www.samajalive.in
Sunday, December 14, 2025
19.1 C
Bhubaneswar

ଲଦାଖରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ, କହିଲେ ସେନାକୁ ସୁଦୃଢ କରିବା ଆମ ପ୍ରାଥମିକତା

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ଲଦାଖଠାରେ କାରୁମିଲିଟାରୀ ଷ୍ଟେସନ୍‍ରେ ଭାରତୀୟ ସେନା ଯବାନ ଓ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ସେମାନଙ୍କୁ ଉଦ୍‍ବୋଧନ ଦେବା ଅବସରରେ ରାଜନାଥ ସିଂହ ଦେଶ ପାଇଁ ପ୍ରାଣବଳୀ ଦେଇଥିବା ସେନାନୀମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି। ଗତବର୍ଷ ଗଲୱାନ୍‍ ଘାଟିରେ ପ୍ରାଣ ହରାଇଥିବା ସେନାମାନଙ୍କୁ ମନ୍ତ୍ରୀ ଶ୍ରୀ ସିଂହ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହ ଦେଶ ସେମାନଙ୍କ ଆତ୍ମବଳୀ ବ୍ୟର୍ଥ ହେବାକୁ ଦିଆଯିବ ନାହିଁ ବୋଲି କହିଛନ୍ତି। ସେ କହିଛନ୍ତି, ଦେଶ ପ୍ରତ୍ୟେକ ସେନାନୀ ଦେଶ ପ୍ରତି କରିଥିବା କର୍ତ୍ତବ୍ୟକୁ ମନେ ରଖିଛି।

ଶ୍ରୀ ସିଂହ କହିଛନ୍ତି, ଭାରତ ହେଉଛି, ଏକ ଶାନ୍ତିପ୍ରିୟ ଦେଶ ଏବଂ ଏହା କେବେ ଅଯଥା ବାଦବିବାଦ ସୃଷ୍ଟି କରିନାହିଁ। ତେବେ ଦେଶର ଶାନ୍ତି ଓ ନିରାପତ୍ତା କ୍ଷେତ୍ରରେ ଯିଏ ବିବାଦ ସୃଷ୍ଟି କରିବ ତାକୁ ଭାରତ ମୁହଁତୋଡ଼ ଯବାବ ଦେବାର କ୍ଷମତା ରଖିଛି ବୋଲି ଶ୍ରୀ ସିଂହ କହିଛନ୍ତି। ସରକାର ପଡ଼ୋଶୀ ଦେଶ ସହିତ ଥିବା ବିଭିନ୍ନ ମତାନ୍ତରକୁ ଆପୋଷ ଆଲୋଚନା ଜରିଆରେ ସମାଧାନ ପାଇଁ ଚେଷ୍ଟା କରୁଛନ୍ତି। କିନ୍ତୁ ଦେଶର ସାର୍ବଭୌମତ୍ୱ କ୍ଷେତ୍ରରେ କୌଣସି ସାଲିସ କରାଯିବ ନାହିଁ ବୋଲି ସେ କହିଛନ୍ତି। ଦେଶର ସୈନ୍ୟବଳକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବା ପାଇଁ ସରକାର ପ୍ରସ୍ତୁତ ରହିଛନ୍ତି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶର ସେନାବାହିନୀକୁ ଆହୁରି ସୁଦୃଢ଼ କରିବା ପାଇଁ ପଦକ୍ଷେପ ନିଆଯାଉଛି। ଏହି ଅବସରରେ ଶ୍ରୀ ସିଂହ ୧୯୬୫ ଭାରତ-ପାକ୍‍ ଯୁଦ୍ଧ ଏବଂ ୧୯୯୯ କାର୍ଗିଲ୍‍ ଯୁଦ୍ଧରେ ଚତୁର୍ଦ୍ଦଶ ବାଟାଲିୟନ୍‍ର ଭୂମିକାକୁ ପ୍ରଶଂସା କରିଛନ୍ତି।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories