www.samajalive.in
Sunday, December 7, 2025
16.1 C
Bhubaneswar

ସନ୍ଧ୍ୟା ୭ଟା- ମୁଖ୍ୟ ଖବର

ଭୁବନେଶ୍ୱରରେ ପହଞ୍ଚିଲା ୧ ଲକ୍ଷ କୋଭିସିଲ୍ଡ ଟିକା, ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା, ଆସନ୍ତା କାଲି ଆସିପାରେ ପ୍ରାୟ ଆଉ ୧୦ ଲକ୍ଷ ଟିକା

ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ୍. ମୁରଲିଧର ଗୁରୁବାର ଆଭାସୀ ମାଧ୍ୟମରେ ରାଜ୍ୟର ବିଭିନ୍ନ ସ୍ଥାନରେ ୧୫ଟି ସ୍ବତନ୍ତ୍ର ଫାଷ୍ଟଟ୍ରାକ୍ କୋର୍ଟ ଉଦଘାଟନ କରିଛନ୍ତି

ଜୁଲାଇ ୧୫ ସୁଦ୍ଧା ଭୁବନେଶ୍ବର ଏମ୍‌ସରେ କାର୍ଯ୍ୟକ୍ଷମ ହେବ ଏକମୋ ମେସିନ, ଖୁବ ଶୀଘ୍ର ଆସିବ ଦ୍ବିତୀୟ ଏକମୋ ମେସିନ 

–ଜାତୀୟ ଡାକ୍ତର ଦିବସରେ ଡାକ୍ତରମାନଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ସ୍ବାସ୍ଥ୍ୟ ଭିତ୍ତିଭୂମି ପାଇଁ ବଜେଟ ୨ ଗୁଣା କରିଛୁ। ଡାକ୍ତରଙ୍କ ଉପରେ ଆକ୍ରମଣ ରୋକିବାକୁ କଡ଼ା ଆଇନ ହୋଇଛି,ଯୋଗକୁ ବୈଜ୍ଞାନିକ ପଦ୍ଧତିରେ ଆଗକୁ ନେବା ପାଇଁ ଆଇଏମ୍‌ଏକୁ ଆହ୍ବାନ

–କୋଭିସିଲ୍ଡ ଟିକାକୁ ଗ୍ରୀନ ପାସପୋର୍ଟରେ ସ୍ଥାନ ଦେଲେ ୮ଟି ୟୁରୋପୀୟ ରାଷ୍ଟ୍ର, ଦୁଇ ପାନ କୋଭିସିଲ୍ଡ ନେଇଥିଲେ ଭାରତୀୟଙ୍କୁ କ୍ବାରେଣ୍ଟାଇନ ମନା।
–କୋଭାଭାକ୍ସର ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟ ଟ୍ରାଏଲକୁ ମିଳିଲାନି ଅନୁମତି, କେନ୍ଦ୍ର ସରକାରଙ୍କ ପକ୍ଷରୁ ଗଠିତ ପ୍ୟାନେଲ ଅନୁମତି ଦେଇନଥିବା ସୂଚନା

–କଟକରେ ନକଲି ଔଷଧ କାରବାର ମାମଲା ହାଇକୋର୍ଟକୁ ଗଲା,ମାମଲାର ସିବିଆଇ କିମ୍ବା କୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ତଦନ୍ତ ଦାବି

–ମଣ୍ଡି ସମସ୍ୟା ନେଇ ସାରା ରାଜ୍ୟରେ ବିଜେପିର ଆନ୍ଦୋଳନ,ଧାନ ସଂଗ୍ରହ ଅବଧି ଆଉ ୧୫ଦିନ ବୃଦ୍ଧି ପାଇଁ ବିଜେପିର ଦାବି

–ଖୁବ ଶୀଘ୍ର ହୋଇପାରେ ୧୨ରୁ ୧୮ ବର୍ଷ ପିଲାଙ୍କ ଟିକାକରଣ, ଡିସିଜିଆଇକୁ ଜରୁରୀକାଳୀନ ଅନୁମତି ମାଗିଲା ଜାଇଡସ କାଡ଼ିଲା

