କଟକ : ପୁରୀ ବଗଲା ଧର୍ମଶାଳା ଜମି ବିବାଦ ସଂପର୍କିତ ମାମଲାର ଉଚ୍ଚ ନ୍ୟାୟାଳୟ ଶୁଣାଣି କରି ରାଜ୍ୟ ସରକାରଙ୍କ ନିକଟରୁ ସବିଶେଷ ତଥ୍ୟ ତଲବ କରିଛନ୍ତି। ବଗଲା ଧର୍ମଶାଳା ଜମିର ସାନି ସ୍ଥିତି ସଂକ୍ରାନ୍ତରେ ଅବଗତ କରିବାକୁ ଅଦାଲତ ରାଜ୍ୟ ସରକାରଙ୍କୁ କହିଛନ୍ତି। ଏଥିସହିତ ବଗଲା ଧର୍ମଶାଳା ଜମି ପ୍ରସଙ୍ଗରେ ଗ୍ରହଣ କରାଯାଉଥିବା ନିଷ୍ପତ୍ତିର ଭବିଷ୍ୟତ ବିଚାରାଧୀନ ମାମଲାର ଚୂଡାନ୍ତ ରାୟ ଉପରେ ନିର୍ଭର କରିବ ବୋଲି ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ବି.ପି.ରାଉତରାୟଙ୍କ ଖଣ୍ଡପୀଠ ଅନ୍ତରୀଣ ନିର୍ଦେଶ ଦେଇଛନ୍ତି। ଜଗନ୍ନାଥ ବସ୍ତିଆଙ୍କ ଆବେଦନର ଶୁଣାଣି କରି ଖଣ୍ଡପୀଠ ଏପରି ନିର୍ଦେଶ ଦେଇଛନ୍ତି। ସେପ୍ଟେମ୍ବର ୨୩ରେ ଶ୍ରୀ ବସ୍ତିଆଙ୍କ ଆବେଦନ ସହିତ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଡକ୍ଟର ସମ୍ବିତ ପାତ୍ରଙ୍କ ବଗଲା ଧର୍ମଶାଳା ଜମି ସଂକ୍ରାନ୍ତ ଜନସ୍ବାର୍ଥ ମାମଲାର ଏକତ୍ର ଶୁଣାଣି ପାଇଁ ନିର୍ଦେଶ ଦିଆଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ବଗଲା ଧର୍ମଶାଳା ଜମିକୁ ହୋଟେଲ ଓ ଲଜ ମାଲିକଙ୍କୁ ଦେବା ପ୍ରସଙ୍ଗକୁ ନେଇ ୨୦୧୯ରେ ଶ୍ରୀ ବସ୍ତିଆ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।
Popular Categories



