ଆସନ୍ତାକାଲି ଜାତୀୟ ପରିସଂଖ୍ୟାନ ଦିବସ ପାଳିତ ହେବ। ଆମର ଦୈନନ୍ଦିନ ଜୀବନରେ ବିଭିନ୍ନ ଯୋଜନା ଓ ଅନ୍ୟାନ୍ୟ କ୍ଷେତ୍ରରେ ପରିସଂଖ୍ୟାନ କିଭଳି ସାହାଯ୍ୟ କରୁଛି ଏହାକୁ ଲୋକପ୍ରିୟ କରାଇବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯିବ। ଅନ୍ୟ ପକ୍ଷରେ ଜାତୀୟ ପରିସଂଖ୍ୟାନ ବ୍ୟବସ୍ଥା ସ୍ଥାପନ କରିଥିବା ସ୍ୱର୍ଗତଃ ପ୍ରଫେସର ପି.ସି. ମହାଲନ୍ବିସ୍ଙ୍କ ସ୍ମୃତିରେ ଏହି ଦିବସ ପାଳନ କରାଯିବ। ଚଳିତ ବର୍ଷ କୋଭିଡ୍ ମହାମାରୀକୁ ଦୃଷ୍ଟିରେ ରଖି ନୀତିଆୟୋଗ ପକ୍ଷରୁ ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ମୁଖ୍ୟ ଦିବସ ପାଳନ କରାଯିବ। ଏଥିରେ କେନ୍ଦ୍ରମନ୍ତ୍ରୀ ଇନ୍ଦରଜିତ୍ ସିଂହ ଜାତୀୟ ପରିସଂଖ୍ୟାନ କମିଶନ୍ ଅଧ୍ୟକ୍ଷ ପ୍ରଫେସର ବିମଳ କୁମାର ରାୟ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଚଳିତ ବର୍ଷର ବାର୍ତ୍ତା ରହିଛି ‘ଷଷ୍ଟେନେବୁଲ୍ ଡେଭ୍ଲପ୍ମେଣ୍ଟ ଗୋଲ୍ – ଟୁ’।
Popular Categories



