www.samajalive.in
Monday, December 15, 2025
14.1 C
Bhubaneswar

ଓସିଏ ପକ୍ଷରୁ ୧୪ ଜିଲା, ଭୁବନେଶ୍ବର କ୍ରିକେଟ ଏକାଡେମୀର ଶିଳାନ୍ୟାସ

କଟକ: ତୃଣମୂୂଳ ସ୍ତରରୁ କ୍ରିକେଟ ଭିତ୍ତିଭୂମି, ଉତ୍ତମ ପ୍ରଶିକ୍ଷଣ ଓ ଦକ୍ଷ ଖେଳାଳି ସୃଷ୍ଟିକରିବା ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିବା ଭିଜନ୍‌-୨୦୨୪ ଯୋଜନାରେ ଆଉ ପାଦେ ଆଗେଇଛି ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ)। ଜିଲାସ୍ତରରେ କ୍ରିକେଟ ଭିତ୍ତିଭୂମି ସୃଷ୍ଟିକରିବା ଲକ୍ଷ୍ୟରେ ୧୪ ଜିଲା ଓ ଭୁବନେଶ୍ବରରେ କ୍ରିକେଟ ଏକାଡେମୀ ନିର୍ମାଣ କରାଯିବ। ଏଥିପାଇଁ ସୋମବାର ଓସିଏ ପକ୍ଷରୁ ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଓସିଏ ସମ୍ମିଳନୀ କକ୍ଷରେ ଆୟୋଜିତ ଆଭାସୀ ଶିଳାନ୍ୟାସ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ରାଜ୍ୟ କ୍ରୀଡ଼ା ଓ ଯୁବସେବା​‌ ମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡ଼ା ବିଭାଗର ପ୍ରମୁଖ ଶାସନ ସଚିବ ବିଶାଳ ଦେବ, ଓଡ଼ିଶା ଫୁଟ୍‌ବଲ ତଥା ଓଡ଼ିଶା ଦୌଡ଼କୁଦ ଅସୋସିଏସନ୍‌ର ସମ୍ପାଦକ ଆଶୀର୍ବାଦ ବେହେରା ପ୍ରମୁଖ ଯୋଗ ଦେଇଥିଲେ। ଅତିଥିମାନେ ୧୪ ଜିଲା ଓ ଭୁବନେଶ୍ବର କ୍ରିକେଟ ଏକାଡେମୀକୁ ଆଭାସୀ ମାଧ୍ୟମରେ ଶିଳାନ୍ୟାସ କରିଥିଲେ।

- Advertisement -

ଓସିଏ ଅନୁବନ୍ଧିତ ୧୪ ଜିଲା- ସୁନ୍ଦରଗଡ଼, ସମ୍ବଲପୁର, ବଲାଙ୍ଗୀର, ସୋନପୁର, ନୂଆପଡ଼ା, ଅନୁଗୋଳ, ଢେଙ୍କାନାଳ, ଯାଜପୁର, ମୟୁରଭଞ୍ଜ, ଭଦ୍ରକ, ବାଲେଶ୍ବର, କଟକ, ଖୋର୍ଦ୍ଧା, ଗଜପତି ଓ ଭୁବନେଶ୍ବରରେ ଅତ୍ୟାଧୁନିକ କ୍ରିକେଟ ଏକାଡେମୀ ନିର୍ମାଣ କରାଯିବ। ଉକ୍ତ ଏକାଡେମୀ ୨ ମାସ ମଧ୍ୟରେ କାର୍ଯ୍ୟକ୍ଷମ ହେବ। ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଥିଲେ, ଓଡ଼ିଶା ଦେଶର କ୍ରୀଡା ପେଣ୍ଠସ୍ଥଳୀ ପଥରେ ଅଗ୍ରସର ହେଉଛି।

କ୍ରୀଡ଼ା ଭିତ୍ତିଭୂମି ସହ ଖେଳାଳିମାନଙ୍କୁ କିଭଳି ଉତ୍ତମ ପ୍ରଶିକ୍ଷଣ ଯୋଗାଇ ଦେଇହେବ; ସେ ନେଇ ଆମେ ଯୋଜନା ପ୍ରଣୟନ କରିଛୁ। ଓସିଏର ଭିଜନ-୨୦୨୪ ବହୁତ ଭଲ ପଦକ୍ଷେପ। ଏହା ରାଜ୍ୟରେ ତୃଣମୂଳସ୍ତରରୁ ଖେଳାଳି ସୃଷ୍ଟିକରିବା ସହିତ ଅନ୍ତର୍ଜାତୀୟ ଖେଳାଳି ମଧ୍ୟ ଆଗାମୀ ଦିନରେ ବାହାରି ପାରିବେ ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି। ଟ୍ରେନର ଓ ପ୍ରଶିକ୍ଷକଙ୍କୁ ମଧ୍ୟ ବୈଷୟିକ ଜ୍ଞାନରେ ଦକ୍ଷ କରିବା ନେଇ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶାକୁ ଦେଶର ୧ ନମ୍ବର ରାଜ୍ୟରେ ପରିଣତ କରିବା ନେଇ ନବୀନ ପଟ୍ଟନାୟକଙ୍କ ସ୍ବପ୍ନକୁ ସାକାର କରିବା ଆମର ଲକ୍ଷ୍ୟ ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି।

କ୍ରୀଡ଼ା ବିଭାଗର ପ୍ରମୁଖ ସଚିବ ବିଶାଳ ଦେବ୍‌ କହିଥିଲେ, ଗୋଟିଏ କିମ୍ବା ୨ଟି ଜିଲାରେ କ୍ରୀଡ଼ା ଭିତ୍ତିଭୂମି ସୃଷ୍ଟି ହେଲେ କ୍ରୀଡ଼ାର ବିକାଶ ହୋଇପାରିବ ନାହିଁ। ଆମକୁ ପ୍ରତ୍ୟେକ ଜିଲାରେ କ୍ରୀଡ଼ା ଭିତ୍ତିଭୂମି ସୃଷ୍ଟି କରିବାକୁ ପଡ଼ିବ। ଏଥିପାଇଁ ସରକାର ମଧ୍ୟ ପଦକ୍ଷେପ ଗ୍ରହଣ କରିଛନ୍ତି। ଓସିଏ ୧୪ଟି ଜିଲା ସମେତ ଭୁବନେଶ୍ବରରେ କ୍ରିକେଟ ଏକାଡେମୀ ନିର୍ମାଣ ନେଇ ଯୋଜନା ବହୁତ ଭଲ ପଦକ୍ଷେପ। ଏହା ଦ୍ବାରା ରାଜ୍ୟର ତୃଣମୂଳସ୍ତରରୁ ଖେଳାଳି ସୃଷ୍ଟିହେବା ସହିତ ଟର୍ଫ ୱିକେଟ୍‌ରେ ଅଭ୍ୟାସ କରିବା ନେଇ ସୁଯୋଗ ପାଇପାରିବେ ବୋଲି କ୍ରୀଡ଼ା ସଚିବ ଶ୍ରୀ ଦେବ୍‌ କହିଛନ୍ତି। ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି, ସମ୍ପାଦକ ସଞ୍ଜୟ ବେହେରା, କୋଷାଧ୍ୟକ୍ଷ ବିକାଶ ପ୍ରଧାନ, ଉପସଭାପତି ଅକ୍ଷର କୁମାର ସାମନ୍ତ, ଯୁଗ୍ମ ସମ୍ପାଦକ ମେହ୍‌ତାବ ଖାଁ, ଆପେକ୍ସ କାଉନ୍‌ସିଲ ସଦସ୍ୟ ଶୁଭାଶିଷ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଓସିଏ ପକ୍ଷରୁ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ସଚିବ ବିଶାଳ ଦେବଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories