www.samajalive.in
Sunday, December 14, 2025
26.1 C
Bhubaneswar

ପାଟଣାରେ ବିଜେପିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ

ପାଟଣା: ଆଜି ପାଟଣା ମଣ୍ଡଳ ବିଜେପି ପକ୍ଷରୁ ପାଟଣା କଲ୍ୟାଣ ମଣ୍ଡପ ଠାରେ ଦ୍ଵିତୀୟ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ମଣ୍ଡଳ ସଭାପତି ଅଭୟ କୁମାର ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଅଛି। ମୁଖ୍ୟ ଅତିଥି ଭାବରେ ରାଷ୍ଟ୍ରୀୟ ଅନୁସୂଚିତ ଜନଜାତି ମୋର୍ଚ୍ଚା ସଦସ୍ୟ ତଥା ପାଟଣା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରାର୍ଥୀ ଭବାନୀ ଶଙ୍କର ନାୟକ ଏବଂ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ବିଜେପି ଉପ ସଭାପତି ଗୋପୀନାଥ ରାମ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଗୌତମ ନାଏକ, ପୁର୍ବତନ ମଣ୍ଡଳ ସଭାପତି ପ୍ରହଲ୍ଲାଦ ପଲେଇ, ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ସବୀର କୁମାର ଦାଶ, ପୂର୍ବତନ ବଡ଼ପାଟଣା ସରପଞ୍ଚ ସୋମବାରୀ ମୁଣ୍ଡା, କୃଷକ ମୋର୍ଚ୍ଚା କୋଷାଧ୍ୟକ୍ଷ ଡମ୍ବରୁଧର ମହାନ୍ତ ପ୍ରମୁଖ ମଞ୍ଚାସୀନ ହୋଇ କାର୍ଯ୍ୟକ୍ରମରେ ଉଦବୋଧନ ଦେଇଥିଲେ।

ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ରାଜନୈତିକ ଆଲୋଚନା ମାନ ହେବା ସହିତ ନୂତନ ଭାବେ ଦାୟିତ୍ଵ ପାଇଥିବା ମଣ୍ଡଳ ବିଜେପି ଯୁବମୋର୍ଚ୍ଚା ସଦସ୍ୟଙ୍କୁ ପାଟଣା ମଣ୍ଡଳ ବିଜେପି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ପାଟଣା ମଣ୍ଡଳ ବିଜେପି ଉପ ସଭାପତି ଅର୍ଜୁନ ଚରଣ ମହାନ୍ତ, ସଞ୍ଜୟ ପଲେଇ, ଲଳିତ ମୋହନ ଗିରି, ହରିଶ୍ ମହାନ୍ତ ପ୍ରମୁଖ ଉପସ୍ଥତ ରହି ବୈଠକକୁ ପରିଚାଳନା କରିଥିଲେ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories