www.samajalive.in
Monday, December 15, 2025
24.1 C
Bhubaneswar

ଲଣ୍ଡନରେ ଖୋଲିଲା ଭାସମାନ ସନ୍ତରଣାଗାର; ବିଶ୍ୱରେ ପ୍ରଥମ

ଲଣ୍ଡନ: ଲଣ୍ଡନରେ ଉଦଘାଟିତ ହୋଇଛି ଏକ ସ୍ୱଚ୍ଛ ସନ୍ତରଣ ପୁଷ୍କରିଣୀ। ଏହା ଭାସମାନ ଅବସ୍ଥାରେ ମଧ୍ୟ ରହିଛି। ଏହାକୁ ବିଶ୍ୱର ପ୍ରଥମ ଭାସମାନ ସନ୍ତରଣ ପୁଷ୍କରିଣୀର ମାନ୍ୟତା ମିଳିଛି। ‘ସ୍କାଏ ପୁକ୍‍’ ନାମକ ଏହି ସନ୍ତରଣ ପୁଷ୍କରିଣୀର ଲମ୍ବ ୮୨ ଫୁଟ ଏବଂ ଏହା ଏକ ରାସ୍ତା ଉପରେ ୧୧୫ ଫୁଟ ଉଚ୍ଚତାରେ ରହିଛି। ରାସ୍ତା ଦୁଇ ପାଶ୍ୱର୍ରେ ଥିବା ଦୁଇଟି ସୁଉଚ୍ଚ ଅଟ୍ଟାଳିକାର ୧୦ମ ମହଲାକୁ ଦୁଇପଟେ ଏହା ସଂଯୁକ୍ତ ହୋଇଚି। ଦକ୍ଷିଣ ପଶ୍ଚିମ ଲଣ୍ଡନର ନାଇନ ଏଲମ୍ସଠାରେ ନିର୍ମାଣ କରାଯାଇଛି ଏହି ପୁଷ୍କରିଣୀ। ଉଦଘାଟନ ପରେ ଏଠାକୁ ସନ୍ତରଣକାରୀ ଆସିବା ଆରମ୍ଭ କରିଛନ୍ତି ଏବଂ ସାମାଜିକ ଗଣମାଧ୍ୟମରେ ଏହାର ଫଟୋ ବହୁଳ ପ୍ରସାରିତ ହେବାରେ ଲାଗିଛି। ପ୍ରାପ୍ତ ରିପୋର୍ଟ ଅନୁଯାୟୀ ଷ୍ଟ୍ରକଚରାଲ ଇଂଜିନିୟର ଏକର୍ସଲେ ଓ’ କାଲାଘାନ ଏହାକୁ ନିର୍ମାଣ କରିଛନ୍ତି। ଏଥିରେ ୫୦ ଟନ୍‍ ଓଜନର ବା ୧,୪୮,୦୦୦ ଲିଟର ପାଣି ରହିପାରିବ।

Hot this week

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

Related Articles

Popular Categories