–ଗର୍ଭବତୀଙ୍କୁ ଟିକାକରଣ ଆରମ୍ଭ ହେବ-ସ୍ବାସ୍ଥ୍ୟ ନିର୍ଦେଶକ,ସମସ୍ତେ ଗାଇଡଲାଇନ ମାନିଲେ ସଂକ୍ରମଣ ନିଶ୍ଚିତ କମିବ

–ଅଣ ଆନୁଷ୍ଠାନିକ ଶ୍ରମିକ, କର୍ମଚାରୀ ବର୍ଗଙ୍କ ପାଇଁ ବିଶ୍ୱ ବ୍ୟାଙ୍କର ୫୦୦ ନିୟୁତ ଡଲାର ଋଣ

–ଗୁଲଶନ କୁମାର ହତ୍ୟା ମାମଲା; ଦାଉଦ ମର୍ଚ୍ଚାଣ୍ଟଙ୍କ ବିରୁଦ୍ଧରେ ନିମ୍ନ ଅଦାଲତଙ୍କ ରାୟ କାଏମ ରଖିଲେ ବମ୍ବେ ହାଇକୋର୍ଟ,  ଦାଉଦ ମର୍ଚ୍ଚାଣ୍ଟଙ୍କୁ ନିମ୍ନ ଅଦାଲତ ଦେଇଥିବା ଆଜୀବନ କାରାଦଣ୍ଡାଦେଶ ହାଇକୋର୍ଟରେ ଅପରିବର୍ତ୍ତିତ

–ଉତ୍ତର ପ୍ରଦେଶରେ ଆଗାମୀ ନିର୍ବାଚନ ପାଇଁ ଓମ୍‍ ପ୍ରକାଶ ରାଜଭରଙ୍କ ନୂଆ ଫର୍ମୁଲା; ୫ ବର୍ଷରେ ଦାୟିତ୍ୱ ନେବେ ୫ ମୁଖ୍ୟମନ୍ତ୍ରୀ

–ଓଡ଼ିଶାରେ ଗୋଟିଏ ଦିନରେ ୩୦୮୭ ନୂଆ କୋଭିଡ ସଂକ୍ରମିତଙ୍କୁ ଚିହ୍ନଟ ; ସଂଗରୋଧରୁ ୧୭୭୫ ଏବଂ ସ୍ଥାନୀୟ ସଂକ୍ରମିତ ୧୩୧୨

–ରାଜ୍ୟରେ ଦିନକରେ ୪୫ କରୋନା ସଂକ୍ରମିତଙ୍କ ମୃତ୍ୟୁ

ନାବାଳକ ଚା’ ଦୋକାନୀଙ୍କୁ ଗୋଇଠା ମାଡ ଘଟଣାରେ ପୁଲିସ୍‍ କର୍ମଚାରୀ ନିଲମ୍ବିତ

–ଅଧିକ ତାଲାବନ୍ଦ ହେଲେ ବ୍ୟବସାୟ, ନିଯୁକ୍ତି ଓ ଅର୍ଥନୀତି ବିଧ୍ୱସ୍ତ ହୋଇଯିବ- ରାହୁଲ ବଜାଜ

–ଚଳନ୍ତା ଟ୍ରେନରୁ ଖସିଲେ ଯାତ୍ରୀ ; ଉଦ୍ଧାର କଲେ ଆରପିଏଫ ଯବାନ

–ଟିକା ଅଭାବରୁ ୧୬ ଜିଲାରେ ଟିକାକରଣ ବାତିଲ, ଯାଜପୁର ସହ ୧୬ ଜିଲ୍ଲାରେ ଟିକାକରଣ ବନ୍ଦ

–ଶ୍ରୀମନ୍ଦିର ସେବାୟତ ଟାଣିବେ ତିନିରଥ

–ଡ୍ରୋନ୍‌ ଆକ୍ରମଣର ୪ଦିନ ପରେ ଜାମ୍ମୁ ବାୟୁସେନା ଘାଟିରେ ଡ୍ରୋନ୍‌ନିରୋଧୀ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବା ସହ ଲଗାଯାଇଛି ଜାମର ; ଜାତୀୟ ସୁରକ୍ଷା ବାହିନୀ ବା ଏନ୍‌ଏସ୍‌ଜି ପକ୍ଷରୁ ନିଆଯାଇଛି ଏହି ପଦକ୍ଷେପ

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories