www.samajalive.in
Wednesday, December 10, 2025
23.1 C
Bhubaneswar

ଆଜିଠୁଁ ଖୋଲିବ ଘଟଗାଁ ତାରିଣୀ ମନ୍ଦିର, ଶ୍ରଦ୍ଧାଳୁ ମାନିବେ କଟକଣା

ପାଟଣା  : ରାଜ୍ୟ ର ଅନ୍ୟତମ ପ୍ରସିଦ୍ଧ ଶକ୍ତି ପୀଠ ଘଟଗାଁର ମା ତାରିଣୀ ମନ୍ଦିର ଆଜି(ମଙ୍ଗଳବାର) ରୁ ଖୋଲିବ ବୋଲି ଟ୍ରଷ୍ଟ ବୋର୍ଡ ସଭାପତି ରାଜେନ୍ଦ୍ର ପଟ୍ଟନାୟକ ସୂଚନା ଦେଇଛନ୍ତି । ଜିଲ୍ଲାପାଳ ଆଶିଷ ଠାକରେଙ୍କ ନିର୍ଦ୍ଦେଶ ମତେ ସମସ୍ତ ଶ୍ରଦ୍ଧାଳୁ କରୋନା କଟକଣା ସ୍ୱରୂପ ମୁହଁରେ ତୁଣ୍ଡି  ପିନ୍ଧିବା ବଧ୍ୟାତାମୂଳକ କରାଯାଇଛି । ମନ୍ଦିର ମଧ୍ୟକୁ ୧୦ ବର୍ଷରୁ କମ ଓ ୬୫ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ ମନା କରା ଯାଇଛି । ଶ୍ରଦ୍ଧାଳୁ ମାନେ ମନ୍ଦିର ମଧ୍ୟକୁ ଭୋଗ ନଡ଼ିଆ, ଧୂପ, ଦୀପ ଆଦି ନେଇପାରିବେ ନାହିଁ ।

- Advertisement -

ଏହା ଛଡା ଅନ୍ୟାଦେଶ ପର୍ଯ୍ୟନ୍ତ ମନ୍ଦିରରେ ବିବାହ ଓ ବ୍ରତ ଆଦି ମଧ୍ୟ ବନ୍ଦ ରହିବ। ତେବେ ଅଭିଭାବକ ମାନେ ସେମାନଙ୍କ ପିଲା ମାନଙ୍କର ଚୂଳ ପକାଇବା ପାଇଁ ପାଞ୍ଚ ନମ୍ୱର୍ ଗେଟ୍ ରେ ପ୍ରବେଶ କରି ପାରିବେ । ସକାଳ ସାଢେ଼ ୭ଟା ରୁ ମଧ୍ୟାହ୍ନ ୧୨ ଟା ଓ ଅପରାହ୍ନ ୪ଟା ରୁ ୭ଟା ଯାଏଁ ମନ୍ଦିର ଖୋଲା ରହିବ ବୋଲି ସୂଚନା ମିଳିଛି ।

Hot this week

ସୀମା ଟପିଲା ବର୍ବରତା: ୬ବର୍ଷର ଝିଅ ସହିତ ନିର୍ଭୟା ପରି ଘଟଣା

ସମାଜ ଡିଜିଟାଲ ଡେସ୍କ: ଗୁଜୁରାଟର ରାଜକୋଟରେ ଚାଞ୍ଚଲ୍ୟ । ଜଣେ ନିର୍ଦ୍ଦୋଷ,...

ଜେଲ୍‌ ଅଛି ତ ବେଲ୍‌ ଅଛି

କଥା କଥାକେ ଆମ ସମାଜରେ ଅସାମାଜିକ ଲୋକଙ୍କ ମୁହଁରେ ଏହି ବାକ୍ୟ...

ବିପୁଳ ମାଓ ସାମଗ୍ରୀ ଠାବ

ବାଲିଗୁଡା : ବାଲିଗୁଡା ବିଏସ୍‌ଏଫ୍ ଯବାନଙ୍କୁ ବଡ ସଫଳତା ମିଳିଛି। ବଡ଼ଧରଣର...

ଚିନ୍ତାକଳ୍ପ : ଦୃଷ୍ଟିକୋଣ

ଦୃଷ୍ଟିକୋଣ (ଆଭିମୁଖ୍ୟ)ରେ ପରିବର୍ତ୍ତନ ସବୁଠାରୁ ବଡ଼ ପରିବର୍ତ୍ତନ ବୋଲି କୁହାଯାଇଥାଏ। ଆପଣାର...

ସମ୍ପାଦକୀୟ : ଭୂମିକମ୍ପ ବିପତ୍ତି

ଭାରତର ସହରାଞ୍ଚଳ ପାଇଁ ସତର୍କ ଘଣ୍ଟି ଜାପାନରେ ଗତ ୮ ତାରିଖ ଦିନ...

Related Articles

Popular Categories