ଅଧିକ ସଂକ୍ରମଣ ଥିବା ଜିଲ୍ଲାରେ ଘରକୁ ଘର ସର୍ଭେ : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ପଶ୍ଚିମରେ ନିୟନ୍ତ୍ରଣ, ଉପକୂଳ ଉପରେ ଫୋକସ୍‍

ଭୁବନେଶ୍ୱର : ପଶ୍ଚିମ ଓଡ଼ିଶାରେ କରୋନା ସଂକ୍ରମଣ ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ଉପକୂଳକୁ ଫୋକସରେ ରଖାଯାଇଛି। ଅଧିକ ସଂକ୍ରମଣ ଥିବା ଜିଲ୍ଲାରେ ଅଧିକ ଟେଷ୍ଟ କରାଯିବା ସହ ଘରକୁ ଘର ସର୍ଭେ ମଧ୍ୟ ବ୍ୟାପକ କରାଯିବ ବୋଲି ଜନସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି।
ସେ କହିଛନ୍ତି ଏନେଇ ଅଧିକାରୀ ଓ ଜିଲ୍ଲାପାଳ, ସଜାଗ ଅଛନ୍ତି । ପର୍ଯ୍ୟାୟ କ୍ରମେ ପଶ୍ଚିମ ଓଡ଼ିଶାରେ ଆରମ୍ଭ ହୋଇ ଉପକୂଳକୁ ସଂକ୍ରମଣ ଆସିଥିଲା। ଧୀରେ ଧୀରେ ହ୍ରାସ ପାଇବା ଏକ ସ୍ୱାଭାବିକ ପ୍ରକ୍ରିୟା। ଆଜି ୧୮ ଜିଲ୍ଲାରେ ଦୈନିକ ସଂକ୍ରମଣ ସଂଖ୍ୟା ଦୁଇ ଅଙ୍କକୁ ଖସିଛି। ଏବେ ରାଜ୍ୟରେ ସଂକ୍ରମଣ ହାର ୬ ପ୍ରତିଶତ ରହୁଛି। ଯେଉଁ ଜିଲ୍ଲାରେ ଅଧିକ ରହୁଛି ଆଶା କରାଯାଉଛି ଏହି ମାସ ଶେଷ ସୁଦ୍ଧା ବହୁତ କମ୍‍ ରହିବ। ଆଇସିୟୁ ପରିଚାଳନା ଠିକ୍‍ ଭାବେ ଚାଲିଛି। ନଚେତ ମୃତ୍ୟୁ ସଂଖ୍ୟା ବଢ଼ିଥାନ୍ତା। ଡାକ୍ତରମାନେ ଜୀବନକୁ ବାଜି ଲଗାଇ କାମ କରୁଛନ୍ତି ବୋଲି ଶ୍ରୀ ମିଶ୍ର କହିଛନ୍ତି।

Comments are closed.