www.samajalive.in
Monday, December 8, 2025
16.1 C
Bhubaneswar

୯୯.୩% ଅଚଳ ନୋଟ୍‍ ବ୍ୟାଙ୍କକୁ ଫେରିଛି: ଆରବିଆଇ

ମୁମ୍ବଇ: ବିମୁଦ୍ରାକରଣ ଘୋଷଣା ପରେ ଅଚଳ ହୋଇଯାଇଥିବା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‍ ମଧ୍ୟରୁ ପ୍ରାୟ ୯୯.୩% ଆରବିଆଇ ପାଖକୁ ଫେରି ଆସିଛି। ବୁଧବାର ପ୍ରକାଶିତ ରିଜର୍ଭ ବ୍ୟାଙ୍କ ଅଫ୍‍ ଇଣ୍ଡିଆର ବାର୍ଷିକ ରିପୋର୍ଟରେ ଏ ସମ୍ପର୍କରେ ଉଲ୍ଳେଖ ରହିଛି।
୨୦୧୬, ନଭେମ୍ବର ୮ତାରିଖରେ କେନ୍ଦ୍ର ସରକାର ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‍କୁ ଅଚଳ ଘୋଷଣା କରିଥିଲେ। ଦେଶରୁ କଳାଟଙ୍କା ବିଲୋପ ପାଇଁ ଏହି ପଦକ୍ଷେପ ନିଆଯାଇଛି ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସେତେବେଳେ କୁହାଯାଇଥିଲା। କିନ୍ତୁ କଳାଟଙ୍କା ମହଜୁଦକାରୀମାନେ ବିଭିନ୍ନ ଉପାୟରେ ସେମାନଙ୍କ ପାଖରେ ଥିବା କଳାଟଙ୍କା ବ୍ୟାଙ୍କରେ ଜମା କରି ସେଗୁଡ଼ିକୁ ବୈଧ କରିଦେଇଥିଲେ। ସେତେବେଳେ ବଜାରରେ ପ୍ରଚଳିତ ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‍ ମଧ୍ୟରୁ ୯୯% ବିଭିନ୍ନ ବ୍ୟାଙ୍କ ଜରିଆରେ ଆରବିଆଇ ପାଖକୁ ଫେରି ଆସିଥିବା ଅଭିଯୋଗ ହୋଇଥିଲା। କେନ୍ଦ୍ର ସରକାର ଏହି ଅଭିଯୋଗକୁ ଅସ୍ୱୀକାର କରି ଆସୁଥିଲେ। କିନ୍ତୁ ଏବେ ଆରବିଆଇର ରିପୋର୍ଟ କେନ୍ଦ୍ର ସରକାରଙ୍କୁ ଅଡ଼ୁଆରେ ପକାଇଛି।
ଆରବିଆଇ ରିପୋର୍ଟରେ ଉଲ୍ଲେଖିତ ତଥ୍ୟାନୁଯାୟୀ, ୨୦୧୬ ନଭେମ୍ବର ୧୫ ତାରିଖରେ ବଜାରରେ ମୋଟ ୧୫,୪୧୭.୯୩ ଲକ୍ଷ କୋଟି ଟଙ୍କାର ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‍ ପ୍ରଚଳନ ଥିବା ବେଳେ ମୋଟ ୧୫,୩୧୦.୭୩ ଲକ୍ଷ କୋଟି ଟଙ୍କାର ନୋଟ୍‍ ଫେରି ଆସିଥିଲା। ସେହିପରି ବିମୁଦ୍ରାକରଣ ପରେ ଅଧିକ ସଂଖ୍ୟାରେ ୫୦୦ ଟଙ୍କିଆ ନୋଟ୍‍ ବଜାରକୁ ଛାଡ଼ିବାକୁ ପଡ଼ିବାରୁ ନୋଟ ମୁଦ୍ରଣ ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇଥିଲା। ବିମୁଦ୍ରାକରଣ ପରେ ଆରବିଆଇ ନୋଟ୍‍ ମୁଦ୍ରଣ ପାଇଁ ସେହି ଆର୍ଥିକ ବର୍ଷରେ ୭,୯୬୫ କୋଟି ଟଙ୍କା ଖର୍ଚ୍ଚ କରିଛି। ପୂର୍ବ ଆର୍ଥିକ ବର୍ଷରେ ନୋଟ୍‍ ଖର୍ଚ୍ଚ ଥିଲା ୩,୪୨୧ କୋଟି ଟଙ୍କା। ସେହିପରି ୨୦୧୭ ଜୁଲାଇରୁ ୨୦୧୮ ଜୁନ୍‍ ମଧ୍ୟରେ ନୋଟ୍‍ ମୁଦ୍ରଣ ପାଇଁ ଆରବିଆଇ ଆଉ ୪, ୯୧୨ କୋଟି ଟଙ୍କା ଖର୍ଚ୍ଚ କରିଥିଲା।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories