www.samajalive.in
Sunday, December 14, 2025
17.1 C
Bhubaneswar

ଗୋଳନ୍ଥରା ଥାନା ପରିସରରେ ଗଣେଶ ଡାକୁଆ ଆତ୍ମହତ୍ୟା ମାମଲା : ପରିବାର ବର୍ଗଙ୍କ ବୟାନ ରେକର୍ଡ

ଗୋପାଳପୁର : ଗୋଳନ୍ଥରା ଥାନା ଅନ୍ତର୍ଗତ ରଙ୍ଗିପୁର ଗ୍ରାମରେ ପାଉଁଶ ଇଟା ନିର୍ମାଣ ଫ୍ୟାକ୍ଟ୍ରି ରେ ଗଣ୍ଡଗୋଳ କରିବା ଅଭିଯୋଗରେ ପୁଲିସ ପକ୍ଷରୁ ଗଣେଶ ଡାକୁଆକୁ ଥାନାକୁ ନିଆଯିବା ପରେ ଥାନାର ଅଭ୍ୟର୍ଥନା କକ୍ଷ ପରିସରରେ ଗତ ମେ ୩ ତାରିଖରେ ଗଣେଶ ଆତ୍ମହତ୍ୟା କରିବା ଘଟଣା ଇତିମଧ୍ୟରେ ୬ ସପ୍ତାହରୁ ଅଧିକ ସମୟ ହୋଇଛି। ତେବେ  ଶନିବାର ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ, ବ୍ରହ୍ମପୁର ଏସପି ପିନାକ ମିଶ୍ର ଗୋଳନ୍ଥରା ଥାନାରେ ପହଞ୍ଚି ଯାଞ୍ଚ, ପ୍ରତ୍ୟକ୍ଷଦର୍ଶୀ ଓ ମୃତ ଗଣେଶଙ୍କ ପରିବାର ବର୍ଗଙ୍କ ବୟାନ ନେଇଥିବା ଜଣାପଡିଛି।
ସୂଚନା ଯୋଗ୍ୟଯେ ଗତ ମେ ମାସ ୩ ତାରିଖରେ ରଙ୍ଗିପୁର ଗ୍ରାମର ଗଣେଶ ଡାକୁଆ,ଉକ୍ତ ଗ୍ରାମରେ ଥିବା ବ୍ଲକ ଉପାଧ୍ୟକ୍ଷ ଅଜିତ ଦାସଙ୍କ ଭାଇ ଡ୍ୟାନି ଦାସଙ୍କ ପାଉଁଶ ଇଟା ନିର୍ମାଣ ଫ୍ୟାକ୍ଟ୍ରିରେ ଗଣ୍ଡଗୋଳ କରିବା ସହ ମାର ପିଟ କରିଥିଲା। ଏହି ଘଟଣା ନେଇ  ଅଜିତ ଗୋଳନ୍ଥରା ଥାନକୁ ଫୋନ ଯୋଗେ ଅଭିଯୋଗ କରିଥିଲେ। ଅଜିତଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ରଙ୍ଗିପୁରରେ ପହଞ୍ଚି ଗଣେଶକୁ ଅପରାହ୍ନରେ ଥାନାକୁ ଆଣିଥିଲେ। କିନ୍ତୁ ଉକ୍ତ ଘଟଣା ନେଇ ଅଜିତ କିମ୍ବା ତାଙ୍କ ଭାଇଙ୍କ ପକ୍ଷରୁ ଥାନା କୈାଣସି ଲିଖିତ ଅଭିଯୋଗ ଦିଆଯାଇନଥିଲା। ହଠାତ୍ ରାତି ୮ ଟା ଆତ୍ମହତ୍ୟା କରିଥିବା ନେଇ ପୁଲିସ ଜାଣିବା ପରେ ତୁରନ୍ତ ତାକୁ ବ୍ରହ୍ମପୁର ବଡ ମେଡିକାଲ ନିଆଯାଇଥିଲା। ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ । ଘଟଣା ଦିନ ରାତିରେ ଗଣେଷଙ୍କ ପରିବାର ଲୋକ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗଣେଷଙ୍କ ମୃତଦେହ ବ୍ୟବଛେଦ ପରେ ପରିବାରଙ୍କୁ ହସ୍ତାନ୍ତର କରାଯାଇଥିଲା l ଏନେଇ ବୈଦ୍ୟନାଥପୁର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ପାଇଁ ଡିଏସପି ପ୍ରକାଶ ଚନ୍ଦ୍ର ଜେନାଙ୍କୁ ପ୍ରଦାନ କରାଯାଇଥିଲା। ଏଥି ସହ ଥାନାରେ ପୁଲିସ ଉପସ୍ଥିତରେ ଏପରି ଘଟଣା କିପରି ଘଟିଲା ତାହା ତଦନ୍ତ ପାଇଁ ଏଏସପି ପ୍ରଭାତ ରାଉତରାୟଙ୍କୁ ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ପିନାକୀ ମିଶ୍ର ଦାୟିତ୍ଵ ଦେଇଥିଲେ।
ଏହା ନେଇ ଶ୍ରୀ ରାଉତରାୟ ଏହାର ତଦନ୍ତ କରି ଏସପିଙ୍କୁ ଜଣେଇଥିଲେ। ତଦନ୍ତକୁ ଆଧାର କରି ଅଧିକ୍ଷକ ପିନାକୀ ମିଶ୍ର ଘଟଣାଦିନ ଥାନାରେ ଡିସିଓ ଦାୟିତ୍ୱରେ ଥିବା ଏଏସଆଇ ପି.ସି.ଆଚାର୍ଯ୍ୟ ଓ ସେଣ୍ଟ୍ରି ଦାୟିତ୍ଵରେ ଥିବା କନଷ୍ଟେବଳ ଡି.ପି.ଜେନାଙ୍କୁ ନିଲମ୍ବନ କରିବା ସହ ଗୋଳନ୍ଥରା ଥାନା ଅଧିକାରୀ ବାବୁଲି ନୟାକଙ୍କୁ ଜିଲ୍ଲା  କାର୍ଯ୍ୟାଳୟକୁ ସ୍ଥାନାନ୍ତରିତ କରିଥିଲେ । ଏପରି ସମ୍ବେଦନଶୀଳ  ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଗତ ମେ ୫ ତାରିଖର ଓଡିଶା ମାନବାଧିକାର କମିଶନ ନିଜ ଆଡୁ ମାମଲା ରୁଜୁ କରିବା ସହ ୪ ସପ୍ତାହ ମଧ୍ୟରେ ଥାନା ପରିସରରେ ଗଣେଶର ମୃତ୍ୟୁ ଘଟଣାରେ ତଦନ୍ତ କରି ରିପୋର୍ଟ ଦାଖଲ ପାଇଁ ଦକ୍ଷିଣାଞ୍ଚଳ ଡିଆଇଜିଙ୍କୁ ନିର୍ଦ୍ଦେଶ ଦେବା ସହ ମୃତ ଗଣେଶଙ୍କୁ ମେଡିକାଲ ନେବାର ଚାରି ଘଣ୍ଟା ପୂର୍ବର ଥାନାର ସିସିଫୁଟେଜ ମଧ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ଏହି କ୍ରମରେ ଶନିବାର ଦିନ ମୃତ ଗଣେଷର ପତ୍ନୀ ପୁଷ୍ପାଞ୍ଜଳି ଡାକୁଆ, ମା ଶୋଭା ଡାକୁଆ, ଭାଇ କାର୍ତିକ ଡାକୁଆଙ୍କ ବୟାନ  ନିଜେ ଡିଆଇଜି ଶ୍ରୀ ଭୋଇ ରେକର୍ଡ କରିବା ସହ ଘଟଣା ଦିନ ଥାନାରେ କାର୍ଯ୍ୟରତ ଥିବା ସମସ୍ତ ପୁଲିସ କର୍ମଚାରୀଙ୍କ ବୟାନ ରେକର୍ଡ କରିଥିବା ଜଣାପଡିଛି । ଆଜି ଗଣେଷଙ୍କ ପରିବାର ଲୋକେ ଗଣମାଧ୍ୟମ ଆଗରେ ଅଭିଯୋଗ କରିଛନ୍ତି ଯେ ବ୍ଲକ ଉପାଧ୍ୟକ୍ଷ ଅଜିତ ଦାସ ଓ ତାଙ୍କ ଭାଇ ମିଶି ଗଣେଶଙ୍କୁ ମାରି ଦେଇଛନ୍ତି। ଆମକୁ ନ୍ୟାୟ ଦେବା ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରିଥିଲେ। ସୂଚନା ଯୋଗ୍ୟ ଯେ ଏହି ଘଟଣା ନେଇ ଭାରତୀୟ ବିକାଶ ପରିଷଦ ସୁରେନ୍ଦ୍ର ପାଣିଗ୍ରାହୀଙ୍କ ପକ୍ଷରୁ ମଧ୍ୟ ଉଚ୍ଚ ନ୍ୟାୟାଳୟରେ ଗଣେଶ ମୃତ୍ୟୁର ଉପଯୁକ୍ତ ତଦନ୍ତ କରିବା ନେଇ ଏକ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଥିଲା। ଏଣୁ ଆଗାମୀ ଦିନରେ ଗଣେଶ ମୃତ୍ୟୁ ଘଟଣାର ଦିଗ କେଉଁ ଆଡେ ଗତି କରିବା ସହ ଏଥି ନିମନ୍ତେ କିଏ ଦାୟୀ ରହୁଛି ତାହା ଜଣାପଡିବ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories