www.samajalive.in
Monday, December 15, 2025
16.1 C
Bhubaneswar

‘ପୋଲାଭରମ ପ୍ରକଳ୍ପ ବିସ୍ଥାପିିତଙ୍କ ପାଇଁ ସଂସଦରେ ସ୍ବର ଉଠାନ୍ତୁ ସାଂସଦ’

କୋରାପୁଟ: ଗୋଦାବରୀ ନଦୀ ଉପରେ ଆନ୍ଧ୍ର ପକ୍ଷରୁ ନିର୍ମାଣ ହେଉଥିବା ପୋଲାଭରମ ପ୍ରକଳ୍ପ ସମ୍ପର୍କରେ ମୁହଁ ଖୋଲିଛନ୍ତି ଯୁବ ଓଡ଼ିଶା ସଭାପତି ତେଜେଶ୍ବର ପରିଡ଼ା। ଏହି ପ୍ରକଳ୍ପ ଦ୍ବାରା ଓଡ଼ିଶାର ଶେଷ ଜିଲା ମାଲକାନଗିରି ଜିଲାର ଶେଷ ସୀମାନ୍ତରେ ପ୍ରଭାବିତ ହେବାକୁ ଥିବା ହଜାର ହଜାର ଆଦିବାସୀଙ୍କ ପାଇଁ ଓଡ଼ିଶା ପକ୍ଷରୁ ପ୍ରତିନିଧିତ୍ବ କରୁଥିବା ବିଭିନ୍ନ ରାଜନୈତିକ ଦଳର ସାଂସଦ ସଂସଦରେ ନିଜ ସ୍ବର ତୀବ୍ର କରିବାକୁ ​ସେ ଦାବି ଜଣାଇଛନ୍ତି। ବହୁ ପ୍ରକଳ୍ପ ଯୋଗୁଁ ଓଡ଼ିଶାର ବହୁ ଅଞ୍ଚଳ ଗତ ଦିନରେ ପ୍ରଭାବିତ ହୋଇସାରିଥିବାବେଳେ ପୁଣି କିଛି ଗାଁ ସବୁଦିନ ପାଇଁ ବୁଡ଼ି ଅଞ୍ଚଳ ହେବାକୁ ଯାଉଛି। ଗୋଟିଏ ପଟେ ଏହି ପ୍ରକଳ୍ପ ଜାତୀୟ ପ୍ରକଳ୍ପର ମାନ୍ୟତା ପାଇ ପୂର୍ଣ୍ଣାଙ୍ଗ ରୂପ ନେବାକୁ ଯାଉଥିବାବେଳେ ଏକ ସମ୍ଭାବ୍ୟ ମହାବିପତ୍ତି ଅପେକ୍ଷାରେ ମାଲକାନଗିରି ଜିଲାର ଶହଶହ ଆଦିବାସୀ।

ଏଭଳି ସମୟରେ ପ୍ରକଳ୍ପ ବିରୋଧରେ ଓଡ଼ିଶାର ସାଂସଦ ଚୁପ ନ ରହି ସ୍ବର ଉତ୍ତୋଳନ କରିବାକୁ ଶ୍ରୀ ପରିଡ଼ା ଦାବି ଜଣାଇଛନ୍ତି। ସୂଚନାଯୋଗ୍ୟ ଆଜି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଆକାଶମାର୍ଗରୁ ଏହି ପ୍ରକଳ୍ପ ପରିଦର୍ଶନ କରିଛନ୍ତି। କିଛିବର୍ଷ ପୂର୍ବେ ଦେଶର ରାଜଧାନୀ ଦିଲ୍ଲୀରେ ଏହି ପ୍ରକଳ୍ପ ବିରୋଧରେ ବିକ୍ଷୋଭ, ଧାରଣା ଓ ଆନ୍ଦୋଳନ ହୋଇଥିଲେ ମଧ୍ୟ କିଛି ସୁଫଳ ମିଳିଲାନି। ଦୀର୍ଘବର୍ଷର ଆନ୍ଦୋଳନ ପରେ ଓଡ଼ିଶାର ସ୍ବାର୍ଥ ଓ ଦାବି ପୂରଣ ହୋଇପାରିନାହିଁ। ଗୋଟିଏ ପଟେ ଓଡ଼ିଆଙ୍କ ଦାବି, ଅନ୍ୟପଟେ ଆନ୍ଧ୍ରର ପ୍ରକଳ୍ପକୁ ଜାତୀୟ ପ୍ରକଳ୍ପର ମାନ୍ୟତା, ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଆନ୍ଦୋଳନର କି ସୁଫଳ ମିଳିଛି ସେସବୁର ତର୍ଜମା କରାଯିବାର ଆବଶ୍ୟକତା ରହିଥିବା ବେଳେ ଓଡ଼ିଆଙ୍କ ପାଇଁ କାନ୍ଦୁଥିବା ଅନେକ ନେତା, ସାମାଜିକ ସଙ୍ଗଠନ ପାଇଁ ଆତ୍ମସମୀକ୍ଷା କରିବାର ସମୟ ଆସିଛି। ମାଲକାନଗିରି ଜିଲାର ଯେଉଁସବୁ ଗାଁ ଏହି ପ୍ରକଳ୍ପ ଦ୍ୱାରା ସବୁଦିନ ପାଇଁ କ୍ଷତିଗ୍ରସ୍ତ ହେବ, ଯେତେ ସବୁ ଜମି ସବୁଦିନ ପାଇଁ ପାଣିରେ ବୁଡ଼ିଯିବ, ପ୍ରବଳ ବନ୍ୟାରେ ଜଳମଗ୍ନ ହେବ, ଆଉ ଅତ୍ୟନ୍ତ ଗରିବ ଅନୁସୂଚିତ ଜାତି, ଜନଜାତି, ପଛୁଆ ବର୍ଗ, ସାଧାରଣ ମୂଲିଆ, ଖଟିଖିଆ ମଣିଷ ସବୁଦିନ ପାଇଁ ନିଜର ଭିଟାମାଟି, ଜୀବିକା ହରାଇବେ, ସେମାନଙ୍କ ଅବସ୍ଥା କ’ଣ ହେବ ସେସବୁ ଚିନ୍ତା କରିବାର ଆବଶ୍ୟକତା ରହିଛି। ନାଁ ସେମାନଙ୍କ ସମସ୍ୟାର ଚୀର ସମାଧାନ ହୋଇପାରିବ ନାଁ ସେମାନଙ୍କ କଥା ବହୁ ଦୂର ଭୁବନଶ୍ବରରେ ପହଞ୍ଚି ପାରିବ। ଏଣୁ ଯେଉଁମାନଙ୍କ ପାଇଁ ଓଡ଼ିଶାରୁ ପ୍ରତିନିଧିତ୍ବ କରିବାକୁ ସୁଯୋଗ ମିଳୁଛି ସେମାନଙ୍କ ପାଇଁ ରାଜନୈତିକ ନେତୃବର୍ଗ ସର୍ବୋପରି ସାଂସଦମାନେ ଏହି ପ୍ରକଳ୍ପ ବିରୋଧରେ ସ୍ବର ଉତ୍ତୋଳନ କରିବାକୁ ମାଳଭୂମିରେ ଦାବି ଜୋର ଧରିଛି। ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିବାବେଳେ ପୋଲାଭରମ ପ୍ରକଳ୍ପ ବିରୋଧରେ ଓଡ଼ିଆଙ୍କ ସ୍ବର କ୍ଷୀଣ ହୋଇ ନ ଯାଉ, ଆମ ରାଜ୍ୟର ସାଂସଦମାନେ ଏହା ବିରୋଧରେ ସ୍ବର ଉଠାଇ ଗଣତାନ୍ତ୍ରିକ ପଦ୍ଧତିରେ ସଂଗ୍ରାମ କରିବାକୁ ବିଭିନ୍ନ ମହଲରେ ମତପ୍ରକାଶ ପାଉଛି।

Hot this week

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

Related Articles

Popular Categories