www.samajalive.in
Monday, December 15, 2025
16.1 C
Bhubaneswar

ଚାଷୀ ବାଡ଼ିରେ ଶୀତଳଭଣ୍ଡାର – ହଟିବ ଚିନ୍ତା, ହସିବେ ଚାଷୀ

କୋରାପୁଟ: ଆଉ ହାଟରୁ ଶୁଖିଲା ପରିବା ବାଝେଇ ଘରକୁ ଫେରିବାକୁ ପଡ଼ିବନି, ପଚିସଢ଼ିଯିବା ଭୟରେ ଆଉ ସେମାନଙ୍କୁ ନିଜ ଝାଳବୁହା ପରିଶ୍ରମକୁ ରାସ୍ତାରେ ଫିଙ୍ଗିବାକୁ ପଡ଼ିବନି କି ଶାଗ ମାଛ ଦରରେ ନିଜ ଉତ୍ପାଦିତ ପନିପରିବାକୁ ବିକ୍ରି କରିବାକୁ ପଡ଼ିବ ନାହିଁ। ନିଜ ବାଡ଼ିରେ ହିଁ ସେମାନେ ପ୍ରାୟ ଏକ ସପ୍ତାହ ପର୍ଯ୍ୟନ୍ତ ପନିପରିବାକୁ ସତେଜ ରଖିପାରିବେ, ଏଥିପାଇଁ ନାଁ ସେମାନଙ୍କୁ ଆବଶ୍ୟକ ପଡ଼ିବ ବିଦ୍ୟୁତ, ସୋଲାର କିମ୍ବା ବ୍ୟାଟେରି। ବିନା ଖର୍ଚ୍ଚରେ ନିଜ ବାଡ଼ିରେ ଶୀତଳଭଣ୍ଡାର​‌ ନିର୍ମାଣ କରାଯିବା ପରେ ଏବେ ଚାଷୀ ମନରୁ ଚିନ୍ତା ହଟିବ ଓ ସେମାନେ ହସି ଉଠିବେ ବୋଲି ଆଶା ପ୍ରକାଶ ପାଉଛି।

କୋରାପୁଟ ଜିଲାର ବିଭିନ୍ନ ଗ୍ରାମାଞ୍ଚଳରେ ବହୁ ପରିମାଣରେ ବିଭିନ୍ନ ପନିପରିବା ଚାଷ ହେଉଥିବାବେଳେ ଶୀତଳଭଣ୍ଡାର ଅଭାବ ଓ ଏସବୁ ସଂରକ୍ଷଣ ଅସୁବିଧା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା। ଏପରିକି ଶୀତଳଭଣ୍ଡାର ଅଭାବରୁ କ୍ଷେତରୁ ଅମଳ ପୂର୍ବରୁ କ୍ଷେତରେ ହିଁ ପଚିସଢ଼ି ନଷ୍ଟ ହୋଇଯାଉଥିଲା। ଆଉ କିଛି ଚାଷୀ ହାଟ ବଜାରକୁ ପରିବା ଆଣି ଶୁଖିଲା ପନିପରିବା ଧରି ଘରକୁ ଫେରୁଥିଲେ, କିଏ ପୁଣି ଶାଗମାଛ ଦରରେ ନିଜର ଉତ୍ପାଦିତ ପନିପରିବା ବିକ୍ରି କରିବାକୁ ବାଧ୍ୟ ହେଉଥିଲେ। ଏହାକୁ ଦୃଷ୍ଟିରେ ରଖି ଜିଲା ଜିଲା ଜୀବିକା ମିଶନ ପକ୍ଷରୁ କିଭଳି ଚାଷୀଙ୍କ ପନିପରିବା ସଂରକ୍ଷିତ ରଖାଯାଇପାରିବ ସେ ଚିନ୍ତାରେ ଚାଷୀଙ୍କ ନିଜ ବାଡ଼ିରେ ହିଁ ପନିପରିବା ଶୀତଳଭଣ୍ଡାର ନିର୍ମାଣ କରାଯିବା ପାଇଁ ଯୋଜନା ପ୍ରସ୍ତୁତ କରାଯିବା ସହ କାର୍ଯ୍ୟକାରୀ କରାଯାଇଛି। ରୋକାର୍ଟ ବୈଷୟିକ ଜ୍ଞାନକୌଶଳ ଆଧାରରେ ଜିଲାର ସେମିଳିଗୁଡ଼ା ବ୍ଲକର ପାକଝୋଲା ଓ ଦୁଧାରୀ ଏବଂ ଲକ୍ଷ୍ମୀପୁର ବ୍ଲକର ପଞ୍ଚଡ଼ା, ଭିତରଗୁଡ଼ା, ଗୌଡ଼ଗୁଡ଼ା ଆଦି ପଞ୍ଚାୟତରେ ଏଭଳି ପ୍ରାୟ ୩୭ଟି ପନିପରିବା ଶୀତଳଭଣ୍ଡାର ନିର୍ମାଣ କରାଯାଇପାରିଛି।

- Advertisement -

ଏଥିପାଇଁ ପ୍ରତ୍ୟେକ ଶୀତଳଭଣ୍ଡାର ପାଇଁ ୪୭ହଜାର ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ଚାଷୀଙ୍କୁ ମାତ୍ର ୩ହଜାର ୫୦ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି। ବିନା ବିଦ୍ୟୁତ, ବିନା ବ୍ୟାଟେରି କିମ୍ବା ବିନା ସୋଲାରରେ ଏହାକୁ ନିର୍ମାଣ କରାଯାଇପାରୁଥିବା ଯୋଗୁଁ ଚାଷୀ ମଧ୍ୟ ଖୁବ ଆଗ୍ରହ ପ୍ରକାଶ କରୁଛନ୍ତି। ନିଜ ଜମି ପାଖରେ ଉତ୍ପାଦିତ ପନିପରିବାକୁ ସତେଜ ରଖିପାରିବାର ଏହି ଅଭିନବ ବ୍ୟବସ୍ଥା ଚାଷୀ ମହଲରେ ବେଶ ଆଦୃତ ହୋଇପାରିଥିବା ବେଳେ ଏହା ଅନେକାଂଶରେ ଚାଷୀ ସମ୍ମୁଖୀନ ହୋଇ ଆସୁଥିବା ସମସ୍ୟାକୁ ଦୂରେଇ ପାରିଥିବା ବେଳେ ଆଗାମୀ ଦିନରେ ସମଗ୍ର ଜିଲାରେ ଏଭଳି ୨୦୦ରୁ ୨୫୦ଟି ଶୀତଳଭଣ୍ଡାର କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଏହା ଚାଷୀଙ୍କ ପାଇଁ ବେଶ ସହାୟକ ହୋଇପାରିବ ବୋଲି କୋରାପୁଟ ଜିଲା ଜୀବିକା ମିଶନର ଜିଲା କାର୍ଯ୍ୟକ୍ରମ ପରିଚାଳିକା ସସ୍ମିତା ସାମନ୍ତରାୟ ସୂଚନା ଦେଇଛନ୍ତି।

Hot this week

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

Related Articles

Popular Categories