www.samajalive.in
Wednesday, December 10, 2025
23.1 C
Bhubaneswar

ଚାଲିଛି ଧାରା ଶିରାବଣ; ଜଳ ଖୋଜୁଛି ଜଳଭଣ୍ଡାର

ମାଲକାନଗିରି : ଶ୍ରାବଣ ମାସରେ ଶୁଖିଲା ପଡ଼ିଛି ଚିତ୍ରକୋଣ୍ଡା ଜଳଭଣ୍ଡାର। ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉ ନାହିଁ। ଜଳଭଣ୍ଡାରର ଜଳଧାରଣ କ୍ଷମତା ୧୫୬୦ଫୁଟ ରହିଥିବାବେଳେ ସର୍ବନିମ୍ନ ୧୪୫୭। ଏବେ ଜଳପତ୍ତନ ୧୪୭୯ଫୁଟ ରହିଥିବା ବେଳେ ସେପ୍ଟେମ୍ବର ସୁଦ୍ଧା ଜଳସ୍ତର ବୃଦ୍ଧି ନ ପାଇଲେ ବିଦ୍ୟୁତ୍‍ ଉତ୍ପାଦନ ସମ୍ପୂର୍ଣ୍ଣ ବ୍ୟାହତ ହେବାର ଆଶଙ୍କା ସୃଷ୍ଟି ହୋଇଛି।
ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଜଳଭଣ୍ଡାରରେ ସଂରକ୍ଷିତ ଜଳକୁ ନେଇ ବିଦ୍ୟୁତ୍‍ ଉତ୍ପାଦନ କରିବା ଲାଗି ୧୯୬୬ମସିହାରେ ବାଲିମେଳାରେ ଓଡିଶା ଜଳ ବିଦ୍ୟୁତ୍‍ ନିଗମ ପକ୍ଷରୁ ଏହି ଜଳବିଦ୍ୟୁତ୍‍ କେନ୍ଦ୍ର ନିର୍ମାଣ କରାଯାଇଛି। ପ୍ରାୟ ୫୬କୋଟି ଟଙ୍କା ବ୍ୟୟ ଅଟକଳରେ ପ୍ରାୟ ୬ୟୁନିଟ୍‍ କାର୍ଯ୍ୟକ୍ଷମ କରିବା ଓ ପ୍ରତ୍ୟେକ ୟୁନିଟରେ ୬୦ ମେଗାୱାଟ୍‍ ବିଦ୍ୟୁତ୍‍ ଉତ୍ପାଦନ ଲକ୍ଷ୍ୟ ଥିବାବେଳେ ୧୯୭୩ମସିହାରେ ଏହାର ବିଦ୍ୟୁତ୍‍ ଉତ୍ପାଦନ ଆରମ୍ଭ ହୋଇଥିଲା। ୨୦୦୪ରେ ୨୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ରୁଷ୍‌ର ବିଦ୍ୟୁତ୍‍ ଉତ୍ପାଦନ କମ୍ପାନୀ ଏଲ୍‍.ଏମ୍‍.ଜେଡ ଦ୍ବାରା ରାଜ୍ୟ ସରକାରଙ୍କ ପକ୍ଷରୁ ସପ୍ତମ ଓ ଅଷ୍ଟମ ୟୁନିଟ୍‍ କାର୍ଯ୍ୟକ୍ଷମ କରିଥିବାବେଳେ ବର୍ତ୍ତମାନ ୫୦୦ରୁ ଊର୍ଦ୍ଧ୍ବ ୟୁନିଟ୍‍ ବିଦ୍ୟୁତ ଏଠାରେ ଉତ୍ପାଦନ ହେଉଛି। ଏହି ଜଳ ବିଦ୍ୟୁତ କେନ୍ଦ୍ରକୁ ରକ୍ଷଣାବେକ୍ଷଣ ପାଇଁ ଏକ ଘରୋଇ କମ୍ପାନୀକୁ ଦାୟିତ୍ୱ ଦିଆଯାଇଛି। ବିଦ୍ୟୁତ୍‍ ଉତ୍ପାଦନ ଆରମ୍ଭ ହେବା ପରଠାରୁ ଜଳଭଣ୍ଡାରରେ ଜଳସ୍ତର ମାତ୍ର ଦୁଇଥର ସର୍ବନିମ୍ନସ୍ତରରେ ରହିବାରୁ ବିଦ୍ୟୁତ୍‍ ଉତ୍ପାଦନ ବାଧାପ୍ରାପ୍ତ ହୋଇଥିଲା ା ଚଳିତ ବର୍ଷ କିନ୍ତୁ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଜଳସ୍ତର କମିଯିବାରୁ ବିଦ୍ୟୁତ୍‍ ଉତ୍ପାଦନରେ ବାଧା ସୃଷ୍ଟି ହେବାର ଆଶଙ୍କା ସୃଷ୍ଟି ହୋଇଛି ା ସେହିପରି ଚିତ୍ରକୋଣ୍ଡା ଜଳଭଣ୍ଡାର ଉପରେ ମାଲକାନଗିରି ଜିଲାର ଚାଷୀଙ୍କ ଭାଗ୍ୟ ନିର୍ଭର କରୁଛି। ଚଳିତଥର ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ ରବି ଓ ଖରିଫ ଉଭୟ ଋତୁ ପାଇଁ ଜଳର ଆବଶ୍ୟକତା ରହିଥିବାବେଳେ ଜଳଭଣ୍ଡାରରୁ ନିଷ୍କାସିତ ଜଳ ପୋଟେରୁ ବୃହତ ଜଳସେଚନର ଦୁଇଟି ଡିଭିଜନରେ ସୁର୍ଲୁକୋଣ୍ଡା ଦେଇ ତମସା ବାମ ମୁଖ୍ୟ କେନାଲ ଦ୍ୱାରା ଜଳସେଚନ କରିବାକୁ ଲକ୍ଷ୍ୟ ରଖାଯାଇଥିବାବେଳେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଆଗାମୀ ଦିନରେ ଜଳସେଚନ ପ୍ରଭାବିତ ହେବ ବୋଲି ଆଶା କରାଯାଉଛି। ସିଲେରୁ ନଦୀରେ ନିର୍ମିତ ଏହି ଜଳଭଣ୍ଡାରର ଜଳକୁ ଉଭୟ ଆନ୍ଧ୍ର ଓ ଓଡିଶା ବ୍ୟବହାର କରୁଛନ୍ତି। ଏକ ସ୍ୱତନ୍ତ୍ର ଚୁକ୍ତି ଅନୁଯାୟୀ ଆନ୍ଧ୍ରପ୍ରଦେଶ ଚିତ୍ରକୋଣ୍ଡା ସ୍ପିଲୱେ ଠାରୁ ଆନ୍ଧ୍ରପ୍ରଦେଶର ସିଲେରୁକୁ ଜଳ ନେଇ ସିଲେରୁ ଓ ଡଙ୍କରାଇରେ ଦୁଇଟି ବିଦ୍ୟୁତ୍‍ ପ୍ରକଳ୍ପ ନିର୍ମାଣ କରିଥିବାବେଳେ ବର୍ତ୍ତମାନ ମଧ୍ୟ ଅଧିକ ୩୦ମେଗାୱାଟ ‍ବିଦ୍ୟୁତ୍‍ ଉତ୍ପାଦନ ନେଇ ଓଡ଼ିଶାକୁ ଅନୁରୋଧ କରିଥିଲେ ସୁଦ୍ଧା ବର୍ତ୍ତମାନ ସୁଦ୍ଧା ଏହାର ବିବାଦ ସମାଧାନ ହୋଇପାରିନାହିଁ। ସିଲେରୁ ନଦୀରେ ଜଳଧାରଣ କ୍ଷମତା ୩୬୧୦ ନିୟୁତ କ୍ୟୁବିକ। ତେବେ ଆନ୍ଧ୍ର ସବୁବେଳେ ଓଡିଶାର ଜଳ ଜମି ଉପରେ ଲୋଲୁପ ଦୃଷ୍ଟି ପକାଇବାର ଦୃଷ୍ଟାନ୍ତ ରହିଥିବା ବେଳେ ଚିତ୍ରକୋଣ୍ଡା ଜଳଭଣ୍ଡାରରୁ ବର୍ତ୍ତମାନ ଛଡ଼ାଯାଉଥିବା ଜଳ ଠାରୁ ଅଧିକା ଜଳ ନେଉଥିବାରୁ ବର୍ତ୍ତମାନ ସମସ୍ୟା ସୃଷ୍ଟି ହୋଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଚୁକ୍ତିକୁ ସମ୍ମାନ ଦେଇ କୌଣସି ପଦକ୍ଷେପ ନିଆଯାଉ ନ ଥିବା ବେଳେ ଆନ୍ଧ୍ରପ୍ରଦେଶର ଦାଦାଗିରି କିନ୍ତୁ ଥମିବାର ନା ନେଉନାହିାଁ ପୋଲାଭରମ ପ୍ରକଳ୍ପ ଦ୍ୱାରା ଓଡ଼ିଶାକୁ କ୍ଷତିଗ୍ରସ୍ତ କରାଇବାକୁ ମସୁଧା କରୁଛି। ଚୁକ୍ତି ଠାରୁ ଆନ୍ଧ୍ରକୁ ଅଧିକ ପରିମାଣରେ ଜଳଯୋଗାଣ ବନ୍ଦ କରା ନ ଗଲେ ଆଗାମୀ ଦିନରେ ବାଲିମେଳା ବାଲିମେଳା ପ୍ରକଳ୍ପ ପାଇଁ ବିପଦ ସମ୍ଭାବନା ଦେଖାଦେଇଛି ା ତେଣୁ ବେଳ ଥାଉଣୁ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ​ହୋଇଛି। ବାଲିମେଳା ଜଳ ବିଦ୍ୟୁତ୍‍ ପ୍ରକଳ୍ପର ସର୍ବୋଚ୍ଚ ମୁଖ୍ୟ ପରିଚାଳକ ଆଶିଷ କୁମାର ମହାନ୍ତିଙ୍କୁ ଯୋଗାଯୋଗ କରିବାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏପରି ସମସ୍ୟା ଉପୁଜିନାହିଁ, ଯଦି ଆଗାମୀ ଦିନରେ ବୃଷ୍ଟିପାତ କମ ହୁଏ ତା’ହେଲେ ବିଦ୍ୟୁତ୍‍ ଉତ୍ପାଦନ ପ୍ରଭାବିତ ହେବାର ଆଶଙ୍କା ଥିବା ସେ ପ୍ରକାଶ କରିଛନ୍ତି।

Hot this week

ସୀମା ଟପିଲା ବର୍ବରତା: ୬ବର୍ଷର ଝିଅ ସହିତ ନିର୍ଭୟା ପରି ଘଟଣା

ସମାଜ ଡିଜିଟାଲ ଡେସ୍କ: ଗୁଜୁରାଟର ରାଜକୋଟରେ ଚାଞ୍ଚଲ୍ୟ । ଜଣେ ନିର୍ଦ୍ଦୋଷ,...

ଜେଲ୍‌ ଅଛି ତ ବେଲ୍‌ ଅଛି

କଥା କଥାକେ ଆମ ସମାଜରେ ଅସାମାଜିକ ଲୋକଙ୍କ ମୁହଁରେ ଏହି ବାକ୍ୟ...

ବିପୁଳ ମାଓ ସାମଗ୍ରୀ ଠାବ

ବାଲିଗୁଡା : ବାଲିଗୁଡା ବିଏସ୍‌ଏଫ୍ ଯବାନଙ୍କୁ ବଡ ସଫଳତା ମିଳିଛି। ବଡ଼ଧରଣର...

ଚିନ୍ତାକଳ୍ପ : ଦୃଷ୍ଟିକୋଣ

ଦୃଷ୍ଟିକୋଣ (ଆଭିମୁଖ୍ୟ)ରେ ପରିବର୍ତ୍ତନ ସବୁଠାରୁ ବଡ଼ ପରିବର୍ତ୍ତନ ବୋଲି କୁହାଯାଇଥାଏ। ଆପଣାର...

ସମ୍ପାଦକୀୟ : ଭୂମିକମ୍ପ ବିପତ୍ତି

ଭାରତର ସହରାଞ୍ଚଳ ପାଇଁ ସତର୍କ ଘଣ୍ଟି ଜାପାନରେ ଗତ ୮ ତାରିଖ ଦିନ...

Related Articles

Popular Categories