www.samajalive.in
Sunday, December 7, 2025
16.1 C
Bhubaneswar

ଚାଲ ଫେରିଯିବା, ଆମ ଗାଁ କରୋନା ମୁକ୍ତ

ରେଙ୍ଗାଲିକ୍ୟାମ୍ପ : ଆଜି ମହାମାରୀ କରୋନା ସହିତ ରାଜ୍ୟର ବଡ ବଡ ସହର, ମହାନଗର ଗୁଡ଼ିକର ଅବସ୍ଥା ସାଙ୍ଘାତିକ ହୋଇଯାଇଥିବା ବେଳେ ଅତାବିରା ନିର୍ବାଚନ ମଣ୍ଡଳୀର ବୁଥ ନମ୍ୱର୍ ପ୧ ଅଧୀନରେ ଥିବା ତଥା ଅତାବିରା ବ୍ଲକ ଖାରମୁଣ୍ଡା ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ଗାଁକୁ କରୋନା ଆଜି ଯାଏ ଛୁଇଁ ପାରିନି। ଗାଁରୁ ବାହାରି ଅନ୍ୟତ୍ର ବସବାସ କରୁଥିବା ସହରାଭିମୁଖି ମଣିଷ ଆଜି ପୁଣି ସେଇ ଗାଁକୁ ଫେରିଯିବା ପାଇଁ ଚିନ୍ତା କରୁଛନ୍ତି। ବାରପାହାଡ ପରିବେଷ୍ଟିତ ଘନଘାଟି, ଲାମିପାଲି ଓ ମୁଣ୍ଡାପଡ଼ା ଏହି ତିନି ଗାଁ ଆଜି ଯାଏ କରୋନା ମୁକ୍ତ। ଗାଁର ଲୋକଙ୍କ ବିଶ୍ୱାସ ରହିଛି ଯେ ଗାଁକୁ ଲାଗି ରହିଥିବା ଘୁଗୁରାଖୋଲ ପାହାଡ଼ ତଳେ ଆଦିମ କାଳରୁ ମୁନି ଋଷିମାନେ ବସବାସ କରିଆସୁଥିଲେ ଏବଂ ଆଜି ବି ସେମାନେ ପ୍ରତି ମକର ସଂକ୍ରାନ୍ତିରେ ମହା ଆଡ଼ମ୍ବରରେ ତାଙ୍କର ପୂଜାର୍ଚ୍ଚନା କରୁଛନ୍ତି। ତେଣୁ ସେମାନେ କରୋନା ମୁକ୍ତ ହୋଇପାରିଛନ୍ତି । କିନ୍ତୁ ଭଲ ଭାବେ ଅନୁଧ୍ୟାନ କଲେ ଜାଣିହେବ ଯେ ବିଭିନ୍ନ ଔଷଧୀୟ ବୃକ୍ଷରାଜିରେ ଭରପୁର ହୋଇଥିବା ଏହି ଅଞ୍ଚଳଟିର ବାତାବରଣ ଅତି ସ୍ୱଚ୍ଛ ଓ ସୁସ୍ଥ । ସରଳ ନିରାଡମ୍ବର ଜୀବନ ଯାପନ ପ୍ରଣାଳୀରେ ବଞ୍ଚୁଥିବା ଏଠିକାର ମଣିଷମାନେ ଆଧୁନିକ ମଣିଷ ସମାଜ ଠାରୁ ବହୁ ଦୂରରେ।

ଜଙ୍ଗଲରୁ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ନିଜର ପେଟ ପୋଷୁଥିବା ଏହି ଗାଁର ଲୋକମାନେ ସହରର ଶିକ୍ଷିତ ସଭ୍ୟ ସମାଜଠାରୁ ଅଧିକ ସଚେତନ ପରି ମନେ ହୁଏ। ଗାଁ ଦାଣ୍ଡରେ କେହି ଏକାଠି ଜମାହେବା କି ଭିଡ଼ କରିବା ଦେଖିବାକୁ ମିଳେନି। ନିଜର କାମ ଧନ୍ଦା ସାରି ଘରେ ରହନ୍ତି । ପ୍ରଦୂଷଣ ମୁକ୍ତ ବାୟୁ ସହ ସବୁଜିମା ଭରା ପରିବେଶ କରୋନା ମୁକ୍ତ ହେବାର ମୂଳ ରହସ୍ୟ ବୋଲି ବୈଜ୍ଞାନିକ ଦୃଷ୍ଟିକୋଣରୁ ଦେଖିଲେ ଜଣାପଡେ। ଏହି ତିନି ଗାଆଁରେ ମୋଟ ୩୬୫ ଟି ଆଦିବାସୀ ପରିବାର ବସବାସ କରୁଛନ୍ତି। ମୋଟରେ କହିବାକୁ ଗଲେ ଜନ ସଂଖ୍ୟାର ଘନତ୍ୱବି ଏଠି ବେଶୀ ନୁହ । ଶାରୀରିକ ଦୃଷ୍ଟି କୋଣରୁ ଦେଖିବାକୁ ଗଲେ ଏମାନେ କଠିନ ପରିଶ୍ରମୀ ।ପାହାଡିଆ ଜମିରେ ଯାହା ସବୁ ଚାଷ ବାସ ହୁଏ ସେଥିରେ ରାସାୟନିକ ସାର କି କୀଟନାଶକ ଔଷଧର ପ୍ରୟୋଗ ମଧ୍ୟ ବେଶୀ କରାଯାଏ ନାହିଁ । ଜଙ୍ଗଲ ଜାତ ପଦାର୍ଥ, ଶାଗ, ଫଳମୂଳ ଇତ୍ୟାଦି ଯାହା ଶରୀର ପାଇଁ ବେଶ୍ ହିତକର ତାହା ଏମାନେ ବହୁଳ ପରିମାଣରେ ଖାଦ୍ୟ ରୁପେ ବ୍ୟବହାର କରିଥାନ୍ତି । ଯାହା ପାଇଁ ଆଜି ସେମାନେ ସୁସ୍ଥ ଓ କରୋନା ମୁକ୍ତ ହେବାର ମୂଳମନ୍ତ୍ର ପରି ପ୍ରତୀୟମାନ ହୁଏ। କରୋନା ମୁକ୍ତ ଏହି ଗାଁ ଏହି ଆହ୍ବାନ ଜଣାଉଛି ପରିବେଶକୁ ସ୍ୱଚ୍ଛ ରଖିବା ସହ ସଚେତନ ରହିବାକୁ ଓ ନୂତନ ଜଙ୍ଗଲ ସୃଷ୍ଟି କରି ପୁଣି ଏକ ସବୁଜିମାର ବଳୟ ତିଆରି କରିବାକୁ। ଯଥାର୍ଥରେ ପୁଣି ସେଇ ଅତୀତକୁ ଫେରି ଯିବା ପାଇଁ ସମୟ ଆଜି ମଣିଷକୁ ଇଶାରା କରୁଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories