www.samajalive.in
Saturday, December 6, 2025
14.1 C
Bhubaneswar

ମେଧାବୀ ଛାତ୍ରଛାତ୍ରୀଙ୍କୁ ୧୦୦ କୋଟି ଟଙ୍କାର ବୃତ୍ତି ପ୍ରଦାନ ଯୋଜନା

ଭଦ୍ଦେଶ୍ୱରମ (ବିଜୟୱାଡା) / ହାଇଦ୍ରାବାଦ: ସ୍ନାତକ ଏବଂ ଉଚ୍ଚ ଶିକ୍ଷା ନିମନ୍ତେ ଦେଶର ଅନ୍ୟତମ ଅଗ୍ରଣୀ ବିଶ୍ୱବିଦ୍ୟାଳୟ କେଏଲ୍ ଡିମ୍‍ଡ ଟୁ ବି ୟୁନିଭରସିଟି ସମଗ୍ର ଦେଶରୁ ପ୍ରତିଭାଙ୍କୁ ଉତ୍ସାହିତ ଏବଂ ପରିପୋଷଣ କରିବା ନିମନ୍ତେ ୧୦୦ କୋଟି ଟଙ୍କାର ମେଧା ବୃତ୍ତି ୨୦୨୧ ଘୋଷଣା କରିଛି। ଦୁର୍ବଳ ଆର୍ଥିକ ପୃଷ୍ଠଭୂମିରୁ ଆସୁଥିବା ପ୍ରତିଭାବାନ ଛାତ୍ରଛାତ୍ରୀଙ୍କ ପାଇଁ ଏକ ମଜଭୁତ ଭିତ୍ତିକୁ ସମର୍ଥ କରିବା ଏବଂ ଉଚ୍ଚ ସାମର୍ଥ୍ୟଧାରୀ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବାକୁ କେଏଲ୍ ଡିମ୍‍ଡ ଟୁ ବି ୟୁନିଭରସିଟି ମେଧାବୃତ୍ତି ଯୋଗାଇଦେବ। ସେଥିମଧ୍ୟରେ କେଏଲ୍ଇଇଇ ର‌୍ୟାଙ୍କଧାରୀଙ୍କ ପାଇଁ ୩୫ କୋଟି ଟଙ୍କା, ଜେଇଇ ର‌୍ୟାଙ୍କଧାରୀଙ୍କ ପାଇଁ ୩୦ କୋଟି ଟଙ୍କା, ଇଣ୍ଟରମିଡିଏଟ ପବ୍ଲିକ ପରୀକ୍ଷାର ର‌୍ୟାଙ୍କଧାରୀଙ୍କ ପାଇଁ ୨୦ କୋଟି ଟଙ୍କା ଏବଂ ମ୍ୟାନେଜମେଣ୍ଟ, ହ୍ୟୁାମାନିଟିଜ ପାଠ୍ୟକ୍ରମର ର‌୍ୟାଙ୍କଧାରୀ ଛାତ୍ରଛାତ୍ରୀଙ୍କ ପାଇଁ ୧୫ କୋଟି ଟଙ୍କା ବୃତ୍ତି ପ୍ରଦାନ କରାଯିବ ବୋଲି କେଏଲ୍ ଡିମ୍‍ଡ ଟୁ ବି ୟୁନିଭରସିଟିର ଭାରପ୍ରାପ୍ତ କୁଳପତି ଡ. ଏନ. ଭେଙ୍କଟରାମ କହିଛନ୍ତି।
ନିକଟରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ରିମୋଟ ପ୍ରୋକ୍ଟର୍‍ଡ ପଦ୍ଧତିରେ ପରିଚାଳନା କରାଯାଇଥିବା କେଏଲ୍ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା ୨୦୨୧ ଫଳାଫଳ ଘୋଷଣା କରିଛି। କେଏଲ୍ଇଇଇ-୨୦୨୧ ପରୀକ୍ଷା ଏହାର ବିଜୟୱାଡା ଏବଂ ହାଇଦ୍ରାବାଦ କ୍ୟାମ୍ପସରେ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ପାଇଁ ପରିଚାଳନା କରାଯାଇଥିଲା। ଭାରତର ବିଭିନ୍ନ ରାଜ୍ୟରୁ ମୋଟ ୪୦,୦୦୦ରୁ ଅଧିକ ଛାତ୍ରଛାତ୍ରୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ଯୋଗାଇ ଦିଆଯାଉଥିବା ଇଞ୍ଜିନିୟରିଂ ସହିତ ମ୍ୟାନେଜମେଣ୍ଟ, ହ୍ୟୁମାନିଟିଜ ଓ ସାଇନ୍ସର ଅନ୍ୟ ସମସ୍ତ ପାଠ୍ୟକ୍ରମରେ ନାମଲେଖା ପାଇଁ ଏହି ପ୍ରବେଶିକା ପରୀକ୍ଷା ଦେଇଥିଲେ। ଚଳିତ ବର୍ଷ ଏହି ଶିକ୍ଷା ପ୍ରତିଷ୍ଠାନ ମେଧାବୀ ଛାତ୍ରଛାତ୍ରୀଙ୍କୁ ଅଧିକ ଗୁରୁତ୍ୱ ଦେବ। ବିଜୟୱାଡା ଏବଂ ହାଇଦ୍ରାବାଦ କ୍ୟାମ୍ପସରେ ସମାନ ସମୟରେ ଚଳିତ ଜୁଲାଇ ମାସ ୧୧ରୁ ୨୯ ତାରିଖ ପର‌୍ୟ୍ୟନ୍ତ ବିଶ୍ୱବିଦ୍ୟାଳୟର ସମନ୍ତ ଅନୁସ୍ନାତକ ଏବଂ ସ୍ନାତକୋତ୍ତର ପାଠ୍ୟକ୍ରମ ନିମନ୍ତେ କାଉନସେଲିଂ ଆୟୋଜନ କରାଯିବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories