www.samajalive.in
Sunday, December 7, 2025
14.1 C
Bhubaneswar

ଗୁଳି ଚଳାଇଥିବା ମିଜୋରାମ ପୁଲିସର ଫଟୋ ଜାରିକଲା ଆସାମ ପୁଲିସ

ଗୁଆହାଟି: ଆମାସ ଓ ମିଜୋରାମ ମଧ୍ୟରେ ସୀମା ବିବାଦକୁ କେନ୍ଦ୍ରକରି ଆସାମ ପୁଲିସ ବାହିନୀ ଉପରକୁ ଗୁଳି ଚଳାଇଥିବା ମିଜୋରାମ ପୁଲିସ ଓ ଦୁର୍ବୃତ୍ତଙ୍କ ଫଟୋ ଆସାମ ପୁଲିସ ଜାରି କରିଛି। ୨୬ ତାରିଖରେ ଦୁଇ ରାଜ୍ୟ ସୀମାନ୍ତରେ ଘଟିଥିବା ସଂଘର୍ଷରେ ମୋଟ ସାତଜଣ ପ୍ରାଣ ହରାଇଥିଲେ। ସେମାନଙ୍କ ମଧ୍ୟରେ ଆସାମ ପୁଲିସର ୬ଜଣ ଓ ଜଣେ ସାଧାରଣ ନାଗରିକ ଥିବା ଜଣାଯାଇଛି। ଏଥିସହିତ ଗୁଳି ଚଳାଇଥିବା ମିଜୋରାମ ପୁଲିସ ଓ ଦୁର୍ବୃତ୍ତଙ୍କ ସମ୍ପକରେ ସୂଚନା ଯୋଗାଇବାକୁ ଆସାମ ସରକାର ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ସହାୟତା ଘୋଷଣା କରିଛନ୍ତି। ଏହି ସଂଘର୍ଷରେ ୫୦ରୁ ଅଧିକ ଆଲୋକ ଆହତ ହୋଇଛନ୍ତି। ଏଥିରେ ଆସାମର କାଚାର ଜିଲା ପୁଲିସ ଅଧୀକ୍ଷକ ମଧ୍ୟ ଆହତ ହୋଇଥିବା ଜଣାଯାଇଛି।

ଆସାମର ସ୍ୱତନ୍ତ୍ର ପୁଲିସ ମହାନିର୍ଦ୍ଦେଶକ ଜି ପି ସିଂହ ସୂଚନା ଦେଇ କହିଛନ୍ତି ଯେ ଭାରତୀୟ ଦଣ୍ଡବିଧି ଆଇନର ଉପଯୁକ୍ତ ଧାରାରେ ଏକ ମାମଲା ରୁଜ୍ଜୁ କରାଯାଇଛି। ଇତିମଧ୍ୟରେ ଆସାମ ପୁଲିସ ପକ୍ଷରୁ କୁହାଯାଇଛି ଯେ ଅପରାଧୀଙ୍କୁ ନିଶ୍ଚିତ ଭାବରେ ଗିରଫ କରାଯାଇ ସେମାନଙ୍କ ବିରୁଦ୍ଧରେ ନ୍ୟାୟିକ ପ୍ରକ୍ରିୟା ଆରମ୍ଭ କରାଯିବ। ଦୁଇ ରାଜ୍ୟ ମଧ୍ୟରେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଏଡାଇବାକୁ ରାଜ୍ୟ ସୀମାରେ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ (ସିଆରପିଏଫ) ଯବାନଙ୍କୁ ମୁତୟନ କରାଯାଇଛି। ଏହି ଘଟଣାକୁ ନେଇ ଦୁଇ ରାଜ୍ୟର ସରକାର ପରସ୍ପର ଉପରେ ଦୋଷ ଲଦୁଥିବାବେଳେ ଏହା ପଛରେ ମିଜୋମା ସାଂସଦଙ୍କ ହାତଥିବା ସନ୍ଦେହ କରିଛନ୍ତି ହିମନ୍ତ ବିଶ୍ୱ ଶର୍ମା।

Hot this week

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

Related Articles

Popular Categories