www.samajalive.in
Saturday, December 6, 2025
26.1 C
Bhubaneswar

ଅଲିମ୍ପିକରେ ଭାରତର ୧୦୦ ବର୍ଷ ପାଳନ

ନୂଆଦିଲ୍ଲୀ: ଅଲିମ୍ପିକ କ୍ରୀଡାରେ ଭାରତ ଅଂଶଗ୍ରହଣର ୧୦୦ ବର୍ଷ ପୂରଣ ହେବାକୁ ଯାଉଛି । ଟୋକିଓରେ ଆସନ୍ତା ମାସରେ ଅନୁଷ୍ଠିତ ହେବାକୁ ଯାଉଥିବା ଅଲିମ୍ପିକ୍ସ କ୍ରୀଡାରେ ଭାରତ ଏହି ବିରଳ ଗୌରବର ଅଧିକାରୀ ହେବ । ଏହି ଅବସରକୁ ପାଳନ କରିବା ଅବସରରେ ଅଲିମ୍ପିକ ସହିତ ସଂପୃକ୍ତ କୋକା-କୋଲା କମ୍ପାନୀର ସ୍ୱଦେଶୀ ବ୍ରାଣ୍ଡ୍‍ ଥମ୍ପସ୍‍ ଅପ ଅଲିମ୍ପିକ କ୍ରୀଡା ସହିତ ଏହାର ବିଶ୍ୱବ୍ୟାପୀ ସହଭାଗିତା ସମ୍ପର୍କରେ ଘୋଷଣା କରିଛି । ଏହା ଅଲିମ୍ପିକ କ୍ରୀଡାର ପ୍ରକୃତ ବୀରମାନଙ୍କୁ ସମ୍ମାନ ଜଣାଇବା ଏବଂ ଏହି ଅବସର ପାଳନ କରିବାକୁ ଲକ୍ଷ୍ୟ ରଖିଛି, ଯେଉଁମାନେ ସମସ୍ତ ସାଂଘାତିକ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଆଜି ସଫଳତାର ଏହି ସ୍ଥିତିରେ ପହଞ୍ଚିପାରିଛନ୍ତି ।
ବିଶ୍ୱବ୍ୟାପୀ ପ୍ରମୁଖ କ୍ରୀଡା କାର୍ଯ୍ୟକ୍ରମ, ସଂଗଠନ ଏବଂ ପ୍ରକଳ୍ପଗୁଡିକୁ ପ୍ରାୟୋଜକତା କରିବାରେ କୋକା-କୋଲା ଦୀର୍ଘ ଆଠ ଦଶନ୍ଧିର ସହଯୋଗିତା ସହିତ ଅଲିମ୍ପିକ କ୍ରୀଡାର ଦୀର୍ଘତମ ନିରବଚ୍ଛିନ୍ନ କର୍ପୋରେଟ ସହଭାଗୀ ହୋଇପାରିଛି । ଏହା ସହଭାଗୀ ହେଉଥିବା ଅନ୍ୟାନ୍ୟ କ୍ରୀଡା କାର୍ଯ୍ୟକ୍ରମ ମଧ୍ୟରେ ଚାରି ଦଶନ୍ଧି ଧରି ଫିଫା ଏବଂ ପ୍ରାୟ ୨୫ ବର୍ଷ ଧରି ରଗ୍‍ବି ବିଶ୍ୱ କପ ଅନ୍ତର୍ଭୁକ୍ତ । କ୍ରୀଡା କାର୍ଯ୍ୟକ୍ରମଗୁଡିକ ସହିତ ଏହି ସୁଦୀର୍ଘ ସଂପୃକ୍ତି ଏହାର ଗ୍ରାହକଙ୍କ ଜୀବନ ଏବଂ ସେମାନଙ୍କ ଆଗ୍ରହର ଅଂଶବିଶେଷ ହେବା ଦିଗରେ କମ୍ପାନୀର ପ୍ରୟାସ ଭାବଧାରାକୁ ପ୍ରତିଫଳିତ କରୁଛି ।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories