www.samajalive.in
Sunday, December 7, 2025
13.1 C
Bhubaneswar

ନିମ୍ନମାନର ଡ୍ରେନ ନିର୍ମାଣ, ତଦନ୍ତ ଦାବି କଲେ ଗ୍ରାମବାସୀ

ଠାକୁରମୁଣ୍ଡା: ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ସାତକୋଶିଆ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଘୁଳୁଘୁଳିଆ ଗ୍ରାମରେ ନିର୍ମାଣ ଚାଲିଥିବା ଡ୍ରେନ କାର୍ୟ୍ୟ ନିମ୍ନମାନର ଅଭିଯୋଗ ହେଉଛି। ଏଠାରେ କାମ ଚାଲିଥିବା ସମୟରେ ସାତକୋଶିଆ ଗ୍ରାମପଞ୍ଚାୟତ ଦାଇତ୍ୱରେ ଥିବା ବ୍ଲକର ଯନ୍ତ୍ରୀ କିମ୍ବା କୌଣସି ଅଧିକାରୀ କାର୍ୟ୍ୟ ତଦାରଖ କରିବାକୁ ଆସୁନଥିବାରୁ ନିମ୍ନ ମାନର କାର୍ୟ୍ୟ ହେଉଥିବା ଅଭିଯୋଗ ।

ପ୍ରକାଶ ଯେ, ଗ୍ରାମରେ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ୬ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଲଙ୍ଗଳକଟାଠାରୁ ଟୁକୁନୁ ଘର ପର୍ୟ୍ୟନ୍ତ ନିର୍ମାଣ ଚାଲିଥିବା ଡ୍ରେନ କାର୍ୟ୍ୟରେ ପ୍ରାୟ ୩ ଫୁଟ ଲେଖାଏଁ ଦୂରତ୍ୱରେ ଲୁହା ରଡ଼ ବନ୍ଧା ହୋଇ କାମ ଚାଲିଥିବା ଦେଖିବାକୁ ମିଳିଛି। ଏଥି ସହିତ ବାଲି, ମେଟାଲ,ଚିପ୍ସ ସହିତ ସିମେଣ୍ଟର ପରିମାଣ କମଦେଇ କାର୍ୟ୍ୟ ହେଉଥିବା ନେଇ ଗ୍ରାମବାସୀ ମାନେ ବାରମ୍ବାର ଅଭିଯୋଗ କରିଥିଲେ ବି କୌଣସି ଅଧିକାରୀ କୋର୍ଣ୍ଣପାତ କରୁ ନାହାନ୍ତି ଫଳରେ ଡ୍ରେନର ସ୍ଥାୟୀତକୁ ଉଠିଛି ପ୍ରଶ୍ନ । ତେବେ ଏ ସମ୍ପର୍କରେ ଗ୍ରାମବାସୀମାନଙ୍କ ଅଭିଯୋଗ ପାଇ ସ୍ଥାନୀୟ ପ୍ରତିନିଧି ଠାକୁରମୁଣ୍ଡା ବିଡ଼ିଓଙ୍କୁ ମୋବାଇଲ ଫୋନ ମାଧ୍ୟମରେ ଯୋଗାଯୋଗ କରି ଏହି ଡ୍ରେନ ନିର୍ମାଣରେ ଗ୍ରାମବାସୀ କରିଥିବା ଅଭିଯୋଗକୁ ଦୃଷ୍ଟି ଆକର୍ଷଣ କରିଥିଲେ। ଏଥିସହିତ ଡ୍ରେନ କାମ ଚାଲିଥିବା ସମୟର କିଛି ରୋଡ଼ବନ୍ଧା ଓ କାର୍ୟ୍ୟର ଫୋଟ ବିଡ଼ିଓ ଶ୍ୟାମସୁନ୍ଦର ଟୁଡୁଙ୍କୁ ହ୍ୱାଟ୍ସଆପ୍ ନମ୍ବରକୁ ପଠାଇବା ସହ ଗ୍ରାମବାସୀମାନଙ୍କ ଅଭିଯୋଗ ଅନୁଯାୟୀ ଦାଇତ୍ୱରେ ଥିବା ଯନ୍ତ୍ରୀ କାମ ତଦାରଖ କରିବାକୁ କୌଣସି ଦିନ ଯାଉ ନଥିବା ସମ୍ପର୍କରେ କହିବାରୁ ଓଲଟି ବିଡ଼ିଓ କିଏ ଯାଉଛି ? କି ନ ଯାଉଛି ଆପଣ କଣ ୨୪ ଘଣ୍ଟା ସେଠାରେ ଜଗିଛନ୍ତି କି ? ଓଲଟି ପ୍ରଶ୍ନ କରିଥିଲେ । ବରଂ ଅଭିଯୋଗ କରୁଥିବା ଗ୍ରାମବାସୀମାନେ ମୋ ନିକଟରେ ଅଭିଯୋଗ କରନ୍ତୁ ବୋଲି କହିଥିଲେ । ହେଲେ ଏଠାରେ ପ୍ରଶ୍ନ ଉଠେ ଯେ, ଯଦି ବିଡ଼ିଓଙ୍କ କହିବା ଅନୁଯାୟୀ ଯନ୍ତ୍ରୀଙ୍କ ଉପସ୍ଥିତରେ କାମ ହେଉଛି ତେବେ ଡ୍ରେନ ନିର୍ମାଣ ସମୟରେ ପ୍ରାୟ ୩ ଫୁଟ ଦୂରତ୍ୱରେ ଲୁହା ରୋଡ଼ ବନ୍ଧା ହୋଇ ସିମେଣ୍ଟ ପରିମାଣ କମ ଦେଇ ନିମ୍ନ ମାନର କାମ କିପରି ଭାବରେ ଚାଲିଛି ତାହା ଏବେ ପ୍ରଶ୍ନ ବାଚୀ ସୃଷ୍ଟି କରୁଛି। ଡ୍ରେନ ନିର୍ମାଣ ନିମନ୍ତେ ହୋଇଥିବା ଏଷ୍ଟିମେଟ ସହ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ନିୟମାବଳୀ ଅନୁଯାୟୀ କାମ ହୋଇଛି ତ ? ଠାକୁରମୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଏପରି କାର୍ୟ୍ୟ ହେଉ ନାହିଁ ତ ଏହା ତଦନ୍ତ ସାପେକ୍ଷ। ଗ୍ରାମର ସୁଶାନ୍ତ ଶୁଣ୍ଢି, ବାଇଧର ମହାକୁଡ଼, ଲେପ ହୋ, ବୁଧୁରାମ ହୋ ସମେତ ଗ୍ରାମବାସୀମାନଙ୍କ ଏହି ଅଭିଯୋଗକୁ ବିଭାଗୀୟ ଉଚ୍ଚ କତ୍ତୃପକ୍ଷ, ବିଭାଗୀୟ ବରିଷ୍ଠ ଯନ୍ତ୍ରୀଙ୍କ ମାଧ୍ୟମରେ ତଦନ୍ତ କରି ଆବଶ୍ୟକୀୟ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories