www.samajalive.in
Sunday, December 7, 2025
23.1 C
Bhubaneswar

ଡେଲ୍‍ଟା ଠାରୁ ଅଧିକ ମାରାତ୍ମକ କୋଭିଡ-୧୯ର ଲାମ୍ବଡା ପ୍ରକରଣ; ୩୦ ଦେଶରେ ଠାବ

ଲଣ୍ଡନ: କରୋନା ଭୂତାଣୁର ଡେଲ୍‍ଟା ପ୍ରକରଣ ଠାରୁ ଲାମ୍ବଡା ପ୍ରକରଣ ଅଧିକ ମାରାତ୍ମକ ଓ ଘାତକ। ବିଶ୍ୱର ୩୦ରୁ ଅଧିକ ରାଷ୍ଟ୍ରରେ ଏହି ପ୍ରକରଣ ଚିହ୍ନଟ ହୋଇସାରିଛି। ବିଶେଷକରି ପେରୁରେ ଚଳିତ ବର୍ଷ ମଇ ଓ ଜୁନ୍‍ ମାସରେ ଯେତିକି ସଂକ୍ରମଣ ପରିଲକ୍ଷିତ ହୋଇଛି ସେମାନଙ୍କ ମଧ୍ୟରେ ୮୨ ପ୍ରତିଶତ ସଂକ୍ରମିତଙ୍କ ଠାରେ ଲାମ୍ବଡା ପ୍ରକରଣ ଚିହ୍ନଟ କରାଯାଇଛି।
ବ୍ରିଟେନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଲାମ୍ବଡା ପ୍ରକରଣ ଡେଲ୍‍ଟା ଠାରୁ ମଧ୍ୟ ଅଧିକ ଘାତକ ବିବେଚିତ ହେଉଛି। ଏହି ପ୍ରକରଣ ପେରୁରୁ ସୃଷ୍ଟି ହୋଇଥିବା ସନ୍ଦେହ କରାଯାଉଛି ଏବଂ ପରେ ଏହା ଅନ୍ୟାନ୍ୟ ରାଷ୍ଟ୍ରକୁ ବ୍ୟାପିଛି। ଏବେ ଏହା ୩୦ରୁ ଅଧିକ ଦେଶରେ ପରିଲକ୍ଷିତ ହେଉଛି। ଏହି ପ୍ରକରଣ ପାଇଁ ପେରୁରେ କରୋନା ଜନିତ ମୃତ୍ୟୁହାର ବିଶ୍ୱରେ ସର୍ବାଧିକ ରହିଛି। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆର ଏକ ଖବର ପ୍ରସାରଣକାରୀ ପୋର୍ଟାଲରେ କୁହାଯାଇଛି ଯେ ବ୍ରିଟେନରେ ମଧ୍ୟ ଏହି ପ୍ରକରଣ ଠାବ କରାଯାଇଛି। ଲାମ୍ବଡା ପ୍ରକରଣରେ ସଂକ୍ରମିତ ୬ ଜଣଙ୍କୁ ବ୍ରିଟେନରେ ଚିହ୍ନଟ କରାଯାଇସାରିଛି। କିନ୍ତୁ ଏହା ଅଧିକ ଘାତକ ହୋଇଥିବାରୁ ସମସ୍ତଙ୍କ ଚିନ୍ତା ବଢାଇ ଦେଇଛି।
ନିକଟରେ ବ୍ରିଟେନରେ ଏହି ପ୍ରକରଣ ଠାବ କରାଯିବା ପରେ ତାହା ବ୍ରିଟେନ ସ୍ୱାସ୍ଥ୍ୟ ବିଭାଗ ପାଇଁ କଡା ମୁକାବିଲାମୂଳକ ପରିସ୍ଥିତି ସୃଷ୍ଟି କରିଛି। ଭୂତାଣୁର ଏହି ପ୍ରକରଣ ଅଧିକ ସଂକ୍ରାମକ ଏବଂ ଏହା ନିଷ୍କ୍ରିୟକାରୀ ରୋଗ ପ୍ରତିରୋଧ ଶକ୍ତି ତୁଳନାରେ ମଧ୍ୟ ଅଧିକ ଶକ୍ତିଶାଳୀ ହୋଇଛି। ଜୁନ୍‍ ୩୦ ତାରିଖରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଥିଲା ଯେ କୋଭିଡ-୧୯ର ଏହି ପ୍ରକରଣ ୮ଟି ଲାଟିନ ଆମେରିକୀୟ ଏବଂ କାରିବିଆନ୍‍ ରାଷ୍ଟ୍ରରେ ଠାବ କରାଯାଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଇତିମଧ୍ୟରେ ଭାରତରେ ଠାବ କରାଯାଇଥିବା ଡେଲ୍‍ଟ ପ୍ରକରଣରୁ ‘ଚିନ୍ତାଜନକ ପ୍ରକରଣ’ ଭାବେ ଘୋଷଣା କରିସାରିଛି।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories