www.samajalive.in
Monday, December 8, 2025
16.1 C
Bhubaneswar

କ୍ୟୁଆର କୋଡ ଆଧାରିତ ୟୁପିଆଇ ସମାଧାନ ପି୨ଏମ୍‍ ଡିଜିଟାଲ ଅର୍ଥପୈଠକୁ ଆଗେଇନେବ

ମୁମ୍ବଇ: ଡିଜିଟାଲ ଅର୍ଥ ପୈଠ ଗ୍ରହଣୀୟତାକୁ ଆଉ ପାଦେ ଆଗେଇ ନେଇ ଫିନୋ ପେମେଣ୍ଟ୍‍ସ ବ୍ୟାଙ୍କ କ୍ୟୁଆର କୋଡ ଭିତ୍ତିକ ୟୁପିଆଇ ସମାଧାନ ଜରିଆରେ ବ୍ୟକ୍ତି-ରୁ-ବ୍ୟବସାୟୀ (ପି୨ଏମ) ଅର୍ଥ ପୈଠ ବ୍ୟବସ୍ଥାକୁ ସୁଗମ କରାଉଛି। ବର୍ଦ୍ଧିତ ସ୍ମାର୍ଟଫୋନ ବ୍ୟବହାର, ହାଇସ୍ପିଡ ଇଣ୍ଟରନେଟର ଉପଯୋଗ ଏବଂ ଆଧାର ସଂଯୁକ୍ତ ବ୍ୟାଙ୍କ ଖାତାର ବ୍ୟବହାର ପରିପ୍ରେକ୍ଷୀରେ କ୍ୟୁଆର-କୋଡ ଭିତ୍ତିକ ଅର୍ଥପୈଠ ସମାଧାନର ଅଭିବୃଦ୍ଧି ସମୟରେ ଫିନୋ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ଏଥିସହିତ ବିଶେଷକରି ଇକମର୍ସ ନିମନ୍ତେ ତତ୍‍କ୍ଷଣାତ ଅର୍ଥ ପୈଠ ନେଇ ଗ୍ରାହକଙ୍କର ଆକାଂକ୍ଷାରେ ପରିବର୍ତ୍ତନ ମଧ୍ୟ ଉଚ୍ଚତର କାଗଜ ରହିତ, ଦ୍ରୁତ ଏବଂ ତ୍ରୁଟିଶୂନ୍ୟ ଅନୁଭୂତିର ଚାହିଦାକୁ ଆଗେଇ ନେଉଛି। ଏ ସମ୍ପର୍କରେ ପ୍ରକାଶ କରି ଫିନୋ ପେମେଣ୍ଟ୍‍ସ ବ୍ୟାଙ୍କର ଚିଫ୍‍ ଅପରେଟିଂ ଅଫିସର ଆଶିଷ ଆହୁଜା କହିଛନ୍ତି, ନଗଦ ଅର୍ଥ ଆକାରରେ ପ୍ରାପ୍ୟ ଗ୍ରହଣ କରୁଥିବା ନିୟୁତାଧିକ କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟିକ ସଂସ୍ଥାର ମାଲିକମାନଙ୍କ ପାଇଁ କ୍ୟୁଆର କୋଡ ଭିତ୍ତିକ ୟୁପିଆଇ ଅର୍ଥ ପୈଠ ସମାଧାନ ଡିଜିଟାଲ ହେବାର ଏକ ମହାନ ଉପାୟ ହୋଇଛି। ଏହା ପିଓଏସ୍‍ ମେସିନରେ କାର୍ଡ ସ୍ୱାଇପ କରିବା ପରିବର୍ତ୍ତେ ମୋବାଇଲ ଫୋନ ବ୍ୟବହାର କରି ପି୨ଏମ୍‍ ଅର୍ଥ ପ୍ରଦାନ କରିବା ଅଥବା ଗ୍ରହଣ କରିବାରେ ସାହାଯ୍ୟ କରିଥାଏ। ଆମେ ଅର୍ଥ ଗ୍ରହଣ କରିବା ଏବଂ ଗ୍ରାହକଙ୍କୁ ସେମାନଙ୍କ ନିକଟରେ ନଗଦ ଅର୍ଥ କିମ୍ବା କାର୍ଡ ନଥିଲେ ମଧ୍ୟ ତ୍ରୁଟିଶୂନ୍ୟ, ନିରାପଦ ଓ ସୁରକ୍ଷିତ ଡିଜିଟାଲ ଅର୍ଥ ପୈଠର ସୁଯୋଗ ଯୋଗାଇଦେବାକୁ ଆମର ବ୍ୟାପକ ମର୍ଚ୍ଚାଣ୍ଟ ନେଟୱର୍କକୁ ସଶକ୍ତ କରିବା ଲକ୍ଷ୍ୟ ରଖିଛୁ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories