bjd gruha runa

ସାମାନ୍ୟ ଖସିଲା; ରାଜ୍ୟରେ ଦିନକରେ ୧୨୦୮ ସଂକ୍ରମିତ

BJD Bijuli 480×75 Mob

ଭୁବନେଶ୍ୱର: ରାଜ୍ୟରେ କୋଭିଡ ସଂକ୍ରମଣରେ ସାମାନ୍ୟ ହ୍ରାସ ପରିଲକ୍ଷିତ ହୋଇଛି। ଗୋଟିଏ ଦିନରେ ରାଜ୍ୟରେ ୧୨୦୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୭୦୨ ଏବଂ ସ୍ଥାନୀୟ ସଂକ୍ରମିତ ୫୦୬ ଜଣ ରହିଛନ୍ତି। ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୫୫, ବାଲେଶ୍ୱର ୬୩, ବରଗଡ ୫, ଭଦ୍ରକ ୨୨, ବଲାଙ୍ଗିର ୫ ଏବଂ କଟକ ଜିଲାରୁ ୧୭୩ ଚିହ୍ନଟ ହୋଇଛନ୍ତି।

ଦେବଗଡରୁ ୫, ଢେଙ୍କାନାଳ ୧୫, ଗଜପତି ୧, ଗଞ୍ଜାମ ୧୨, ଜଗତସିଂହପୁର ୬୦, ଯାଜପୁର ୫୭, ଝାରସୁଗୁଡା ୩, କଳାହାଣ୍ଡି ୨, କନ୍ଧମାଳ ୧୬, କେନ୍ଦ୍ରାପଡା ୩୨, କେନ୍ଦୁଝରରୁ ୧୬ ଜଣ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧାରୁ ୨୯୯, କୋରାପୁଟ ୨, ମାଲକାନଗିରି ୪, ମୟୁରଭଞ୍ଜ ୩୩, ନବରଙ୍ଗପୁର ୪, ନୟାଗଡ ୨୫, ନୂଆପଡା ୨ ଏବଂ ପୁରୀରୁ ୫୮ ଚିହ୍ନଟ ହୋଇଛନ୍ତି। ଏହି ସମୟ ମଧ୍ୟରେ ରାୟଗଡା ୮, ସମ୍ବଲପୁର ୨୪, ସୋନପୁର ୩, ସୁନ୍ଦରଗଡ ୨୦ ଏବଂ ଷ୍ଟେଟପୁଲରୁ ୮୪ ଜଣ ଚିହ୍ନଟ ହୋଇଛନ୍ତି। ଦିନକରେ ୧୬୫୨ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ସଂପ୍ରତି ରାଜ୍ୟରେ ୧୩୦୦୬ ସକ୍ରିୟ କରୋନା ରୋଗୀ ରହିଛନ୍ତି।

Comments are closed.