www.samajalive.in
Sunday, December 7, 2025
26.1 C
Bhubaneswar

ସନ୍ଧ୍ୟା ୫ଟା – ମୁଖ୍ୟ ଖବର

–ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ବୋଧନ-କରୋନାର ଦ୍ବିତୀୟ ଲହରରେ ଆମର ଲଢ଼େଇ ଜାରି ରହିଛି। ଅନେକ ନିଜ ପରିଜନ ଓ ପରିଚିତଙ୍କୁ ହରାଇଛନ୍ତି।
–ବିଗତ ୧୦୦ ବର୍ଷ ମଧ୍ୟରେ ଏହା ସବୁଠୁ ବଡ଼ ମହାମାରୀ। ଏଭଳି ମହାମାରୀ ଆଧୁନିକ ବିଶ୍ବ କେବେ ଦେଖିଥିଲା ନା ଅନୁଭବ କରିଥିଲା। ଏଭଳି ମହାମାରୀ ବିରୋଧରେ ଦେଶ ଏକାଠି ହୋଇ ଲଢ଼ିଛି।

–ବଡ଼ବିଲ ଅଞ୍ଚଳରେ ବିଧବା ମହିଳାଙ୍କୁ ୩ ଦିନ ଧରି ଗଣ ଦୁଷ୍କର୍ମ
–ବଲାଙ୍ଗିରି: ଧାନ ବୋଝେଇ ଟ୍ରାକ୍ଟର ରଖି ଚାଷୀଙ୍କ ଜାତୀୟ ରାଜପଥ ଅବରୋଧରୁ ତୁମୁଳକାଣ୍ଡ। ଦେଓଗାଁ ଠାରେ ଧାନ ଭର୍ତ୍ତି ଜାତୀୟ ଅବରୋଧ ବେଳେ ହାତାହାତୀ।

- Advertisement -

–ଦେଓଗାଁ ଦାୟିତ୍ବରେ ଥିବା ତହସିଲଦାରଙ୍କୁ ମାଡ଼ ଅଭିଯୋଗ

–କଟକ ସହରରୁ ପୁଣି କୋଟିଏ ଟଙ୍କାର ବ୍ରାଉନ ସୁଗାର ଜବତ। ମର୍କତ ନଗର ଫେଜ ୨ ଥାନା ଓ ସ୍ପେଶାଲ ସ୍କ୍ବାଡ ପୁଲିସ ଜବତ କଲା ୧ କେଜି ୩୮ ଗ୍ରାମ ବ୍ରାଉନସୁଗାର ଜବତ। ୩ ଜଣଙ୍କୁ ଗିରଫ ସହ କାର ଓ ବାଇକ ଜବତ କଲା ପୁଲିସ।

–ସମ୍ବଲପୁର: ୬୨ ଗ୍ରାମ ବ୍ରାଉନସୁଗାର ଜବତ, ୩ ବେପାରୀ ଗିରଫ

–ତୈଳଦର ବୃଦ୍ଧିକୁ ନେଇ ବିଜେଡ଼ି-ବିଜେପି ଆରୋପ ପ୍ରତ୍ୟାରୋପ। କେନ୍ଦ୍ରକୁ ଦୋଷ ନ ଦେଇ ରାଜ୍ୟ ଟିକସ ଛାଡ଼ କରୁ-ବିଜେପି
–୬ଟି ଇସିଏମ୍‌ଓ ଆଣିବାକୁ ଚେଷ୍ଟା କରୁଛୁ କହିଲେ ଡିଏମ୍‌ଇଟି
–ଉଚ୍ଚଶିକ୍ଷା ପାଇଁ ବିଦେଶ ଯିବାକୁ ଥିବା ପିଲାଙ୍କୁ ଟିକା ବ୍ୟବସ୍ଥା। ସ୍ବତନ୍ତ୍ର ଡ୍ରାଇଭରେ ପିଲାଙ୍କୁ ଦିଆଯିବ ଟିକା।

–ପାକିସ୍ଥାନର ଘୋଟକି ଜିଲାର ଧାରକି ନାମକ ସହର ନିକଟରେ ୨ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଦୁର୍ଘଟଣା ଘଟିଛି। ଏଥିରେ ପ୍ରାୟ ୩୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ସହ ୫୦ରୁ ଅଧିକ ଆହତ ହୋଇଛନ୍ତି

–ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୧୧୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ; ସେମାନଙ୍କ ମଧ୍ୟରେ ସଂଗରୋଧରୁ ୩୪୫୩ ଏବଂ ସ୍ଥାନୀୟ ସଂକ୍ରମିତ ୨୬୬୫ , କଟକ ଜିଲାରୁ ସର୍ବାଧିକ ୬୪୦

–ରାଜ୍ୟରେ ଦୈନିକ କରୋନା ମୃତ୍ୟୁ ବୃଦ୍ଧି ; ଚିକିତ୍ସାଧୀନ ଅବସ୍ଥାରେ ଆଉ ୪୧ ଆକ୍ରାନ୍ତ ଆଖି ବୁଜିଛନ୍ତି, ଏହାସହ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୦୩୫କୁ ବୃଦ୍ଧି ପହଞ୍ଚିଛି

–ଦେଶରେ କରୋନାର ଦୈନିକ ସଂକ୍ରମଣ ଓ ମୃତକଙ୍କ ସଂଖ୍ୟା ହ୍ରାସ ପାଉଛି। ୨୪ ଘଣ୍ଟାରେ ଆଉ ୧ ଲକ୍ଷ ୬୩୬ ନୂଆ କରୋନା ସଂକ୍ରମିତ ଚିହ୍ନଟ

–ଚିକିତ୍ସାଧୀନ ଅବସ୍ଥାରେ ଆଉ ୨ ହଜାର ୪୨୭ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୪୯ହଜାର ୧୮୬ରେ ପହଞ୍ଚିଛି

–ପଶ୍ଚିମବଙ୍ଗର ବୀରଭୂମ ଜିଲାରେ ଦୁଇଜଣ ବ୍ୟକ୍ତିଙ୍କ ଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର  ଓ ବିସ୍ଫୋରକ ଜବତ ; ; ୨ ଗିରଫ

–ଅବସରର ଚାରିବର୍ଷ ପରେ ମିଳିଲା ପଦୋନ୍ନତି; ବ୍ରିଗେଡିୟରରୁ ମିଳିଲା ମେଜର ଜେନେରାଲ ପାହ୍ୟା
ସ୍ୱର୍ଣ୍ଣ ମନ୍ଦିରରେ ଉଡିଲା ଖଲିସ୍ତାନି ପତାକା, ଲାଗିଲା ଭିନ୍ଦ୍ରନୱାଲେଙ୍କ ପୋଷ୍ଟର

–ଅପରେସନ ବ୍ଲୁ ଷ୍ଟାରକୁ ୩୭ ବର୍ଷ ପୂରିଲା

–କୋଭିଡ-୧୯ ଚିକିତ୍ସା ପାଇଁ ନିକ୍ଲୋସାମାଇଡର କ୍ଲିନିକାଲ ପରୀକ୍ଷଣ ଆରମ୍ଭ

–କରୋନା ଭୂତାଣୁ ଗବେଷଣା ପାଇଁ ପେଣ୍ଟାଗନ ଦେଇଥିଲା ୩୯ ନିୟୁତ ଡଲାର

–ପିଟର ଡାସକଙ୍କ ଏନଜିଓକୁ ଦିଆଯାଇଥିଲା ଅର୍ଥ; ଉହାନ ଲାବୋରେଟୋରୀରେ ଚାଲିଥିଲା ଗବେଷଣା
ପାକିସ୍ତାନରେ କୋଭିଡର ସାନି ଲହର ଆଶଙ୍କା

–ପ୍ରତିକୂଳ ପାଗକୁ ନେଇ ଚିନ୍ତାରେ ଚୀନ ; ୯୦% ସୈନ୍ୟଙ୍କୁ ଅଦଳ ବଦଳ କରୁଛି

–ଖେଳନା ତିଆରିରେ ପ୍ରଥମ, ଢ଼େଙ୍କାନାଳର ଝିଅ ମୁସ୍କାନ

–କରୋନା ଆକ୍ରାନ୍ତଙ୍କ ଫୁସ୍‌ଫୁସ୍‌ ସଂକ୍ରମଣ ଚିକିତ୍ସା, ଏସ୍‌ସିବିରେ ଖୋଲିବ ‘ଏକ୍‍ମୋ’ ୟୁନିଟ୍‍

–୯ ସୁଦ୍ଧା ଓଡ଼ିଶାରେ ମୌସୁମୀ

–ନୀଳଗିରି ଏସଡିପିଓଙ୍କ ଚଢାଉ ; ବିପୁଳ ବିଦେଶୀ ମଦ ଜବତ

–ନୀଳଗିରି ବିଧାୟକଙ୍କ ଚିଠିକୁ ନେଇ ବିବାଦ ; ରଥ ନିର୍ମାଣ ବନ୍ଦ କଲେ ଜିଲାପାଳ,ବିଭିନ୍ନ ମହଲରୁ ପ୍ରତିକ୍ରିୟା

Hot this week

ଆବଶ୍ୟକ ହେଲେ ପୀଡିତାଙ୍କୁ କରାଯିବ ଏୟାରଲିଫ୍ଟ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

Related Articles

Popular Categories