www.samajalive.in
Sunday, December 14, 2025
23.1 C
Bhubaneswar

ଦେଶରେ ପ୍ରଥମ ; ୯ ଏସିଆଟିକ ସିଂହରେ ଡେଲ୍ଟା ଭାରିଆଣ୍ଟ ଚିହ୍ନଟ

ନୂଆଦିଲ୍ଲୀ : କରୋନା ଭୂତାଣୁର ଡେଲ୍ଟା ଭାରିଆଣ୍ଟ ମନୁଷ୍ୟ ସମାଜ ସହ ପଶୁଙ୍କ ପାଇଁ ମଧ୍ୟ ପ୍ରାଣଘାତୀ ସାବ୍ୟସ୍ତ ହୋଇଥିବା ଦେଖାଯାଇଛି। ମେ ରେ ଚେତ୍ରଇର ଅରିଗନ୍ନାର ଅତ୍ରା ଜୁଲୋଜିକଲ ପାର୍କରେ ଏସିଆଟିକ୍‍ ସିଂହ ନିକଟରେ ଡେଲଟା ଭାରିଆଣ୍ଟ ଦେଖାଯାଇଥିବା ଜଣାପଡିଛି। ଦେଶରେ ପ୍ରଥମ ଥର ୯ ଏସିଆଟିକ ସିଂହରେ ଏହି ଭ୍ୟାରଆଣ୍ଟ ମିଳିଛି।
ପୂର୍ବରୁ ମାରାତ୍ମକ ଭୂତାଣୁ ୨ଟି ସିଂହଙ୍କ ଜୀବନ ମଧ୍ୟ ନେଇଛି । ନୀଲା ଓ ପଠାବନାଥନ ନାମକ ସିଂହ ଏବଂ ସିଂହୀର ଜୁନ ୩ ଓ ୧୬ରେ ମୃତ୍ୟୁ ହୋଇଥିଲା। ସେମାନଙ୍କକ ବୟସ ଯଥାକ୍ରମେ ୯ ଓ ୧୨ ବର୍ଷ ଥିଲା। ଏଯାଏଁ ଆମେରିକା ଏବଂ ସ୍ପେନ ବ୍ୟତୀତ ଚେକ୍‍ ରିପବ୍ଲିକର ସିଂହମାନେ କରୋନା ସଂକ୍ରମିତ ହୋଇଥିବା ଦେଖିବାକୁ ମିଳିଥିଲା। ଯେଉଁଥିରେ ଆଲଫା ଭାରିଆଣ୍ଟ ନିଶ୍ଚିତ ହୋଇଥିଲା, ମାତ୍ର ଡେଲଟା ଭାରିଆଣ୍ଟର ମାମଲା ବିଶ୍ୱରେ ପ୍ରଥମ ଥର ପାଇଁ ଭାରତରେ ସାମ୍ନାକୁ ଆସିଛି।
ଏକ ଅଧ୍ୟୟନରେ ପ୍ରକାଶିତ ତଥ୍ୟ ଅନୁଯାୟୀ, ସିଂହଙ୍କ ନମୁନାକୁ ଭୋପାଳର ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ହାଇ ସିକ୍ୟୁରିଟି ପଶୁ ରୋଗ (ଆଇସିଏଆର)କୁ ପଠାଯାଇଛି। ଏଠାରେ ବିଶେଷଜ୍ଞମାନେ ୧୧ଟି ନମୁନା ମଧ୍ୟରୁ ୯ଟିରେ ଡେଲଟା ଭ୍ୟାରିଆଣ୍ଟ ନମୁନା ପାଇଥିଲେ। କରୋନା ଭୂତାଣୁର ଡେଲଟା ଭାରିଆଣ୍ଟ ପ୍ରଥମେ ମହାରାଷ୍ଟ୍ରରେ ବିଶ୍ୱରେ ମିଳିଥିଲା। ଏପର୍ଯ୍ୟନ୍ତ ଏହା ୮୪ରୁ ଅଧିକ ଦେଶରେ ହଇଚଇ ସୃଷ୍ଟି କରିଛି।

 

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories