www.samajalive.in
Sunday, December 7, 2025
16.1 C
Bhubaneswar

ସନ୍ଧ୍ୟା ୬ଟା – ମୁଖ୍ୟ ଖବର

–କରୋନା ସଂକ୍ରମଣ ପାଇଁ ଭୁବନେଶ୍ବରରେ ମାଇକ୍ରୋ କଣ୍ଟେନ୍‌ମେଣ୍ଟ। ଖଣ୍ଡଗିରି ଅଞ୍ଚଳରେ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜାରି କଲା ବିଏମ୍‌ସି। ଖଣ୍ଡଗିରି ସତ୍ୟସାଇ ଏନ୍‌କ୍ଲେଭ ଏଚ୍‌ଆଇଜି ୧୧ରୁ ୬୧ ଯାଏଁ କଣ୍ଟେନ୍‌ମେଣ୍ଟ। ସମ୍ପୃକ୍ତ ଅଞ୍ଚଳରେ କିଛି ପଜିଟିଭ ବାହାରିବାରୁ ବିଏମ୍‌ସିର ପଦକ୍ଷେପ

–ରାଜ୍ୟରେ ବଳବତ୍ତର ରହିଲା ଆଂଶିକ ଲକ୍‌ଡାଉନ୍‌। ଅଗଷ୍ଟ ୧ ତାରିଖ ଯାଏ ସରକାର ଆଂଶିକ ଲକ୍‌ଡାଉନ୍‌କୁ ବଳବତ୍ତର ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଆଜି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏନେଇ ସୂଚନା ଦେଇଛନ୍ତି। ତା’ସହିତ ନୂଆ ଗାଇଡ୍‌ ଲାଇନ୍‌ ମଧ୍ୟ ଜାରି କରାଯାଇଛି।

- Advertisement -

–ଅଗଷ୍ଟ ୧ ଯାଏଁ ଆଂଶିକ ତାଲାବନ୍ଦ; ରାଜ୍ୟ ପାଇଁ ନୂଆ ଗାଇଡଲାଇନ। ସମଗ୍ର ରାଜ୍ୟରେ ଗଡିବ ବସ ; ପୁରୀରେ ଜୁଲାଇ ୨୫ ପର୍ଯ୍ୟନ୍ତ ବସ ଚଳାଚଳକୁ ବାରଣ। ବସରେ ଯେତିକି ସିଟ୍ ସେତିକି ଲୋକ ଯିବାକୁ ଅନୁମତି ମିଳିବ।

ଟ୍ୟାକ୍ସି, ଅଟୋ ରିକ୍ସା ସମଗ୍ର ରାଜ୍ୟରେ ଚଳାଚଳ କରିପାରିବ। ଦୋକାନ ବଜାର ଯେତିକି ସମୟ ଖୋଲିବ, ସେତିକି ସମୟ ଚାଲିବ ଟ୍ୟାକ୍ସି, ଅଟୋ

–କାଟେଗୋରୀ-ଏରେ ରାତି ୮ଟା ଯାଏଁ ଦୋକାନ ଖୋଲା ରହିବ। କାଟେଗୋରୀ-ବିରେ ସନ୍ଧ୍ୟା ୫ଟା ଯାଏଁ ଦୋକାନ ବଜାର ଖୋଲା ରହିବ। କାଟେଗୋରୀ-ବିରେ ରାତ୍ରିକାଳୀନ କର୍ଫ୍ୟୁ ଜାରି ରହିବ। ଏହାସହ ଏଠାରେ ସପ୍ତାହନ୍ତ ସଟଡାଉନ ବଳବତ୍ତର ରହିବ।

–ସାରା ରାଜ୍ୟରେ ପାର୍ଲର, ସ୍ପା, ଜିମ, ସେଲୁନ ଆସନ୍ତା କାଲି ଠାରୁ ଖୋଲିବ। ହୋଟେଲ ଓ ରେସ୍ତୋରାଁରେ କେବଳ ପାର୍ସଲ ପାଇଁ ଅନୁମତି ; ବିବାହ ଓ ଶୁଦ୍ଧି କାର୍ଯ୍ୟରେ ପୂର୍ବପରି କଟକଣା ବଳବତ୍ତର

–ମଲ୍‍, ସିନେମା ହଲ, ପାର୍କ, ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ପୂର୍ବ ପରି ବନ୍ଦ ରହିବ। ବାର୍ ବନ୍ଦ ରହିବ, ରେଷ୍ଟୁରାଣ୍ଟ ଖାଦ୍ୟ ପାର୍ସଲ ଦେଇପାରିବେ ବିନା ଦର୍ଶକରେ ଆଉଟଡୋର୍ ସ୍ପୋର୍ଟସକୁ ସରକାରଙ୍କ ଅନୁମତି

–ଭୁବନେଶ୍ୱର ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ଏକ୍‌ମୋ ମେସିନ ଉଦଘାଟିତ; ସପ୍ତାହକ ମଧ୍ୟରେ ଆରମ୍ଭ ହେବ ଚିକିତ୍ସା। ଏହାସହିତ  ଭୁବନେଶ୍ବର ଏମ୍‌ସରେ ଖୁବ ଶୀଘ୍ର ଦ୍ବିତୀୟ ଏକ୍‌ମୋ ମେସିନ କାର୍ଯ୍ୟକ୍ଷମ ହେବ-ଏମ୍‌ସ ନିର୍ଦେଶିକା

–ସ୍ୱାଧୀନତା ପୂର୍ବରୁ ତତ୍କାଳୀନ ଔପନିବେଶକ ଶାସନ ସମୟରେ ରାଜଦ୍ରୋହ ଆଇନ ପ୍ରଣୟନ କରାଯାଇଥିଲା ।   ସ୍ୱାଧୀନତାର ୭୫ ବର୍ଷ ପରେ ରାଜଦ୍ରୋହ ଆଇନ ଆଉ ଆବଶ୍ୟକ କି? କେନ୍ଦ୍ରକୁ ସୁପ୍ରିମ କୋର୍ଟଙ୍କ ପ୍ରଶ୍ନ

–ଅମ୍ରିତା ଶେର ଗିଲଙ୍କ ଦ୍ୱାରା ଅଙ୍କିତ ଚିତ୍ର ୨୭.୮ କୋଟି ଟଙ୍କାରେ ନିଲାମ। ବିଶିଷ୍ଟ ହଙ୍ଗେରୀ-ଭାରତୀୟ ଚିତ୍ରକର ଅମ୍ରିତା ଶେର ଗିଲଙ୍କ ଦ୍ୱାରା ଅଙ୍କିତ ଏକ ଚିତ୍ର ରେକର୍ଡ ୨୭.୮ କୋଟି ଟଙ୍କାରେ ନିଲାମ ହୋଇଛି ।

–୧୯୩୮ରେ ଏହି ଚିତ୍ର ଅଙ୍କା ଯାଇଥିଲା ଏବଂ ମୁମ୍ବଇସ୍ଥିତ ଏକ ନିଲାମକାରୀ ସଂସ୍ଥା ସାଫ୍ରୋନାର୍ଟ ଦ୍ୱାରା ଏହାକୁ ନିଲାମ କରାଯାଇଥିଲା । ଏହି ବିକ୍ରି ଜଣେ କଳାକାରଙ୍କ କଳାକୃତିକୁ ନିଲାମ ଜରିଆରେ ସର୍ବାଧିକ ମୂଲ୍ୟରେ ବିକ୍ରି କରିବାରେ ରେକର୍ଡ ସୃଷ୍ଟି କରିଛି ।

–ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଏଠାକୁ ଦିନିକିଆ ଗସ୍ତ କରିବା ସହିତ ଏଠାରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ପରିସରରେ ଏକାଧିକ ପ୍ରକଳ୍ପ ଉଦଘାଟନ କରିଛନ୍ତି । ବାରାଣସୀରେ ୧୫୦୦ କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ଜମ୍ମୁ ବାୟୁସେନା ସ୍ଥଳ ନିକଟରେ ପୁଣି ଉଡିଲା ଡ୍ରୋନ। ଏହି ଡ୍ରୋନ ଉଡୁଥିବାବେଳେ ତାକୁ ନିରାପତ୍ତା ବାହିନୀ ଠାବ କରିଥିଲେ। ଡ୍ରୋନ ଉଡିବା ସମୟରେ ସେଠାରେ ସ୍ଥାପନ କରାଯାଇଥିବା ଡ୍ରୋନ ଠାବକାରୀ ରାଡାର ପ୍ରଯୁକ୍ତି ଡ୍ରୋନକୁ ତୁରନ୍ତ ଠାବ କରିବାରେ ସମର୍ଥ ହୋଇଥିଲା।

ପାକିସ୍ତାନକୁ ଲାଗିଥିବା ଆଫଗାନିସ୍ତାର ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳକୁ ତାଲିବାନ ନିଜ ଦଖଲକୁ ନେଇଛି। ତାଲିବାନ ମୁଖପାତ୍ର ଜବିହଉଲ୍ଲା ମୁଜାହିଦ ଏକ ଭିଡିଓ ଜାରି କରି ଏହି ସୂଚନା ଦେଇଛନ୍ତି।

ଉତ୍ତର ପ୍ରଦେଶ ପୁଲିସର ଏଟିଏସ ଦ୍ୱାରା ଗିରଫ ହୋଇଥିବା ଦୁଇ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଜମାତ ଉଲେମା ଇ ହିନ୍ଦ୍‍ ଆଇନଗତ ସହାୟତା ଯୋଗାଇଦେବ।  ଏହି ଦୁଇ ସନ୍ଦିଗ୍ଧଙ୍କୁ ଏଟିଏସ ଦ୍ୱାରା ଉତ୍ତର ପ୍ରଦେଶର କାକୋରିସ୍ଥିତ ଦୁବାଗା ଅଞ୍ଚଳରୁ ଗିରଫ କରାଯାଇଥିଲା।

ତୈଳଦର ବୃଦ୍ଧି ପ୍ରତିବାଦରେ ବାମଦଳ ଗୁଡିକ ପକ୍ଷରୁ ଆଜି ଓଡ଼ିଶା ବନ୍ଦ ଡାକରା

ରାଜ୍ୟରେ ଦିନକ ମଧ୍ୟରେ ୨୧୧୦ ନୂଆ ସଂକ୍ରମିତ ଚିହ୍ନଟ ; ନୂଆ ସଂକ୍ରମିତଙ୍କ ମଧ୍ୟରେ ସଂଗରୋଧରୁ ୧୨୧୩ ଏବଂ ସ୍ଥାନୀୟ ସଂକ୍ରମିତ ୮୯୭। ୨୪ ଘଣ୍ଟାରେ ୭୨,୩୨୨ ନମୁନା ପରୀକ୍ଷାସଂକ୍ରମଣ ହାର ୨.୯୨% ଚିହ୍ନଟ

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୬ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ; କରୋନା ଜନିତ ମୃତ୍ୟୁସଂଖ୍ୟା ୪୮୬୧। ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୧,୮୦୬ ନୂଆ ସଂକ୍ରମିତ ଚିହ୍ନଟ

ଗୋଟିଏ ଦିନରେ ୩୯,୧୩୦ ଆକ୍ରାନ୍ତ ସୁସ୍ଥ ; ମୋଟ ୩,୦୧,୪୩,୮୫୦ ଜଣ କରୋନାରୁ ଆରୋଗ୍ୟଲାଭ କରିସାରିଛନ୍ତି। ଦେଶରେ ସଂପ୍ରତି ୪,୩୨,୦୪୧ ଜଣ ସଂକ୍ରିୟ ସଂକ୍ରମିତ

ସମଗ୍ର ଦେଶରେ ୪୩.୮୦ କୋଟି ନମୁନା ପରୀକ୍ଷା। ଦୈନିକ ସଂକ୍ରମଣ ହାର ୨.୧୫% ; ସାପ୍ତାହିକ ସଂକ୍ରମଣ ହାର ୨.୨୧% ; ସୁସ୍ଥହେବା ହାର ୯୭.୨୮%

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories