www.samajalive.in
Sunday, December 14, 2025
23.1 C
Bhubaneswar

ସୁନ୍ଦରଗଡ଼ ଜିଲା ପ୍ରଶାସନର ଅଭିନବ ପଦକ୍ଷେପ: ଟିକା ନାହିଁ ତ, ବେପାର ନାହିଁ

ସୁନ୍ଦରଗଡ଼ : ସଂକ୍ରମଣ ସଂଖ୍ୟା ହ୍ରାସ ପାଉଥିଲେ ହିଁ ମହାମାରୀରୁ ସମଗ୍ର ରାଜ୍ୟ ଏବେ ବି ସଂପୂର୍ଣ୍ଣ ମୁକୁଳିପାରି ନାହିଁ । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତୁହାକୁ ତୁହା ବିଶେଷଜ୍ଞମାନଙ୍କ ସହ ପରାମର୍ଶ କରି ସଂକ୍ରମଣ ସଂଖ୍ୟାକୁ ହ୍ରାସ କରିବା ପାଇଁ ପଦକ୍ଷେପ ମାନ ନେଉଥିବା ବେଳେ ପଶ୍ଚିମାଞ୍ଚଳର ୧୦ଟି ଜିଲାରେ ସଂକ୍ରମଣ ସଂଖ୍ୟାକୁ ଦୃଷ୍ଟିରେ ରଖି ତାଲାବନ୍ଦରେ କୋହଳ ପଦକ୍ଷେପ ନେଇଛି । ଏହିକ୍ରମରେ ସୁନ୍ଦରଗଡ଼ ଜିଲା ସଂକ୍ରମଣ ସଂଖ୍ୟାରେ ଏକଦା କେଇ ଦିନ ରାଜ୍ୟର ଶୀର୍ଷରେ ରହିଥିବା ବେଳେ ସୁନ୍ଦରଗଡ଼ ଜିଲା ପ୍ରଶାସନକୁ ଏଥିପାଇଁ ବେଶ ଚିନ୍ତିତ ଓ ନାକେଦମ ହେବାକୁ ପଡ଼ିଥିଲା । ଦ୍ୱିତୀୟ ଲହରରେ ଜିଲାର କୋଭିଡ ସ୍ଥିତି ଅତ୍ୟନ୍ତ ଗମ୍ଭୀର ହୋଇପଡ଼ିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଥିଲା । ପୂର୍ବରୁ ପ୍ରଶାସନ ‘ଶୃଙ୍ଖଳ ଭାଙ୍ଗ’ ସ୍ଲୋଗାନ ଦେଇ ଲୋକଙ୍କୁ ସଚେତନ କରାଇଥିବା ବେଳେ ଏବେ ପୁଣି ‘ଟିକା ନାହିଁ ତ, ବେପାର ନାହିଁ’ ସ୍ଲୋଗାନ ଦେଇ ଅଧିକାରୀମାନେ ଦୋକାନ ଓ ବ୍ୟବସାୟୀ ଅନୁଷ୍ଠାନ ଗୁଡ଼ିକ ଯାଞ୍ଚ କରିବା ସହ ଦୋକାନୀଙ୍କୁ ଟିକା ନେବା ପାଇଁ ପ୍ରବର୍ତ୍ତାଉଥିବାର ଜଣାପଡ଼ିଛି । ପ୍ରଶାସନ ରୋଟାରୀ କ୍ଲବ ସହାୟତାରେ ତୁରନ୍ତ ଦୋକାନୀମାନଙ୍କୁ ଚିହ୍ନଟ କରି ଟିକା ନେବା ପାଇଁ ପଠାଉଥିବା ବେଳେ ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମକୁ ସମଗ୍ର ଜିଲାରେ କାର୍ଯ୍ୟକାରୀ କରାଯିବ ବୋଲି ଜିଲାପାଳ ନିଖିଲ ପବନ କଲ୍ୟାଣ ସୂଚନା ଦେଇଛନ୍ତି । ଅପରପକ୍ଷରେ ଗତଦୁଇ ଦିନ ହେଲା ସଦର ଉପଜିଲାପାଳ ଅଭିମନ୍ୟୁ ବେହେରାଙ୍କ ନେତୃତ୍ୱରେ ସୁନ୍ଦରଗଡ଼ ପୌରପାଳିକାର କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ସା ତାଙ୍କ ସ୍କ୍ୱାର୍ଡ଼ ସହ ଦୋକାନ ଦୋକାନ ବୁଲି ଟିକା ନେଇଥିବା ଦୋକାନୀ ଓ କର୍ମଚାରୀଙ୍କ ଟିକା ପ୍ରମାଣ ପତ୍ର ଯାଞ୍ଚ କରୁଥିବା ବେଳେ ଟିକା ନ ନେଲେ ବେପାର ବନ୍ଦ ବୋଲି ଚରମବାଣୀ ଶୁଣାଉଥିବାର ଦେଖାଯାଇଛି। ଫଳରେ ଗତ ଦୁଇ ଦିନ ମଧ୍ୟରେ ସୁନ୍ଦରଗଡ଼ ସହରରେ ୧୦୦ରୁ ଉର୍ଦ୍ଧ ଦୋକାନୀ ଓ ସେମାନଙ୍କ କର୍ମଚାରୀମାନେ ଟିକା ନେଇଥିବାର ଜଣାପଡ଼ିଛି। ପ୍ରଥମ ଲହରରେ ରାଜ୍ୟ ସରକାର ପ୍ରତ୍ୟକ ପଞ୍ଚାୟତରେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ମାନ ଖୋଲି ସଂକ୍ରମଣକୁ ଏକ ପ୍ରକାର ରୋକିବାରେ ସକ୍ଷମ ହୋଇଥିଲେ ହିଁ ଦ୍ୱିତୀୟ ଲହରରେ ଏହା କୁଆଡ଼େ ଭିତ୍ତିଭୂମିର ଅଭାବ ଯୋଗୁଁ ସଫଳ ହୋଇପାରିନଥିବା ବେଳେ ସୀମାନ୍ତ ଅଞ୍ଚଳରୁ ସଂକ୍ରମିତ ଲୋକଙ୍କ ଜିଲାକୁ ବେଧଡ଼କ ପ୍ରବେଶ ଜିଲା ସଂକ୍ରମଣ ବୃଦ୍ଧିରେ ଏକ ପ୍ରକାର ସହାୟକ ହୋଇଥିଲା ବୋଲି ତଥାବିଜ୍ଞ ମହଲରେ ଚର୍ଚ୍ଚା ଜୋର ଧରିଥିଲା। ଏପରିକି ଜିଲାରେ କୋଭିଡ ପରିଚାଳନାକୁ ନେଇ ମଧ୍ୟ ବିଭିନ୍ନ ରାଜନୈତିକ ଦଳ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଅସନ୍ତୋଷ ପ୍ରକାଶ କରି ସ୍ମାରକପତ୍ରମାନ ପ୍ରଦାନ କରିଥିଲେ। ଗତ ୧୭ ତାରିଖ ଦିନ ରାଜ୍ୟ ସରକାର ତାଲାବନ୍ଦରେ କୋହଳ କରିବା ପରେ ସଚେତନତା ପ୍ରକ୍ରିୟା ଓ ସଂକ୍ରମଣକୁ ହ୍ରାସ କରିବା ଲକ୍ଷ୍ୟରେ ଜିଲା ପ୍ରଶାସନ ଦେଇଥିବା ‘ଟିକା ନାହିଁ ତ, ବେପାର ନାହିଁ’ ସ୍ଲୋଗାନ ବେଶ ଚର୍ଚ୍ଚାର ବିଷୟ ହୋଇଯାଇଛି । ଅପରପକ୍ଷରେ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ଟିକାକରଣ କେନ୍ଦ୍ର ମାନ ଖୋଲାଯାଇ ଟିକାକରଣ କାର୍ଯ୍ୟକ୍ରମକୁ ତ୍ୱରାନ୍ନିତ କରାଯାଉଛି। ପ୍ରଶାସନର ଏ ଅଭିନବ ପଦକ୍ଷେପକୁ ବିଭିନ୍ନ ମହଲରୁ ସ୍ୱାଗତ ଓ ସହଯୋଗ କରାଯାଉଥିବାର ଜଣାପଡ଼ିଛି।

Hot this week

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

Related Articles

Popular Categories