www.samajalive.in
Monday, December 8, 2025
16.1 C
Bhubaneswar

ସନ୍ଧ୍ୟା ୭ଟା-ମୁଖ୍ୟ ଖବର

ରାଜ୍ୟରେ ୮ ଲକ୍ଷ ଟପିଲା ଆରୋଗ୍ୟଙ୍କ ସଂଖ୍ୟା, ସୋମବାର ଆଉ ୮୧୮୨ କରୋନା ଆକ୍ରାନ୍ତ ସୁସ୍ଥ, ମୋଟ ଆରୋଗ୍ୟଙ୍କ ସଂଖ୍ୟା ୮ ଲକ୍ଷ ୪ ହଜାର ୯୮୧

କରୋନା ପାଇଁ ଓଜେଇଇ ଆବେଦନ ଅବଧି ପୁଣି ବଢ଼ିଲା, ଆବେଦନ ଅବଧି ଜୁଲାଇ ୧୨ ଯାଏଁ ବଢ଼ିଲା

ଦୁଇ ତିନି ଦିନ ହେବ ଓଡ଼ିଶାରେ ସଂକ୍ରମଣ ହାର କମ ରହିଛି, ସରକାର ଅନଲକ ପ୍ରକ୍ରିୟାକୁ ଗଲେ, ଲୋକ କଟକଣା ମାନିବା ଆବଶ୍ୟକ: ଆଇଏଲଏସ୍‍ ନିର୍ଦେଶକ ଡ. ଅଜୟ ପରିଡ଼ା

–କରୋନାରେ ଅନାଥ ହୋଇଥିବା ପିଲାଙ୍କ ଶିକ୍ଷା ଖର୍ଚ୍ଚ ସରକାର ବହନ କରିବେ, ଅନାଥ ଶିଶୁ ଗ୍ରୀନ ପ୍ୟାସେଜ ଯୋଜନାରେ ସାମିଲ ହେବେ

–ମେଡ଼ିକାଲ ବା ଇଞ୍ଜିନିୟରିଂ ଖର୍ଚ୍ଚ ସରକାର ବହନ କରିବେ, ଘରୋଇ ଅନୁଷ୍ଠାନରେ ପଢୁଥିଲେ ମଧ୍ୟ ସରକାର ଖର୍ଚ୍ଚ ବହନ କରିବେ।

–ଲୋକସଭାରେ ଏଲ୍‌ଜେପିର ନେତା ହେଲେ ପଶୁପତି ପାରସ, ଚିରାଗ ପାଶ୍ବାନଙ୍କୁ ହଟାଇ ପାରସ ହେଲେ ସଂସଦୀୟ ଦଳ ନେତା

–ପଶ୍ଚିମ ବଙ୍ଗରେ ଜୁଲାଇ ୧ ଯାଏ କଟକଣା ବଢ଼ାଇଲେ ରାଜ୍ୟ ସରକାର, ନାଇଟ କର୍ଫ୍ୟୁ ବଳବତ୍ତର ରହିବ, ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଆତଯାତ ମନା

–ଆସନ୍ତାକାଲି ସକାଳ ୮.୩୦ ପର୍ଯ୍ୟନ୍ତ ୧୮ ଜିଲାକୁ ୟେଲୋ ୱାର୍ଣ୍ଣି ଜାରି କଲା ପାଣିପାଗ ବିଭାଗ, ଏହି ୧୮ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ

–କରୋନା ଟିକାକରଣ ସଚେତନତା ସୃଷ୍ଟି କଲା ଗଜପତି ଜିଲା ପ୍ରଶାସନ, ୩୦୦ ଟିକାନେଲେ ଲାଞ୍ଜିଆ ସଉରା

–ଆସନ୍ତା ୧୬ରୁ ଖୋଲିବ ପ୍ରତ୍ନତତ୍ତ୍ୱ ବିଭାଗ ଅଧୀନରେ ଥିବା ଐତିହ୍ୟସ୍ଥଳୀ

–ରଜ ଅବସରରେ ଓଡିଶାବାସୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଲେ ପ୍ରଧାନମନ୍ତ୍ରୀ

ରଜ ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସମସ୍ତ ଓଡ଼ିଶାବାସୀ ବିଶେଷ କରି ମା’ ଓ ଝିଅମାନଙ୍କୁ ଶୁଭେଛା ଓ ଅଭିନନ୍ଦନ ଜଣାଇଛନ୍ତି

–ରାଜ୍ୟବାସୀଙ୍କୁ ରଜ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

– ଭିଡିଓ ବାର୍ତା ଜରିଆରେ ରଜ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ଟିକାକରଣ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ

–ଦେଶରେ ଆଉ ୭୦ ହଜାର ୪୨୧ ନୂଆ ସଂକ୍ରମିତ ଚିହ୍ନଟ, ମୋଟ ସଂକ୍ରମିତଙ୍କ ସଂଖ୍ୟା ୨, ୯୫, ୧୦, ୪୧୦କୁ ବୃଦ୍ଧି

–ଓଡ଼ିଶାରେ ୪୩୩୯ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ; ସଂଗରୋଧରୁ ୨୪୭୫ ଏବଂ ସ୍ଥାନୀୟ ସଂକ୍ରମିତ ୧୮୬୪

–ଗୋଟିଏ ଦିନରେ ୪୪ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି

–କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପଥର ହାତୀବାରି ପେଟ୍ରୋଲ ପମ୍ପ ନିକଟରେ ଦୁର୍ଘଟଣା ; ୨ ମୃତ, ଜଣେ ଗୁରୁତର

–ଯୁବତୀଙ୍କ ଗର୍ଭାଶୟରୁ ବାହାରିଲା ୧୦୬ ଟ୍ୟୁମର

–୮ ମାସର ଗର୍ଭବତୀ; ତଥାପି ରୋଗୀଙ୍କ ଚିକିତ୍ସାରେ ସମର୍ପିତ

–୩ ଫୁଟ ଲମ୍ବ ଖଣ୍ଡାରେ କେକ୍‍ କାଟିଲେ ବ୍ରିଟେନର ମହାରାଣୀ

–ଫେସବୁକ ଓ ଟେଲିଗ୍ରାମ ଉପରେ ରୁଷିଆର ସାନି ଜରିମାନା

–ପ୍ରତିମାସରେ ଗ୍ରାମାଞ୍ଚଳ ବିକାଶ ପାଇଁ ତେଲେଙ୍ଗାନା ସରକାର ଦେବେ ୩୩୯ କୋଟି ଟଙ୍କା

–ରାତାରାତି କୋଟିପତି ହେବା ନିଶା ; ଚରସ କାରବାର କରୁଥିଲେ ଦୁଇ ପୁଲିସ କନଷ୍ଟେବଳ

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories