିସିସି ସଭ୍ୟ ରାୟ ସଂଜିବ କୁମାର ଦେଓ, ଜିଲା ଯୁବ କଂଗ୍ରେସ ସଭାପତି ମହେଶ୍ୱର ପ୍ରଧାନ, ଅଚ୍ୟୁତ କର୍ଣ୍ଣ ପ୍ରମୁଖ ସାମିଲ ଥିଲେ।

Hot this week

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

Related Articles

Popular Categories