www.samajalive.in
Saturday, December 6, 2025
26.1 C
Bhubaneswar

୪ବର୍ଷ ପୁରିଲା ପଲିଥିନ ବ୍ୟବହାର ବନ୍ଦ ନିଷ୍ପତ୍ତି, ପୂର୍ବାପେକ୍ଷା ଅଧିକ ପଲିଥିନ ବ୍ୟବହାର କରୁଛନ୍ତି ଲୋକେ

ବୌଦ୍ଧ : ଚାରିବର୍ଷ ପୂର୍ବେ ୨୦୧୭ ଜାନୁୟାରୀ ୧ ତାରିଖ ଠାରୁ ବୌଦ୍ଧଜିଲାରେ ପଲିଥିନ ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଥିଲା। ଭାରତ ସରକାରଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ବିଜ୍ଞପ୍ତି ସଂଖ୍ୟା ଜିଆରଏସ/୩୨୦(ଇ)କୁ ଆଧାର କରି ବୌଦ୍ଧ ଜିଲାପାଳଙ୍କ ଆଦେଶକ୍ରମେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏନଏସି ପକ୍ଷରୁ ଆୟୋଜିତ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ଅନୁଯାୟୀ ବୌଦ୍ଧ ଏନଏସି ରେ ୫୦ ମାଇକ୍ରୋନରୁ କମ୍ ମୋଟେଇ ବିଶିଷ୍ଟ କୌଣସି ପଲିଥିନ ବ୍ୟାଗର ସାର୍ବଜନୀନ ବ୍ୟବହାରକୁ ୨୦୧୭ ଜାନୁୟାରୀ ୧ ତାରିଖ ଠାରୁ ନିଷେଧ କରାଯାଇଥିଲା। ୫୦ ମାଇକ୍ରୋନ ଠାରୁ କମ୍ ମୋଟେଇର ପଲିଥିନ ବ୍ୟାଗ ବ୍ୟବହାରକରୀ କିମ୍ବା ଗଛିତକାରୀଙ୍କ ଠାରୁ ଜୋରିମାନା ଆଦାୟ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ୫୦୦ ଗ୍ରାମରୁ କମ୍ ପରିମାଣର ପଲିଥିନ ବ୍ୟବହାର ପାଇଁ ୨୦୦ ଟଙ୍କା, ୫୦୦ ରୁ ୧ କିଲୋ ପର୍ଯ୍ୟନ୍ତ ପଲିଥିନ ପାଇଁ ୫୦୦ ଟଙ୍କା, ୧ କିଲୋରୁ ୫ କିଲୋର ପଲିଥିନ ପାଇଁ ୫୦୦୦ ଟଙ୍କା, ୫ କିଲୋରୁ ୧୦ କିଲୋର ପଲିଥିନ ପାଇଁ ୧୦୦୦୦ ଟଙ୍କା ଓ ୧୦ କିଲୋରୁ ଉଦ୍ଧ୍ୱର୍ ପରିମାଣର ପଲିଥିନ ବ୍ୟବହାରକାରୀଙ୍କୁ ୨୫୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା କରାଯିବାକୁ ଏନଏସି ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଗ୍ରାହାକମାନେ ପଲିଥିନ ବ୍ୟାଗରେ କ୍ରୟ ସାମଗ୍ରୀ ପ୍ରଦାନ ପାଇଁ ବ୍ୟବସାୟୀମାନଙ୍କୁ ବାଧ୍ୟକଲେ ନିର୍ଦ୍ଧାରିତ ୫୦ ମାଇକ୍ରୋନରୁ ଅଧିକ ମୋଟେଇର ପଲିଥିନ ବ୍ୟାଗ ପ୍ରଦାନ ସହିତ ସଂପୃକ୍ତ ବ୍ୟବସାୟୀ ଗ୍ରାହାକମାନଙ୍କ ଠାରୁ ୫ କିଲୋ ସାମଗ୍ରୀ ଧାରଣ ପଲିଥିନ ବ୍ୟାଗ ପାଇଁ ୨ଟଙ୍କା ଓ ୫ କିଲୋରୁ ଅଧିକ ସାମଗ୍ରୀ ଧାରଣ କରିପାରୁଥିବା ପଲିଥିନ ବ୍ୟାଗ ପାଇଁ ୫ ଟଙ୍କା ଅତିରିକ୍ତ ମୂଲ୍ୟ ଗ୍ରହଣ କରିପାରିବେ ବୋଲି ଏନଏସି ପକ୍ଷରୁ ସୂଚନା ଦିଆଯାଇଛି। ନିଷେଧ ପଳିଥିନ ବ୍ୟବହାରକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସ ଓ ବନ ବିଭାଗର ମିଳିତ ସହାୟତାରେ ସ୍କ୍ୱାଡ ଗଠନ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।

