www.samajalive.in
Saturday, December 6, 2025
23.1 C
Bhubaneswar

ବୁର୍ଲା ଭିମସାର ଜାତୀୟ ଏଥିକାଲ ବାୟୋମେଡ଼ିକାଲ ଏବଂ ହେଲଥ ରିସର୍ଚ୍ଚ ଉପରେ ଜାତୀୟ କର୍ମଶାଳା

ବୁର୍ଲା  : ବୁର୍ଲା ଭିମସାର ଅନୁଷ୍ଠାନରେ ଜାତୀୟ ଏଥିକାଲ ବାୟୋମେଡ଼ିକାଲ ଏବଂ ହେଲଥ ରିସର୍ଚ୍ଚ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଭିମସାରର ନିର୍ଦ୍ଦେଶକ ପ୍ରଫେସର ଲଳିତ ମେହେର ଯୋଗଦାନ ପୁର୍ବକ ଏହି ଜାତୀୟ ସ୍ତରର ଉଦଘାଟିତ କରିଥିଲେ। ଏହି କର୍ମଶାଳାରେ “ବାୟୋମେଡ଼ିକାଲ ଏବଂ ସ୍ୱାସ୍ଥ୍ୟ ଅନୁସଂନ୍ଧାନରେ ଜାତୀୟ ଏଥିକାଲ ଗାଇଡ଼ଲାଇନ୍ସ” ସମ୍ୟକ ବିଷୟ ବସ୍ତୁ ଉପରେ ଏକ କର୍ମଶାଳା ଆୟୋଜିତ ହୋଇଥିଲା।
ଭିମସାରରେ ଚଳିତ ମାସ ଗତ ୧ ତାରିଖରେ ଏକ ଏଥିକ୍ସ କମିଟି ଗଠିତ ହୋଇଥିଲା। ଭିମସାରର ଏଥିକ୍ସ କମିଟିରେ ଅଧ୍ୟକ୍ଷ ଭାବରେ ପ୍ରଫେସର ଅଭୟ କୁମାର ରାୟଗୁରୁ, ସମ୍ପାଦକ ଭାବରେ ପ୍ରଫେସର ଭାବଗ୍ରାହୀ ରଥ, ସଦସ୍ୟ ମାନଙ୍କ ମଧ୍ୟରେ ପ୍ରଫେସର ପ୍ରକାଶ ଚନ୍ଦ୍ର ପଣ୍ଡା, ପ୍ରଫେସର ଅଜୟ କୁମାର ବେହେରା, ଡ଼ ମମତା ସର, ସହଯୋଗୀ ପ୍ରଫେସର ଡ଼ ତନ୍ମୟ ପାଢ଼ୀ, ଡ଼ ସୁବ୍ରତ କୁମାର ପ୍ରଧାନ, ଡ଼ ସଞ୍ଜୀବ କୁମାର ମିଶ୍ର, ସୁବ୍ରତ ମହାନ୍ତି, ଆଲେଖ ଗର୍ଡ଼ିଆ, ବ୍ୟୋମୋକେଶ ପାଣିଗ୍ରାହୀ, ସର୍ବେଶ୍ୱର ଦାସ ଏବଂ ଆର୍ତ୍ତତ୍ରାଣ ରାଉତ ରହିଛନ୍ତି। କର୍ମଶାଳାରେ କେତେକ ସୁଖ୍ୟାତିନାମା ବିଶେଷଜ୍ଞ ଡ଼ାକ୍ତରଙ୍କ ଉଦାହରଣ ଦିଆଯାଇ କିପରି ଭାବରେ ଗବେଷଣା କରାଯାଇ ପାରିବ ଏହା ଉପରେ କର୍ମଶାଳାରେ ମତପ୍ରକାଶ ପାଇଥିଲା। ରିସର୍ଚ୍ଚ ଅନୁମୋଦନ କରାଯିବା ପାଇଁ ଭିମସାରରେ ଗଠିତ ହୋଇଥିବା ଏଥିକ୍ସ କମିଟିକୁ ଲେଟେଷ୍ଟ ଗାଇଡ଼ଲାଇନ ବିଷୟରେ ଏହି କର୍ମଶାଳା ମାଧ୍ୟମରେ ପ୍ରଶିକ୍ଷଣ ପ୍ରଦାନ କରାଯାଇ ଥିଲା। ଏହି କର୍ମଶାଳାରେ ଆଇସିଏମରର(ଇଣ୍ଡିଆନ କାଉନସିଲ ଅଫ୍ ମେଡ଼ିକାଲ ରିସର୍ଚ୍ଚ)ର ଦୁଇଜଣ ବୈଜ୍ଞାନିକ ଡ଼ ଜେଏସ ଖତ୍ରୀ ଏବଂ ଡ଼ ସିଦ୍ଧାର୍ଥ ଗିରୀ ଏହି କର୍ମଶାଳାରେ ଆସି ପ୍ରଶିକ୍ଷଣ ପ୍ରଦାନ କରିଥିଲେ।

Hot this week

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

Related Articles

Popular Categories