 

- Advertisement -

ତେବେ ଚାରିବର୍ଷ ପରେ ଆଜିବି ବୌଦ୍ଧବାସୀ ମୁକୁଳି ପାରିନାହିନ୍ତି ପଲିଥିନ ପ୍ରେମରୁ। ପ୍ରତିଦିନ ସକାଳୁ ସାହି ବଜାରରୁ ଉଠାଯାଉଥିବା କୁଢ କୁଢ ମଇଳାରେ ପଲିଥିନର ମାତ୍ରା ସର୍ବାଧିକ। ନୀତି ନିର୍ଦ୍ଧାରଣ କରି ପ୍ରଶାସନ ଏହାକୁ କାର୍ଯ୍ୟକାରୀ କରାଇବାର ପ୍ରତିବଦ୍ଧତାକୁ ପାଶୋରି ସାରିଥିବାବେଳେ ପଲିଥିନ ବ୍ୟବହାର ସଚେତନତା ନେଇ ସାଧାରଣଲୋକଙ୍କ ମାନସିକତାରେ ମଧ୍ୟ କୌଣସି ପରିବର୍ତ୍ତନ ହୋଇପାରିନାହିଁ। ଐତିହାସିକ ଗଡଖାଇ ଆଜି ବର୍ଯ୍ୟ ପଲିଥିନର ଗୋଦାମ ପାଲଟିସାରିଲାଣି। ସରକାରୀ କଟକଣା ପରେ କିଛିଦିନ ବ୍ୟବସାୟୀମାନେ ପଲିଥିନ ବ୍ୟବହାର ନକରିବାର ବାହାନା କରିଥିଲେ। କିଛିଦିନ ପରେ ସବୁକିଛି ପୁଣି ସ୍ୱାଭାବିକ। ତେବେ ପରିବେଶବିତମାନଙ୍କ ମତରେ ପଲିଥିନ ବ୍ୟବହାର ବନ୍ଦ ନହେଲେ ଆଗକୁ ବିପଦ ମାଡିଆସୁଛି। ବୁଦ୍ଧିଜିବୀମାନେ କହୁଛନ୍ତି କଟକଣା ଜାରି କରିବା ଅପେକ୍ଷା ସଚେତନତା ଜରୁରୀ। କିନ୍ତୁ ଚେଇଁ ଶୋଇଥିବ ଯିଏ ତାକୁ ଉଠାଇବ କିଏ ନ୍ୟାୟରେ ଜିଲାବାସୀ ପଲିଥିନ ବ୍ୟବହାର କରିଚାଲିଛନ୍ତି। ଖୋଦ ଜିଲାପାଳ ଏବେ ଏନଏସିର ପ୍ରଶାସକ। ତେଣୁ ପ୍ରଶାସନ ପଲିଥିନ ବ୍ୟବହାର କଟକଣାକୁ କାର୍ଯ୍ୟକାରୀ କରାଇବାକୁ ଦୃଷ୍ଟାନ୍ତମୂଳକ କିଛି ପଦକ୍ଷେପ ନେବା ଜରୁରୀ ହୋଇପଡିଥିବା ବୁଦ୍ଧିଜିବୀ ମହଲରେ ମତପ୍ରକାଶ ପାଉଅଛି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories